ଆରବିଆର ନୂଆ ସର୍କୁଲାର, ଗୃହ ଓ ଯାନବାହନ ଋଣରେ ସୁଧ ହ୍ରାସ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ରେପୋ ରେଟ୍‌ ହ୍ରାସ ପରେ ମଧ୍ୟ ବ୍ୟାଙ୍କଗୁଡ଼ିକ ଏହାର ଫାଇଦା ଗ୍ରାହକମାନଙ୍କ ନିକଟରେ ପହଞ୍ଚାଉନଥିବାର ଅଭିଯୋଗ ହେବାପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ଆରବିଆଇ ପକ୍ଷରୁ ଏକ ସର୍କୁଲାର ଜାରି କରି କହିଛନ୍ତି ଏହି ଅକ୍ଟୋବର ୧ ପରଠାରୁ ବ୍ୟାଙ୍କଗୁଡ଼ିକ ଗୃହ ଋଣ ଏବଂ ଯାନବାହନ ଋଣରେ ସୁଧହାର ହ୍ରାସ କରିବା ବାଧ୍ୟତାମୂଳକ। ଏହା ପୂର୍ବରୁ ଆରବିଆଇ ଲଗାତାର ରେପୋରେଟ୍‌ ହ୍ରାସ କରିଥିଲେ ମଧ୍ୟ ଏହା ବାସ୍ତବରେ ଫଳପ୍ରଦ ହୋଇପାରିନଥିଲା। ଆରବିଆଇ […]

rbi

Subrat Kumar Nayak
  • Published: Wednesday, 04 September 2019
  • , Updated: 04 September 2019, 08:31 PM IST

ନୂଆଦିଲ୍ଲୀ: ରେପୋ ରେଟ୍‌ ହ୍ରାସ ପରେ ମଧ୍ୟ ବ୍ୟାଙ୍କଗୁଡ଼ିକ ଏହାର ଫାଇଦା ଗ୍ରାହକମାନଙ୍କ ନିକଟରେ ପହଞ୍ଚାଉନଥିବାର ଅଭିଯୋଗ ହେବାପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ଆରବିଆଇ ପକ୍ଷରୁ ଏକ ସର୍କୁଲାର ଜାରି କରି କହିଛନ୍ତି ଏହି ଅକ୍ଟୋବର ୧ ପରଠାରୁ ବ୍ୟାଙ୍କଗୁଡ଼ିକ ଗୃହ ଋଣ ଏବଂ ଯାନବାହନ ଋଣରେ ସୁଧହାର ହ୍ରାସ କରିବା ବାଧ୍ୟତାମୂଳକ। ଏହା ପୂର୍ବରୁ ଆରବିଆଇ ଲଗାତାର ରେପୋରେଟ୍‌ ହ୍ରାସ କରିଥିଲେ ମଧ୍ୟ ଏହା ବାସ୍ତବରେ ଫଳପ୍ରଦ ହୋଇପାରିନଥିଲା।

ଆରବିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ବିଭିନ୍ନ ପକ୍ଷ ସହ ଆଲୋଚନା କରାଯିବାପରେ ନିଷ୍ପତ୍ତି ନିଆଯାଇଛି ବିଭିନ୍ନ ବ୍ୟକ୍ତିଗତ ଓ ଖୁଚୁରା ଋଣରେ ନୂଆ ସୁଧଦର ଲାଗୁ କରାଯିବ। ଏତଦ୍‌ବ୍ୟତୀତ ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ଦିଆଯାଉଥିବା ଋଣରେ ମଧ୍ୟ ନୂଆ ଦର ଲାଗୁ ହେବ। ଅକ୍ଟୋବର ୧ଠାରୁ ଏହା ବାଧ୍ୟତାମୂଳକ ହେବ।

ସୂଚନାଯୋଗ୍ୟ ଯେ, ମୂଦ୍ରାନୀତି ବୈଠକରେ ରେପୋରେଟ୍‌ ନିର୍ଦ୍ଧାରିତ ହୋଇଥାଏ। ଏହି ସୁଧହାରରେ ଆରବିଆଇ ବ୍ୟାଙ୍କମାନଙ୍କୁ ଋଣ ଦେଇଥାଏ। ଲୋକଙ୍କୁ ବ୍ୟାଙ୍କମାନେ ଦେଉଥିବା ଋଣରେ ସୁଧହାର ହ୍ରାସ ହେଉନଥିବାରୁ ଆରବିଆଇ ପକ୍ଷରୁ ପ୍ରଥମେ ପରାମର୍ଶ ଦିଆଯାଇଥିଲା। ପରେ ଏହା କାର୍ଯ୍ୟକାରୀ ନହେବାରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି।

Related story