କୋଳରେ ୨ ମାସର ଛୁଆ ଧରି ବିବାହ ଭୋଜି ଦେଲେ ଦମ୍ପତି

ଇସଲାମବାଦ: ମହାମାରୀ କରୋନା ସମଗ୍ର ବିଶ୍ୱରେ ବହୁ  ଜୀବନ ସହ ଜୀବିକା ମଧ୍ୟ ଛଡ଼ାଇ ନେଇଛି। ଏପରିକି ଏହାର ପ୍ରଭାବ ଲୋକଙ୍କ ସାମାଜିକ ଜୀବନରେ ମଧ୍ୟ ନିଜ ଛାପ ଛାଡ଼ି ଯାଇଛି। ଏହାର ଏକ ଉଦାହାରଣ ଦେଖିବାକୁ ମିଳିଛି ପାକିସ୍ତାନର ହାଫିଜାବାଦରେ । ହାଫିଜାବାଦରେ ଆୟୋଜିତ ଏକ ବିବାହ ଉତ୍ସବର ରିସେପସନ୍‌ ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଏହା ପଛର କାରଣ ଶୁଣିଲେ ଯେ କି ଆଶ୍ଚର୍ଯ୍ୟ ହେବ। କାରଣ ନବଦମ୍ପତି ଷ୍ଟେଜରେ […]

Pakistani couple

Pakistani couple

Niharika Rout
  • Published: Friday, 26 March 2021
  • Updated: 26 March 2021, 02:21 PM IST

Sports

Latest News

ଇସଲାମବାଦ: ମହାମାରୀ କରୋନା ସମଗ୍ର ବିଶ୍ୱରେ ବହୁ  ଜୀବନ ସହ ଜୀବିକା ମଧ୍ୟ ଛଡ଼ାଇ ନେଇଛି। ଏପରିକି ଏହାର ପ୍ରଭାବ ଲୋକଙ୍କ ସାମାଜିକ ଜୀବନରେ ମଧ୍ୟ ନିଜ ଛାପ ଛାଡ଼ି ଯାଇଛି। ଏହାର ଏକ ଉଦାହାରଣ ଦେଖିବାକୁ ମିଳିଛି ପାକିସ୍ତାନର ହାଫିଜାବାଦରେ ।

ହାଫିଜାବାଦରେ ଆୟୋଜିତ ଏକ ବିବାହ ଉତ୍ସବର ରିସେପସନ୍‌ ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଏହା ପଛର କାରଣ ଶୁଣିଲେ ଯେ କି ଆଶ୍ଚର୍ଯ୍ୟ ହେବ। କାରଣ ନବଦମ୍ପତି ଷ୍ଟେଜରେ ଛିଡ଼ା ହୋଇଥିବା ବେଳେ ସେମାନଙ୍କ କୋଳରେ ଥିଲା ୨ ମାସର ଛୁଆ। ଏହାକୁ ନେଇ ସୋଶାଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିବା ବେଳେ ଏହା ପଛରେ ରହିଛି କରୋନା ଇମ୍ପାକ୍ଟ।

ପୂରା ଘଟଣାଟି ଏହିପରି। ୨୬ ବର୍ଷୀୟ ରୟାନ ରଉକ ଶେଖ ଓ ତାଙ୍କ ପତ୍ନୀ ଅନମୋଲଙ୍କ ରିସେପସନ ଗତ ୨୬ ତାରିଖରେ ବେଶ୍‌ ଧୁମଧାମରେ ଆୟୋଜିତ ହୋଇଥିଲା। କିନ୍ତୁ ସେମାନଙ୍କ କୋଳରେ ଥିବା ଛୁଆକୁ ନେଇ ଚର୍ଚ୍ଚା ଥମିବା ନାଁ ଧରିଲା ନାହିଁ।

ଏହାର ଉତ୍ତର ଦେବାକୁ ଯାଇ ରୟାନ କହିଛନ୍ତି, ସେମାନଙ୍କ ରିସେପସନ୍‌ ଗତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ହେବାର ଥିଲା। କିନ୍ତୁ ଉକ୍ତ ଦିନ ସକାଳୁ ସକାଳୁ ସେଠାକାର ସରକାର ଲକ୍‌ଡାଉନ୍‌ ଘୋଷଣା କରିଦେଲେ । ଫଳରେ ସେମାନଙ୍କୁ ନିଜ ରିସେପସନ୍‌କୁ ବାତିଲ କରିବାକୁ ପଡ଼ିଲା। ହେଲେ ସେମାନେ ଜାଣି ନ ଥିଲେ ଏହି କଟକଣା କେତେ ଦିନ ଲାଗୁ ହେବ।

ଏହାମଧ୍ୟରେ ରମଜାନ, ଇଦ୍‌ ଆଦି ପର୍ବ ପଡ଼ିବାରୁ ବିବାହ ଭୋଜି କରିବା ସମ୍ଭବପର ହୋଇପାରି ନ ଥିଲା। ସରକାର ବିଭିନ୍ନ ସମୟରେ ନୂଆ ନୂଆ କଟକଣା ଲାଗୁ କରିବା ସହ ଗହଳିକୁ କଡ଼ାକଡ଼ି ଭାବେ ବାରଣ କରୁଥିଲେ। ଏଥିଯୋଗୁ ବନ୍ଧୁପରିଜନଙ୍କୁ ଏକତ୍ରିତ କରିବା ସମ୍ଭବପର ହୋଇପାରିଲା ନାହିଁ। ଏହାମଧ୍ୟରେ ରୟାନଙ୍କ ପତ୍ନୀ ଗର୍ଭବତୀ ହୋଇଗଲେ। ତେଣୁ ଭୋଜିଭାତ ଆୟୋଜନ ସମ୍ଭବ ହୋଇପାରିଲା ନାହିଁ।

ଗତ ଜାନୁଆରୀରେ ଅନମୋଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଏହି ଦମ୍ପତି ଭୋଜି ଆୟୋଜନରେ ଲାଗି ପଡ଼ିଲେ। ପ୍ରଥମେ ଭୋଜି ନିମନ୍ତେ ୮୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ପୁଣି ଥରେ କରୋନା ଗ୍ରାଫ ବଢ଼ିବାରୁ ଏହି ସଂଖ୍ୟା ୨୦୦ରେ ସୀମିତ ରଖାଗଲା। ଭୋଜି ବେଳର ଫଟୋ ଜଣେ ସମ୍ପର୍କୀୟ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ପରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଲା। ଏପରି ସନ୍ତାନ ଦୁନିଆରେ ପ୍ରଥମ, ଯେକି ନିଜ ପିତାମାତାଙ୍କ ବିବାହ ଉତ୍ସବରେ ସାମିଲ ହେବାର ସୁଯୋଗ ପାଇଲା ବୋଲି ୟୁଜରମାନେ କମେଣ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story