ମାଇନସ୍ ୩୫ ଡିଗ୍ରୀରେ ଯବାନ ଉଡ଼ାଇଲେ ତ୍ରିରଙ୍ଗା

ନୂଆ ଦିଲ୍ଲୀ:  କୋଭିଡ କଟକଣା ଭିତରେ ସାରା ଦେଶ ପାଳନ କରୁଛି ୭୩ ତମ ଗଣତନ୍ତ୍ର ଦିବସ । ଏଥିନିମନ୍ତେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  କେବଳ ରାଜଧାନୀ ନୁହେଁ, ଦେଶର କୋଣ ଅନୁକୋଣରେ ମଧ୍ୟ ବେଶ୍‌ ଉତ୍ସାହର ସହ ପାଳିତ ହେଉଛି ଗଣତନ୍ତ୍ର ଦିବସ । ସେପଟେ, ୧୫ ହଜାର ଫୁଟ ଉପରେ ଯବାନଙ୍କ ପରେଡ୍ ଦେଖିବାକୁ ମିଳିଛି । ଲଦାଖ ବର୍ଡରରେ ମାଇନସ୍ ୩୫ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା […]

ladakha

Niharika Rout
  • Published: Wednesday, 26 January 2022
  • , Updated: 26 January 2022, 10:29 AM IST

ନୂଆ ଦିଲ୍ଲୀ:  କୋଭିଡ କଟକଣା ଭିତରେ ସାରା ଦେଶ ପାଳନ କରୁଛି ୭୩ ତମ ଗଣତନ୍ତ୍ର ଦିବସ । ଏଥିନିମନ୍ତେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  କେବଳ ରାଜଧାନୀ ନୁହେଁ, ଦେଶର କୋଣ ଅନୁକୋଣରେ ମଧ୍ୟ ବେଶ୍‌ ଉତ୍ସାହର ସହ ପାଳିତ ହେଉଛି ଗଣତନ୍ତ୍ର ଦିବସ ।

ସେପଟେ, ୧୫ ହଜାର ଫୁଟ ଉପରେ ଯବାନଙ୍କ ପରେଡ୍ ଦେଖିବାକୁ ମିଳିଛି । ଲଦାଖ ବର୍ଡରରେ ମାଇନସ୍ ୩୫ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇଛନ୍ତି । ସେହିପରି ହିମାଚଳ ପ୍ରଦେଶରେ ୧୬ ହଜାର ଫୁଟ ଉପରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇବା ସହ ପରେଡ୍ କରିଛନ୍ତି ।

ଉତ୍ତରାଖଣ୍ଡରେ ବି ଯବାନମାନେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ ୧୨ ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଛନ୍ତି । ଜୋଶୀମଠ ଅଉଲି ସେକ୍ଟରରେ ITBP ଯବାନମାନେ ଭାରତୀୟ ଜାତୀୟ ପତାକା ଧରି ସ୍କେଟିଂ କରି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି  । ଏହି ଅଞ୍ଚଳରେ ତାପମାତ୍ରା ମାଇନସ ୨୦ ଡିଗ୍ରୀ ତଳେ ରହିଥିଲେ ବି ଯବାନ ଦେଶ ମାତୃକାର ସେବା ଲାଗି ସଜାଗ ବୋଲି ବର୍ତ୍ତା ଦେଇଛନ୍ତି ।

ଅପରପକ୍ଷେ,  ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏନେଇ ଟ୍ୱିଟ କରି ସେ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭ କାମନା, ଜୟ ହିନ୍ଦ ।

ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ମଧ୍ୟ ଭାରତକୁ ଗଣତନ୍ତ୍ର ଦିବସର ଶୁଭକାମନା ଦିଆଯାଇଛି।  ଭାରତ ଓ ଆମେରିକା ମଧ୍ୟରେ ଉତ୍ତମ ବୁଝାମଣାର ଆଧାର ହେଉଛି ଲୋକତାନ୍ତ୍ରିକ  ମୂଲ୍ୟ । ତେଣୁ ଏହାକୁ ବଜାୟ ରଖିବା ହେଉଛି ଉଭୟ ପକ୍ଷଙ୍କ ମିଳିତ ଦାୟିତ୍ୱ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।

ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି, ଦୁନିଆର ସବୁଠୁ ବଡ଼ ଗଣତାନ୍ତ୍ରୀକ ରାଷ୍ଟ୍ର ସହ ଆମେ ଏହି ଦିବସ ପାଳନ କରୁଛୁ । ଏଥିସହ ସେ କହିଛନ୍ତି, ଗତବର୍ଷ ସେପ୍ଟେମ୍ବର ମାସରେ ଭାରତର ପ୍ରଧାନମନ୍ତ୍ରୀ ହ୍ୱାଇଟ ହାଉସ ଆସିଥିବା ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ବାଇଡେନ କହିଥିଲେ,  ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ମଜବୁତ ହେଲେ ଏହାର ଲାଭ ସମଗ୍ର ବିଶ୍ୱକୁ ମିଳିପାରିବ ।

Related story