ହିଜବୁଲ୍ ମୁଜାହିଦ୍ଦିନ୍‌ କମାଣ୍ଡରଙ୍କ ମୃତ୍ୟୁ ପରେ ପୁଲୱାମା, ଅନନ୍ତନାଗ ଓ ଶୋପିୟାଁରେ କର୍ଫ୍ୟୁ

ଶ୍ରୀନଗର: ହିଜବୁଲ୍ ମୁଜାହିଦ୍ଦିନ୍‌ କମାଣ୍ଡର ବୁରହାନ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ସ୍ଥିତି ଜଟିଳ ହେବାରେ ଲାଗିଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଶ୍ରୀନଗର ସହର ସମେତ ପୁଲୱାମା, ଅନନ୍ତନାଗ ଓ ଶୋପିୟାଁରେ କର୍ଫ୍ୟୁ ଲଗାଯାଇଛି। ଅଞ୍ଚଳରେ ବିରୋଧ ପ୍ରଦର୍ଶନର ଆଶଙ୍କା ଥିବାରୁ ଅମରନାଥ ଯାତ୍ରା ସ୍ଥଗିତ କରି ଦିଆଯାଇଛି। ଆନ୍ଦୋଳନକାରୀମାନେ ବିଚ୍ଛିନ୍ନତାବାଦୀ ନେତାଙ୍କ ମୃତ୍ୟୁକୁ ନେଇ ବିକ୍ଷୋଭ କରିବାକୁ ଆହ୍ୱାନ ଦେବା ପରେ ସହରର କେତେକ ସ୍ଥାନର ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି ଓ […]

burhan

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 07:07 PM IST

ଶ୍ରୀନଗର: ହିଜବୁଲ୍ ମୁଜାହିଦ୍ଦିନ୍‌ କମାଣ୍ଡର ବୁରହାନ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ସ୍ଥିତି ଜଟିଳ ହେବାରେ ଲାଗିଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଶ୍ରୀନଗର ସହର ସମେତ ପୁଲୱାମା, ଅନନ୍ତନାଗ ଓ ଶୋପିୟାଁରେ କର୍ଫ୍ୟୁ ଲଗାଯାଇଛି। ଅଞ୍ଚଳରେ ବିରୋଧ ପ୍ରଦର୍ଶନର ଆଶଙ୍କା ଥିବାରୁ ଅମରନାଥ ଯାତ୍ରା ସ୍ଥଗିତ କରି ଦିଆଯାଇଛି। ଆନ୍ଦୋଳନକାରୀମାନେ ବିଚ୍ଛିନ୍ନତାବାଦୀ ନେତାଙ୍କ ମୃତ୍ୟୁକୁ ନେଇ ବିକ୍ଷୋଭ କରିବାକୁ ଆହ୍ୱାନ ଦେବା ପରେ ସହରର କେତେକ ସ୍ଥାନର ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି ଓ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନଜର ବନ୍ଦୀ କରି ରଖାଯାଇଛି।

ବିଚ୍ଛିନ୍ନତାବଦୀମାନେ ହୁରିୟତ୍ ସମ୍ମିଳନୀରେ ରାଜ୍ୟ ବନ୍ଦ ଡାକରା ଦେଇଛନ୍ତି। ଅଘଟଣର ଆଶଙ୍କା କରି ପୁଲୱାମା, ଅନନ୍ତନାଗ ଓ ଶୋପିୟାଁରେ କର୍ଫ୍ୟୁ ଜାରି କରାଯାଇଛି। ବାରାମୂଳା ଓ କାଞ୍ଜିଗୁଡ଼ ମଧ୍ୟରେ ଟ୍ରେନ୍‌ସେବା ବନ୍ଦ କରି ଦିଆଯାଇଛି। ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ପୁଲୱାମାରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି।

Related story