ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦେଶର ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ଅଶୋକ ଲାଭାସା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିର୍ବାଚନ କମିଶନ ବଦଳରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ଉପ ସଭାପତି ଭାବେ କାର୍ଯ୍ୟ କରିବେ। ଜୁଲାଇ ୧୫ରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଅଶୋକଙ୍କୁ ଉପ ସଭାପତି ପଦରେ ନିଯୁକ୍ତି ଦେବ ବୋଲି ଘୋଷଣା କରିଥିଲା। ଏହି କାରଣରୁ ସେ ଆଜି ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି। ୬୨ ବର୍ଷୀୟ ଅଶୋକ ୨୦୧୮ ଜାନୁଆରୀ ମାସରେ ଦେଶର […]

y

Hemant Lenka
  • Published: Tuesday, 18 August 2020
  • , Updated: 18 August 2020, 05:05 PM IST

ନୂଆଦିଲ୍ଲୀ: ଦେଶର ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ଅଶୋକ ଲାଭାସା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିର୍ବାଚନ କମିଶନ ବଦଳରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ଉପ ସଭାପତି ଭାବେ କାର୍ଯ୍ୟ କରିବେ। ଜୁଲାଇ ୧୫ରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଅଶୋକଙ୍କୁ ଉପ ସଭାପତି ପଦରେ ନିଯୁକ୍ତି ଦେବ ବୋଲି ଘୋଷଣା କରିଥିଲା। ଏହି କାରଣରୁ ସେ ଆଜି ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି।

୬୨ ବର୍ଷୀୟ ଅଶୋକ ୨୦୧୮ ଜାନୁଆରୀ ମାସରେ ଦେଶର ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ଦୁଇ ବର୍ଷ ବାକି ରହିଥିଲା।

ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କରେ ତାଙ୍କ ନୂଆ ନିଯୁକ୍ତିକୁ କେନ୍ଦ୍ର ସରକାର ମଧ୍ୟ ଅନୁମୋଦନ ଦେଇଛନ୍ତି। ଗତବର୍ଷ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆସିଥିଲା।

ଏହାର ବିଚାର ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଦୁଇ ସହଯୋଗୀ ନିର୍ବାଚନ କମିଶନର କରିଥିଲେ। ଏହି ଦୁଇ ସହଯୋଗୀ ନିର୍ବାଚନ କମିଶନରଙ୍କ ମଧ୍ୟ ଅଶୋକ ଲାଭାସା ମଧ୍ୟ ରହିଥିଲେ। ଏହି ସମୟରେ ଲାଭାସା ତାଙ୍କର ଦୁଇ ସହଯୋଗୀଙ୍କ ନିଷ୍ପତ୍ତିରେ ଏକମତ ହୋଇ ନଥିଲେ। ଏହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ଏହି କାରଣରୁ ସେ କିଛି ବୈଠକରେ ଯୋଗ ମଧ୍ୟ ଦେଇ ନଥିଲେ।

Related story