ଇମ୍ରାନ୍‌ଙ୍କ ନୂଆ ପାକିସ୍ତାନ: ମନ୍ଦିର ଭାଙ୍ଗିଲେ, ହିନ୍ଦୁ ଶିକ୍ଷକଙ୍କୁ ପିଟିଲେ

ଇସ୍‌ଲାମାବାଦ୍‌: ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ଶିକ୍ଷକଙ୍କ ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ମତ ରଖିଥିବା ବା ‘ବ୍ଲାସ୍‌ଫେମୀ’ ଅଭିଯୋଗ ଆଣି କିଛି ବ୍ୟକ୍ତି ଏଭଳି ତାଙ୍କ ଉପରେ ଆକ୍ରମଣ କରିବା ସହ ଏକ ମନ୍ଦିର ମଧ୍ୟ ଭାଙ୍ଗି ଦେଇଛନ୍ତି। ସିନ୍ଧର ଘୋଟ୍‌କିଠାରେ ଏଭଳି ଘଟଣା ଘଟିଛି। ଏହି ଦୃର୍ବୃତ୍ତ ଅଭିଯୋଗ ଆଣିଛନ୍ତି ଏହି ଶିକ୍ଷକ ଏବଂ ତାଙ୍କ ଛାତ୍ରମାନେ କୁଆଡ଼େ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧୀ କାମ କରୁଥିଲେ। ଏହାପରେ […]

pak

Subrat Kumar Nayak
  • Published: Sunday, 15 September 2019
  • , Updated: 15 September 2019, 10:06 PM IST

ଇସ୍‌ଲାମାବାଦ୍‌: ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ଶିକ୍ଷକଙ୍କ ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ମତ ରଖିଥିବା ବା ‘ବ୍ଲାସ୍‌ଫେମୀ’ ଅଭିଯୋଗ ଆଣି କିଛି ବ୍ୟକ୍ତି ଏଭଳି ତାଙ୍କ ଉପରେ ଆକ୍ରମଣ କରିବା ସହ ଏକ ମନ୍ଦିର ମଧ୍ୟ ଭାଙ୍ଗି ଦେଇଛନ୍ତି। ସିନ୍ଧର ଘୋଟ୍‌କିଠାରେ ଏଭଳି ଘଟଣା ଘଟିଛି।

ଏହି ଦୃର୍ବୃତ୍ତ ଅଭିଯୋଗ ଆଣିଛନ୍ତି ଏହି ଶିକ୍ଷକ ଏବଂ ତାଙ୍କ ଛାତ୍ରମାନେ କୁଆଡ଼େ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧୀ କାମ କରୁଥିଲେ। ଏହାପରେ ଘୋଟ୍‌କୀ ସହରରେ କୋକୁଆ ଭୟ ଖେଳିଯାଇଛି ଏବଂ ହିନ୍ଦୁ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣରେ ଚରମପନ୍ଥୀ ମିଆଁ ମିଠୁ ଏବଂ ତା’ର ସହଯୋଗୀ ସଂଶ୍ଲିଷ୍ଟ ଥିବା କୁହାଯାଉଛି।

https://twitter.com/bilalfqi/status/1173183989319917569?s=20
ଶନିବାର ରାତିରେ ଏହି ହିନ୍ଦୁ ପ୍ରିନ୍ସିପାଲଙ୍କ ନାମରେ ‘ବ୍ଲାସ୍‌ଫେମୀ’ ଅଭିଯୋଗ ଆସିଥିଲା। ଏହାପରେ ଦୃର୍ବୃତ୍ତ ସିନ୍ଧ ପବ୍ଲିକ୍‌ ସ୍କୁଲ ଭଙ୍ଗାରୁଜା କରିଥିଲେ। ଏହାପରେ ଶିକ୍ଷକଙ୍କ ଗିରଫ ଦାବି କରି ଏହି ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି।

Related story