ଅନ୍ତିମ ଇଚ୍ଛାର ଅନ୍ତରାଳେ...

ସୁଶାନ୍ତ କୁମାର ବିଷୋୟୀ ଫାଶୀ ପୂର୍ବରୁ ଶେଷ ଇଚ୍ଛା ଖାଲି ଯେ ଏକ ନିର୍ଦ୍ଦିଷ୍ଟ ଜେଲ୍ ନିୟମ ତା’ ନୁହେଁ। ଏହା ଯଥାସମ୍ଭବ ଅନୁପାଳନନୀୟ ମଧ୍ୟ। ଆଜି ଏହି କଥା ଏଥିପାଇଁ ଉଠିଛି, କାରଣ ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ଜଘନ୍ୟ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୪ ଯୌନରାକ୍ଷସଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରା ଯିବା ପରେ ସମସ୍ତେ ରହିଛନ୍ତି ନୀରବ। କେହି ଜଣେ ହେଲେ ଜଣାଇ ନାହାନ୍ତି ସେମାନଙ୍କ ଅନ୍ତିମ ଆକାଂକ୍ଷା। ତେବେ ଏହି […]

su

su

Subrat Kumar Nayak
  • Published: Tuesday, 28 January 2020
  • Updated: 28 January 2020, 09:14 PM IST

Sports

Latest News

  • ସୁଶାନ୍ତ କୁମାର ବିଷୋୟୀ

ଫାଶୀ ପୂର୍ବରୁ ଶେଷ ଇଚ୍ଛା ଖାଲି ଯେ ଏକ ନିର୍ଦ୍ଦିଷ୍ଟ ଜେଲ୍ ନିୟମ ତା’ ନୁହେଁ। ଏହା ଯଥାସମ୍ଭବ ଅନୁପାଳନନୀୟ ମଧ୍ୟ। ଆଜି ଏହି କଥା ଏଥିପାଇଁ ଉଠିଛି, କାରଣ ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ଜଘନ୍ୟ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୪ ଯୌନରାକ୍ଷସଙ୍କୁ ସେମାନଙ୍କ ଶେଷ ଇଚ୍ଛା ପଚରା ଯିବା ପରେ ସମସ୍ତେ ରହିଛନ୍ତି ନୀରବ। କେହି ଜଣେ ହେଲେ ଜଣାଇ ନାହାନ୍ତି ସେମାନଙ୍କ ଅନ୍ତିମ ଆକାଂକ୍ଷା। ତେବେ ଏହି ଜହ୍ଲାଦଙ୍କ ପୂର୍ବରୁ ବିଭିନ୍ନ ସମୟରେ ଫାଶୀ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ହତ୍ୟାକାରୀ। ତେବେ ଅତୀତରେ ଦେଶଭକ୍ତ ମଧ୍ୟ ଫାଶୀ ପାଇଛନ୍ତି। ହେଲେ କ’ଣ ସବୁ ଥିଲା ସେମାନଙ୍କ ଅନ୍ତିମ ଇଚ୍ଛା। କେଉଁ ମାନଙ୍କର ଇଛା ପୂରଣ ହୋଇଛି, ଆଉ କାହାର ଅଧୁରା ରହିଯାଇଛି ତାହା ଜାଣିବାକୁ ସମସ୍ତଙ୍କର ଉତ୍ସୁକତା ରହିଆସିଛି।

୨୩ ମାର୍ଚ୍ଚ ୧୯୩୧ ମହାନ ଦେଶଭକ୍ତ ସହିଦ ଭଗତ ସିଂଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଯିବା ପୂର୍ବରୁ କଣ ଥିଲା ତାଙ୍କ ଶେଷ ଇଚ୍ଛା ଅନେକ ହୁଏତ ସେ କଥା ଜାଣିନଥିବେ। ସେସବୁ ବାବଦରେ ଶୁଣିଲେ ନିଶ୍ଚୟ ତାଙ୍କ ଦେଶ ପ୍ରେମର ମହାନତା ସମସ୍ତଙ୍କୁ ଅନୁଭବ ହେବ। ପଞ୍ଜାବ ଗଭର୍ଣ୍ଣରଙ୍କୁ ଭଗତ ସିଂ ଚିଠି ଲେଖି ତାଙ୍କୁ ଫାଶୀ ନୁହେଁ ବରଂ ଗୁଳି କରି ହତ୍ୟା ଲାଗି ଇଚ୍ଛାବ୍ୟକ୍ତ କରିଥିଲେ। ଖାଲି ସେତିକି ନୁହେଁ ତାଙ୍କ ସହ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ବି ତାଙ୍କ ସହ ଗୁଳି କରି ହତ୍ୟା ଚାହିଁଥିଲେ। ହେଲେ ତାହା ପୂରଣ ହୋଇପାରି ନଥିଲା।

ଠିକ୍ ସେମିତି ୭୦ବର୍ଷ ପରେ ଆଜି ବି ଅଧୁରା ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେର ଫାଶୀ ପୂର୍ବରୁ ଶେଷ ଇଚ୍ଛା ମୃତ୍ୟୁ ପରେ ତା’ର ଚିତାଭସ୍ମକୁ ସିନ୍ଧୁ ନଦୀରେ ଭସାଇ ଦେବାକୁ ଇଚ୍ଛା କରିଥିଲା। ହେଲେ ଆଜିଯାଏଁ ତାହା ସମ୍ଭବ ହୋଇ ପାରିନି। ଫାଶୀର ଦିନକ ପୂର୍ବରୁ ୧୪ ନଭେମ୍ବର ୧୯୪୯ରେ ଭାଇ ଦତ୍ତାତ୍ରେୟ ବିନାୟକ ଗଡ୍‌ସେକୁ ଲେଖିଥିବା ଶେଷ ଚିଠିରେ ନାଥୁରାମ ଚିତାଭସ୍ମ କଥା ଲେଖିବା ସହ ତାର ସମସ୍ତ ବୀମା ଟଙ୍କା ଦୁଇ ଭାଇଙ୍କ ପତ୍ନୀଙ୍କୁ ଦେବାକୁ ଲେଖିଥିଲା। ହେଲେ ତା’ ଅସ୍ଥିକୁ ଆଜିଯାଏ ପରିବାର ଲୋକେ ସାଇତି ରଖିଛନ୍ତି। କାରଣ ନାଥୁରାମ ଦେଖିଥିବା ଅଖଣ୍ଡ ଭାରତର ସ୍ୱପ୍ନ ସାକାର ହେଲେ ସେମାନେ ତାଙ୍କ ଅସ୍ଥି ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଅନେକାଂଶରେ ପୂରଣ ହୋଇଥିଲା କୋଲକାତାର ବହୁଚର୍ଚ୍ଚିତ ନାବାଳିକା ହିତାଲ ପାରେଖ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଧନଞ୍ଜୟ ଚାଟାର୍ଜୀର ଶେଷ ଇଚ୍ଛା। ଅଗଷ୍ଟ ୧୪, ୨୦୦୪ରେ ଆଲିପୁର ସେଣ୍ଟ୍ରାଲ ଜେଲରେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଧନଞ୍ଜୟ ଜେଲ୍ ଡାକ୍ତର ବାସୁଦେବ ମୁଖାର୍ଜୀଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଚାହିଁଥିଲା। ତାସହ ଅନ୍ତେବାସୀଙ୍କ ସହ ମିଶି ଗାଇଥିଲା ରବୀନ୍ଦ୍ରନାଥ ଟାଗୋର ଓ କିଶୋର କୁମାରଙ୍କ କିଛି ଗୀତ।

୯ ଫେବୃଆରୀ ୨୦୧୩ ମୃତ୍ୟୁଦଣ୍ଡରେ ଦଣ୍ଡିତ ସଂସଦ ଭବନ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ କାଶ୍ମୀର ଆତଙ୍କୀ ଆଫଜଲ୍ ଗୁରୁର ଶେଷ ଇଚ୍ଛା କଣ ଥିଲା ତାହା ଆଜି ବି ଅସ୍ପଷ୍ଟ। ସାପୋରରେ ରହୁଥିବା ନିଜ ପତ୍ନୀ ପାଖକୁ ଉର୍ଦ୍ଦୁରେ ସେ ଲେଖିଥିଲା ଚିଠି ଯେଉଁଥିରେ ସେ ଇଶ୍ୱରଙ୍କ ହେପାଜତରେ ସେମାନଙ୍କୁ ଛାଡିଯାଉଛି ବୋଲି ଲେଖିଥିବା କୁହାଯାଇଥିଲା। ତେବେ ତା’ର ପରିବାର ଲୋକଙ୍କ ପକ୍ଷରୁ ଏଯାଏଁ ତାହା ଅସ୍ପଷ୍ଟ ରହିଛି।

କିନ୍ତୁ ବିନା ଶେଷ ଇଛା ପୂରଣରେ ବି ଫାଶି ଖୁଣ୍ଟରେ ଝୁଲିଥିଲା ୧୯୯୩ ବମ୍ବେ ବୋମା ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ୟାକୁବ ମେମନ୍। ଜୁଲାଇ ୩୦ ୨୦୧୫ରେ ନାଗପୁର ଜେଲରେ ତାକୁ ଫାଶୀ ଦିଆଯିବା। ପୂର୍ବରୁ ପଚରା ଯାଇଥିବା ଶେଷ ଇଚ୍ଛାରେ ସେ ଝିଅ ଜୁବେଇଦାକୁ ଥରେ ଆଖି ପୂରେଇ ଦେଖିବାକୁ ଚାହିଁଥିଲା। ହେଲେ ତାହା ସମ୍ଭବ ହୋଇପାରି ନଥିଲା। ତେବେ ଜେଲ୍ କର୍ତ୍ତୃପକ୍ଷ ଟେଲିଫୋନ୍‌ରେ ଝିଅ ସହ କଥାବାର୍ତ୍ତା କରାଇଥିଲେ, ଯେଉଁଥିରେ ଝିଅର ଯତ୍ନ ନେବାକୁ କୋହଭରା କଣ୍ଠରେ ଭାଇ ଉସମାନ୍ ଓ ସୁଲେମାନଙ୍କୁ କହିଥିଲା ୟାକୁବ୍।

୨୬/୧୧ ମୁମ୍ବାଇ ଆକ୍ରମଣର ବଡ଼ ଅଭିଯୁକ୍ତ ଲସ୍କର-ଏ-ତୋଇବା ଆତଙ୍କବାଦୀ ଆଜମଲ କସାବ ଫାଶୀ ପାଇବା କଥା ଶୁଣି ଅତ୍ୟନ୍ତ ବିବ୍ରତ ହୋଇ ପଡିଥିଲା। ୨୧ ନଭେମ୍ବର ୨୦୧୨ରେ ପୁଣେର ୟେରଓ୍ୱାଡା ଜେଲରେ ସେ ଫାଶୀ ପାଇଥିଲା। ଏହା ପୂର୍ବରୁ ତାର ଗୋଟିଏ ମାତ୍ର ଶେଷ ଇଚ୍ଛା ଥିଲା। ଫାଶୀ ପାଇଁ ମରିଥିବା ସମ୍ପର୍କରେ ତା ମା’କୁ ଜଣାଇବାକୁ ଚାହିଁଥିଲା କସାବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story