ଦେଶର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗୃହ ଓ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆଜି ଜମ୍ମୁ ଓ କାଶ୍ମୀର ସମେତ ପୂରା ଦେଶର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।  ଏହି ବୈଠକରେ ସୁରକ୍ଷା ସଂସ୍ଥାଗୁଡ଼ିକ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ବିଶେଷ କରି ଦେଶର ସୀମାନ୍ତ ଅଞ୍ଚଳଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ନିକଟରେ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘାଟି ଅଶାନ୍ତ […]

rajnath

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 09:43 AM IST

ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆଜି ଜମ୍ମୁ ଓ କାଶ୍ମୀର ସମେତ ପୂରା ଦେଶର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।  ଏହି ବୈଠକରେ ସୁରକ୍ଷା ସଂସ୍ଥାଗୁଡ଼ିକ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ବିଶେଷ କରି ଦେଶର ସୀମାନ୍ତ ଅଞ୍ଚଳଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।

ନିକଟରେ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘାଟି ଅଶାନ୍ତ ହୋଇପଡ଼ିଥିଲା। ଏ  ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସେନା ମୁଖ୍ୟ ଦଲବୀର ସିଂହ ସୁହାଗ ଓ ଆଇବି ନିର୍ଦ୍ଦେଶକ ଦିନେଶ୍ୱର ଶର୍ମା ପ୍ରମୁଖ ଉପସ୍ଥିତ ରହି ଦେଶର ସୁରକ୍ଷା ସଂପର୍କରେ ସୂଚନା ଦେବା ସହିତ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ପରାମର୍ଶ ଓ ପ୍ରସ୍ତାବ ଦେଇଥିଲେ।

ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା। ଏଥିରେ କେନ୍ଦ୍ର ଗୃହ ସଚିବ ରାଜୀବ ମେହରିଶି ମଧ୍ୟ ଉପସ୍ଥିତ ଥିଲେ।

Related story