ନୂଆଦିଲ୍ଲୀ: ଦୁର୍ନୀତି ମାମଲାକୁ ନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଗିରଫଦାରୀ ଉପରେ ରହିତାଦେଶକୁ ଚାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏଚ୍.ଏଲ୍. ଦତ୍ତୁ ଓ ଜଷ୍ଟିସ୍ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ବେଞ୍ଚ ମାମଲାକୁ ବିଚାର ଲାଗି ଗ୍ରହଣ କରିଛନ୍ତି। ବୀରଭଦ୍ରଙ୍କୁ ଗିରଫ କିମ୍ୱା ଜେରା ନ କରିବା ପାଇଁ ହିମାଚଳ ପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ତାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତ ଠପ୍ ହୋଇଯାଇଥିବା ସିବିଆଇ କୋର୍ଟଙ୍କୁ ଜଣାଇଥିଲା। ଜଣେ ଅଭିଯୁକ୍ତଙ୍କୁ ଆଇନର ସୁରକ୍ଷା ମିଳିଲେ ମାମଲାର ତଦନ୍ତ କିପରି ହେବ ବୋଲି ସିବିଆଇ ପ୍ରଶ୍ନ ଉଠାଇଥିଲା। ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜୀବନ ନେଲା ଗୁଗୁଲ ମ୍ୟାପ୍, ଅଧା ଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଏକ ବିବାହ ଭୋଜରେ ଯୋଗ ଦେବା ପାଇଁ ୩ ଜଣକ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ।
National
ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ
ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
National
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ
ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି।
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।