ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ ହୋଇସାରିଛି। ଏହି କାମଚଳା ବଜେଟ୍ରେ ସାଧାରଣ ବର୍ଗର ଲୋକଙ୍କୁ ଖୁସି କଲା ଭଳି ମାତ୍ରାଧିକ ପ୍ରୟାସ କରାଯାଇଛି। ଏଠାରେ ପଢ଼ନ୍ତୁ ଏହାର କିଛି ହାଇଲାଇଟ୍ସ:
- - ୨ ହେକ୍ଟର ବା ତା’ଠାରୁ କମ୍ ଜମି ଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ନିଧି ଯୋଜନାରେ ବର୍ଷକୁ ମିଳିବ ୬ ହଜାର ଟଙ୍କା।
- - ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ୬୦ ବର୍ଷ ପରେ ମିଳିବ ୩୦୦୦ ଟଙ୍କା ମାସିକ ପେନ୍ସନ। (ପ୍ରଧାନମନ୍ତ୍ରୀ ଶ୍ରମ-ଯୋଗୀ ମନଧନ ଯୋଜନା)
- - ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଲାଗୁହେବ ନାହିଁ ବ୍ୟକ୍ତିଗତ ଆୟକର। ଏହା ପୂର୍ବରୁ ଏହାର ସୀମା ୨.୫ ଲକ୍ଷ ଟଙ୍କା ଥିଲା।
- -ଡାକଘର ଓ ବ୍ୟାଙ୍କ ସଂଚୟ ଜମାର ସୁଧ ଉପରେ ଟିଡିଏସ୍ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
- - ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଖର୍ଚ୍ଚ ହେବ ୬୦ ହଜାର କୋଟି
- - ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ ପ୍ରକ୍ରିୟାକୁ ବୃଦ୍ଧି କରିବା ପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟି ଟଙ୍କା
- - ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ସବୁ ଘରେ ଜଳିବ ବିଜୁଳି ଆଲୁଅ
- - ଦେଶରେ ୨୨ତମ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) ହରିୟାଣାରେ ପ୍ରତିଷ୍ଠା ହେବ
- - ଗୋ- ସମ୍ପଦ ସୁରକ୍ଷା ତଥା ଏହାର ବିକାଶ ପାଇଁ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
- - ୫ ବର୍ଷରେ ସରକାର ଗଠନ କରିବେ ୧ ଲକ୍ଷ ଡିଜିଟାଲ ଗ୍ରାମ
- - ରେଳ ଭିତ୍ତିଭୂମି ଆଦି ପାଇଁ ଖର୍ଚ୍ଚ ହେବ ୧.୬ ଲକ୍ଷ କୋଟି ଟଙ୍କା
- - ଦିଲ୍ଲୀରୁ ବନାରସ ମଧ୍ୟରେ ଚାଲିବ ‘ବନ୍ଦେ ଭାରତ ହାଇସ୍ପିଡ୍ ଏକ୍ସପ୍ରେସ୍’
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।