୫ ହିଜବୁଲ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁକଶ୍ମୀରର ସୋପିଆନ୍‌ ଜିଲ୍ଲାରେ ସୁରକ୍ଷାକର୍ମୀ ୫ ଜଣ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ପୁଲିସ୍‌ ପକ୍ଷରୁ ଏନେଇ ସୂଚନା ଦେଇ କୁହାଯାଇଛି, ବିଶେଷ ସୂତ୍ରରୁ ଖବର ପାଇ, ପୁଲିସ୍‌ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସହ ଜଡ଼ିତ ୫ ଜଣଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତିମାନେ ଆକିବ୍‌ ନାଜିର ରାଥାର, ଆମୀର ମାଜିଦ୍‌ ୱାନି, ସମୀର ଅହମ୍ମଦ ଭଟ୍ଟ, ଫୈଜଲ୍‌ ଫାରୁକ୍‌ ଅହଙ୍ଗର ଏବଂ ରୟିସ୍‌ ଅହମ୍ମଦ ଗନାଇ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ପଚରାଉଚରାବେଳେ ଏହି ହିଜ୍‌ବୁଲ ସହଯୋଗୀମାନେ କହିଛନ୍ତି, ସେମାନେ ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି କରାଯାଉଥିବା ଆଇଡି ବିସ୍ଫୋରଣ ପୂର୍ବରୁ ଯୋଜନା ପାଇଁ ସେମାନେ ସାହାଯ୍ୟ କରନ୍ତି। ସେମାନଙ୍କ କହିବା ଅନୁଯାୟୀ ସୁରକ୍ଷା କର୍ମୀ ଏକ ଶକ୍ତିଶାଳୀ ଆଇଡି ମଧ୍ୟ ଜବତ କରିଛନ୍ତି। ଏପରି କରି ସୁରକ୍ଷାକର୍ମୀ ଏକ ବଡ଼ ବିପଦ ଟାଳି ଦେଇପାରିଥିବା ବିବୃତିରେ କୁହାଯାଇଛି। ସେମାନେ କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି ପାଇଁ ଏକ ବଡ଼ ବିସ୍ଫୋରଣ କରିବା ଯୋଜନାରେ ଥିଲେ।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପୁଣି ପାକିସ୍ତାନର ପୋଲ୍ ଖୋଲିଲା ଭାରତ

ରିଭ୍ୟୁ ପିଟିସନ ଦାଖଲ କରିବାକୁ କୁଳଭୂଷଣ ମନା କରିଥିବା କହିଲା ପାକିସ୍ତାନ

ମନ୍ତ୍ରୀଙ୍କୁ କରୋନା, ସଂଗରୋଧରେ ରହିଲେ ମୁଖ୍ୟମନ୍ତ୍ରୀ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ଧରାଇ ଦେଲା ସିସିଟିଭି; ଗାଈ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖି ଗିରଫ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

ସେଲଫି ନେବାର କ୍ରେଜ

ସ୍ୱପ୍ନା ସୁରେଶ କିଏ? କେମିତି ହେଲେ ସୁନା ସ୍ମଗଲିଂର କୁଇନ୍‌

ଜାଣି ରଖନ୍ତୁ ଛୋଟ ଛୋଟ ଘରକରଣା ଟିପ୍ସ

ଏମଆଇଟି ସର୍ଭେରୁ ଆସିଲା ଭୟଙ୍କର ତଥ୍ୟ: ଭାରତରେ ଦୈନିକ ଚିହ୍ନଟ ହେବ ୨.୮୭ ଲକ୍ଷ ପଜିଟିଭ

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ସାଂଘାତିକ ତଥ୍ୟ ଦେଲା ‘ହୁ’: କହିଲା କରୋନା ବିଶ୍ୱରେ ଏଯାଏ ସର୍ବୋଚ୍ଚ ଗତି ଦେଖାଇନି