ଜମ୍ମୁ ଗ୍ରେନେଡ୍‌ ବିସ୍ଫୋରଣ ପଛରେ ହିଜବୁଲର ହାତ, ଆତଙ୍କୀ ଗିରଫ

ଜମ୍ମୁ: ଜନଗହଳିପୂର୍ଣ୍ଣ ଜମ୍ମୁ ବସ୍‌ଷ୍ଟାଣ୍ଡରେ ସଙ୍ଘଟିତ ଗ୍ରେନେଡ୍‌ ବିସ୍ଫୋରଣ ପଛରେ ପାକିସ୍ତାନରେ ସକ୍ରିୟ ଥିବା ହିଜବୁଲ ମୁଜାହିଦ୍ଦିନର ହାତ ରହିଛି। ହିଜବୁଲର ଆତଙ୍କୀ ୟାସିର ଭଟ୍ଟକୁ ପୁଲିସ୍‌ ଘଟଣାର ୫ ଘଣ୍ଟା ମଧ୍ୟରେ ଗିରଫ କରିବା ସହ ସେ ଏହି ଅପରାଧକୁ ସ୍ୱୀକାର କରିଛି। ଆଜି ମଧ୍ୟାହ୍ନ ୧୨ଟାରେ ଜମ୍ମୁ ବସ୍‌ଷ୍ଟାଣ୍ଡ ନିକଟରେ ଅତର୍କିତ ଗ୍ରେନେଡ ମାଡ଼ ହୋଇଥିଲା। ଏଥିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ […]

d

d

Hemant Lenka
  • Published: Thursday, 07 March 2019
  • Updated: 07 March 2019, 08:29 PM IST

Sports

Latest News

ଜମ୍ମୁ: ଜନଗହଳିପୂର୍ଣ୍ଣ ଜମ୍ମୁ ବସ୍‌ଷ୍ଟାଣ୍ଡରେ ସଙ୍ଘଟିତ ଗ୍ରେନେଡ୍‌ ବିସ୍ଫୋରଣ ପଛରେ ପାକିସ୍ତାନରେ ସକ୍ରିୟ ଥିବା ହିଜବୁଲ ମୁଜାହିଦ୍ଦିନର ହାତ ରହିଛି। ହିଜବୁଲର ଆତଙ୍କୀ ୟାସିର ଭଟ୍ଟକୁ ପୁଲିସ୍‌ ଘଟଣାର ୫ ଘଣ୍ଟା ମଧ୍ୟରେ ଗିରଫ କରିବା ସହ ସେ ଏହି ଅପରାଧକୁ ସ୍ୱୀକାର କରିଛି।

ଆଜି ମଧ୍ୟାହ୍ନ ୧୨ଟାରେ ଜମ୍ମୁ ବସ୍‌ଷ୍ଟାଣ୍ଡ ନିକଟରେ ଅତର୍କିତ ଗ୍ରେନେଡ ମାଡ଼ ହୋଇଥିଲା। ଏଥିରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ନାଁ ମହମ୍ମଦ ଶାରିକ୍‌(୧୭)।

ସେ ଉତ୍ତରାଖଣ୍ଡ ସ୍ଥିତ ହରିଦ୍ୱାରର ମୂଳବାସିନ୍ଦା। ବିସ୍ଫୋରଣ ପରେ ତାଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଜମ୍ମୁର ଆଇଜି ମନୀଷ ସିହ୍ନା କହିଛନ୍ତି, ଗ୍ରେନେଡ୍‌ ମାଡ଼ କରିଥିବା ୟାସିର ଭଟ୍ଟକୁ ପୁଲିସ୍‌ ୫ ଘଣ୍ଟା ମଧ୍ୟରେ ଗିରଫ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ୧୫ ଜଣଙ୍କୁ ଅଟକ ରଖାଯାଇଥିଲା। ପଚରାଉଚରା ବେଳେ ୟାସିର ତା’ର ଅପରାଧ ସ୍ୱୀକାର କରିଛି। ସେ ହିଜବୁଲର ଜଣେ ସଦସ୍ୟ। ୟାସିର ଭଟ୍ଟକୁ ପୁଲିସ୍‌ ନଗ୍ରୋଟା ସ୍ଥିତ ଟୋଲା ପ୍ଲାଜା ନିକଟରୁ ଗିରଫ କରିଛି।

ତାକୁ ଏପରି ଗ୍ରେନେଡ ମାଡ଼ କରିବାକୁ କୁଲଗାମ୍‌ର ହିଜବୁଲ କମାଣ୍ଡର ଫାରୁକ ଅହମ୍ମଦ ଭଟ୍ଟ ଓରଫ ଓମାର କହିଥିଲା। ଏବେ ପୁଲିସ୍‌ ଓମାରକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ପଚରା ଉଚରା ବେଳେ ୟାସିର କହିଛି, ଆଜି ସକାଳେ ସେ କୁଲଗାମରୁ ଓମାରଠାରୁ ଗ୍ରେନେଡ୍‌ ଆଣି ଜମ୍ମୁରେ ପହଞ୍ଚିଥିଲା। ଏହାପରେ ପାଖାପାଖି ୧୨ଟା ପରେ ସେ ଗ୍ରେନେଡ୍‌ ମାଡ଼ କରିଥିଲା।”

ଏହି ଗ୍ରେନେଡ୍‌ ମାଡ଼ରେ ରାଜ୍ୟ ପ୍ରଶାସନ ପକ୍ଷରୁ ଚଳାଚଳ କରୁଥିବା ଏକ ବସ୍‌ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ନଥିଲେ। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଥିବା ଫଳ ଦୋକାନୀ ଓ ଅନ୍ୟ ବ୍ୟବସାୟୀମାନେ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ। ସମସ୍ତ ୩୨ ଜଣ ଆହତଙ୍କୁ ସ୍ଥାନୀୟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ନିଆଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକ ମହମ୍ମଦଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରେ ୧୧ ଜଣ କଶ୍ମୀରବାସୀ ହୋଇଥିବା ବେଳେ ୨ ଜଣ ବିହାର ଓ ଛତିଶଗଡ଼ ଏବଂ ହରିଆଣାର ଜଣେ ଲେଖାଏ ଲୋକ ରହିଛନ୍ତି। ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ। ୩୨ ଜଣ ଆହତଙ୍କ ମଧ୍ୟରୁ ୧୯ ଜଣ ଏବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନଙ୍କୁ ଡିସଚାର୍ଜ କରାଯାଇଛି।

ଜମ୍ମୁର ହାର୍ଟ କୁହାଯାଉଥିବା ବସ୍‌ଷ୍ଟାଣ୍ଡରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଘନଘନ ଗ୍ରେନେଡ୍‌ ମାଡ଼ କରିବାରୁ ସ୍ଥାନୀୟ ଅଞ୍ଚଳରେ ଏବେ ବି କୋକୁଆ ଭୟ ସୃଷ୍ଟି ହୋଇଛି। ଚୀନ୍‌ ନିର୍ମିତ ଗ୍ରେନେଡ୍‌ ଦ୍ୱାରା ଏଭଳି ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଡଗ୍‌ ସ୍କ୍ୱାଡ୍‌ ଦ୍ୱାରା ଛାନଭିନ୍‌ ଆରମ୍ଭ କରିଥିଲା।

ଘଟଣା ପରେ ଜମ୍ମୁର ମୁଖ୍ୟ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସମସ୍ତ ଗାଡ଼ିଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story