ଦିଲ୍ଲୀ ହିଂସାକାଣ୍ଡ ବେଳେ ଭାଇଚାରାର ବାର୍ତ୍ତା ଦେଲେ ହିନ୍ଦୁ ଓ ମୁସଲିମ୍

ନୂଆଦିଲ୍ଲୀ: ଭାରତ ହେଉଛି ଭାଇଚାରାର ଦେଶ। ଏଠି ସମସ୍ତ ଧର୍ମର ଲୋକମାନେ ବସବାସ କରନ୍ତି ସମାନ ଅଧିକାର ନେଇ। ହେଲେ ଅନେକ ସମୟରେ ସମ୍ପ୍ରଦାୟକୁ ନେଇ ବିବାଦ ମଧ୍ୟ ଦେଖାଦିଏ। ହେଲେ ଏହାରି ଭିତରେ ଭାଇଚାରାର ବାର୍ତ୍ତା ଦେବାକୁ ଭୁଲନ୍ତି ନାହିଁ ଦେଶବାସୀ। ଦିଲ୍ଲୀରେ ଏବେ ହିଂସା ହୋଇଥିବା ବେଳେ ଉଭୟ ମୁସଲମାନ ଏବଂ ହିନ୍ଦୁ ଭାଇଚାରାର ବାର୍ତ୍ତା ଦେଇଛନ୍ତି। ଗୋଟିଏ ସ୍ଥାନରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ମୁସଲମାନମାନେ ଆଗକୁ ଆସିଥିବା ବେଳେ ଅନ୍ୟପଟେ ମୁସଲମାନଙ୍କୁ ଆଶ୍ରୟ […]

hindu-muslim-clashes

Subhransu Sekhar
  • Published: Thursday, 27 February 2020
  • , Updated: 27 February 2020, 01:55 PM IST

ନୂଆଦିଲ୍ଲୀ: ଭାରତ ହେଉଛି ଭାଇଚାରାର ଦେଶ। ଏଠି ସମସ୍ତ ଧର୍ମର ଲୋକମାନେ ବସବାସ କରନ୍ତି ସମାନ ଅଧିକାର ନେଇ। ହେଲେ ଅନେକ ସମୟରେ ସମ୍ପ୍ରଦାୟକୁ ନେଇ ବିବାଦ ମଧ୍ୟ ଦେଖାଦିଏ। ହେଲେ ଏହାରି ଭିତରେ ଭାଇଚାରାର ବାର୍ତ୍ତା ଦେବାକୁ ଭୁଲନ୍ତି ନାହିଁ ଦେଶବାସୀ। ଦିଲ୍ଲୀରେ ଏବେ ହିଂସା ହୋଇଥିବା ବେଳେ ଉଭୟ ମୁସଲମାନ ଏବଂ ହିନ୍ଦୁ ଭାଇଚାରାର ବାର୍ତ୍ତା ଦେଇଛନ୍ତି। ଗୋଟିଏ ସ୍ଥାନରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ମୁସଲମାନମାନେ ଆଗକୁ ଆସିଥିବା ବେଳେ ଅନ୍ୟପଟେ ମୁସଲମାନଙ୍କୁ ଆଶ୍ରୟ ଦେଇଛନ୍ତି ହିନ୍ଦୁ ପରିବାର। ଦିଲ୍ଲୀ ହିଂସାରେ ଏଯାବତ ୩୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ୧୦୬ ଜଣ ଗିରଫ ହୋଇଛନ୍ତି।

ଉତ୍ତରପୂର୍ବ ଦିଲ୍ଲୀରେ ହିଂସା ବେଳେ ଇନ୍ଦିରା ବିହାର ଏବଂ ଶିବ ବିହାର ରହିଛି। ଏହି ଦୁଇଟି ଅଞ୍ଚଳରେ ୩,୨୦୦ ଘର ରହିଛି। ଏଥିମଧ୍ୟରୁ ୮ ପରିବାର ହିନ୍ଦୁ। ସଂଖ୍ୟା କମ୍ ହୋଇଥିଲେ ମଧ୍ୟ ହିଂସା ବେଳେ ହିନ୍ଦୁ ପରିବାର ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଚିନ୍ତା କରି ଆଗକୁ ଆସିଛନ୍ତି ମୁସଲମାନମାନେ। ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ତାଙ୍କ ଘର ଆଗରେ ଥିବା ନାମ ଫଳକରେ ମୁସଲମାନଙ୍କ ନାମ ଫଳକ ଲେଖି ମାରିଛନ୍ତି। ଏହାଦ୍ୱାରା ସେମାନେ ହିନ୍ଦୁ ପରିବାର ବୋଲି ବାହାରୁ ଜଣାପଡ଼ିବ ନାହିଁ।

ଦୀପାବଳୀ ହେଉ କି କାହାର ଅନ୍ତିମ ସଂସ୍କାର ସବୁବେଳେ ହିନ୍ଦୁ ଓ ମୁସଲମାନ ମିଳିମିଶି ଚଳି ଆସୁଛନ୍ତି। ତେଣୁ ଏଭଳି ସ୍ଥିତିରେ ଆମେ କାହିଁକି ତାଙ୍କୁ ସୁରକ୍ଷା ଦେବୁନି ବୋଲି ଓ୍ୱାସିମ୍ କହିଛନ୍ତି।

ବୁଧବାର ତିନି ଜଣ ମୁସଲମାନ ଇନ୍ଦିରା ବିହାରରେ ଥିବା ଏକ ମନ୍ଦିର ଆଗରେ ବସିଥିଲେ। ଏଭଳି ବସିବାର କାରଣ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂଜାସ୍ଥଳୀ ଭଙ୍ଗାଯିବା କିମ୍ୱା କ୍ଷତି ପହଞ୍ଚାଇବା ଠିକ୍ ନୁହେଁ। ମନ୍ଦିର ପାଖରେ ଗୋଟିଏ ଘର ରହିଛି। ସେହି ଘରର ନାମ ଫଳକରେ ‘ପରଓ୍ୱାଇଜ ଅନସାରୀ; ବୋଲି ଉଲ୍ଲେଖ ରହିଛି। ହେଲେ ସେହି ଘରେ ସରସ୍ୱତୀ, ହନୁମାନ ଏବଂ ଅନ୍ୟାନ୍ୟ ଠାକୁର ରହିଛନ୍ତି। ସେହି ଘରଟି ଜଣେ ଆଚାର ତିଆରି କରୁଥିବା ବ୍ୟକ୍ତିଙ୍କର।

ସେହିପରି ଜଣେ ହିନ୍ଦୁବ୍ୟକ୍ତି ନନ୍ଦଲାଲ ପ୍ରତିକ୍ରିୟାରେ କହିଛନ୍ତି, ଆମେ ଆଜି ସୁରକ୍ଷିତ ମୁସଲମାନ ଭାଇ ଭଉଣୀଙ୍କ ପାଇଁ। କାରଣ ସେମାନେ କାହାରିକୁ ପ୍ରବେଶ କରିବା ପାଇଁ ଦେଉ ନାହାନ୍ତି।

ତସଲିମ ଅନସାରୀ ନାମକ ବ୍ୟକ୍ତି ପ୍ରତିକ୍ରିୟାରେ କହିଛନ୍ତି, ଆଜି ଶିବ ବିହାର ଜଳୁଛି। ଏହାର କାରଣ ସେଠିକାର ଲୋକନୁହେଁ। ବରଂ ବାହାର ଲୋକମାନେ ଆସି ସେଠାରେ ଜଳାପୋଡ଼ା କରି ହିଂସା ଘଟାଇଛନ୍ତି।

ତାରା ଦେଭ ନାମକ ବ୍ୟକ୍ତି ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ତିନି ଦଶହ୍ଦି ଧରି ସେମାନେ ଏଠାରେ ରହିଆସୁଛନ୍ତି। ପଡ଼ୋଶୀ ଅନ୍ୟ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସେମାନଙ୍କୁ କୌଣସି ଅସୁବିଧା ହୋଇ ନାହିଁ।

ସେହିପରି ଦିଲ୍ଲୀ ହିଂସା ବେଳେ ଅଶୋକ ନଗରରେ ଅନେକ ମୁସଲମାନଙ୍କ ଘର ନଷ୍ଟ ହୋଇଯାଇଛି। ଏବେ ବେଘର ହୋଇଥିବା ୪୦ ମୁସଲମାନଙ୍କୁ ପଡ଼ୋଶୀ ହିନ୍ଦୁମାନେ ସାହାରା ଦେଇଛନ୍ତି। ମଙ୍ଗଳବାର ହିଂସା ବେଳେ ଏହି ମୁସଲମାନଙ୍କ ଘର ଜଳି ପୋଡ଼ି ନଷ୍ଟ ହୋଇଯାଇଛି।

ସେହିଦିନ ପାଖାପାଖି ୧୦୦୦ ଜଣ ଲୋକ ଅପରାହ୍ନ ୧ଟା ୩୦ ବେଳେ ଅଶୋକ ନଗରରେ ଥିବା ମସଜିଦ ନିକଟରେ ଥିବା କଲୋନୀରେ ପ୍ରବେଶ କରିଥିଲେ। ଏଥିମଧ୍ୟରୁ ହିଂସାକାରୀ ମସଜିଦ ମଧ୍ୟରେ ପ୍ରବେଶ କରିଥିଲେ। ଏହି ସମୟରେ ୨୦ ଜଣ ମସଜିଦରେ ପ୍ରାର୍ଥନା କରୁଥିଲେ। ମସଜିଦ ଭିତରେ କିଛି ହିଂସାକାରୀ ମୁହଁରେ କପଡ଼ା ବାନ୍ଧି ହାତରେ ଗେରୁଆ ରଙ୍ଗର ପତାକା ସହିତ ଜାତୀୟ ପତାକା ଧରି ପ୍ରବେଶ କରିଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ।

ଅଶୋକ ନଗର ନିବାସୀ ରାଜେଶ ଖତ୍ରୀ କହିଛନ୍ତି, ହିଂସାକାରୀ ମୁହଁ ଘୋଡ଼ାଇ ରଖିଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବ ନଥିଲା। ସେମାନେ ଏକ ଦୋକାନ ଜଳାଇ ଦେଇଥିଲେ। ଏହାପରେ ସମସ୍ତେ ଭୟଭୀତ ହୋଇ ପଳାଇଥିଲେ।

ହିଂସାକାରୀ ଏଠାରେ ଥିବା ୬ ମୁସଲମାନ ପରିବାରଙ୍କ ଆଡ଼କୁ ଅଗ୍ରସର ହୋଇ ସମସ୍ତ ଘରେ ନିଆଁ ଲଗାଇ ନଷ୍ଟ କରି ଦେଇଥିଲେ। ଘର ପୋଡ଼ିଯିବା ପରେ ରାସ୍ତା ରହିବାକୁ ପଡ଼ିଥାନ୍ତା ହେଲେ ପଡ଼ୋଶୀ ହିନ୍ଦୁ ପରିବାର ତାଙ୍କୁ ରହିବାକୁ ଆଶ୍ରୟ ଦେଇଥିବା ମହମ୍ମଦ ରଶୀଦ କହିଛନ୍ତି। ଦୀର୍ଘ ୨୫ ବର୍ଷ ହେବ ଏଠାରେ ମୁସଲମାନ ପରିବାର ରହୁଛନ୍ତି। ହେଲେ କେବେ ବି ହିନ୍ଦୁ ପରିବାରଙ୍କ ସହିତ ମନାନ୍ତର ହୋଇନଥିବା ସେ କହିଛନ୍ତି।

Related story