ସୀମାରେ ସୁରକ୍ଷା ଆହୁରି ବଢ଼ିବ: ୧୦ କିଲୋମିଟର ପରିସୀମା ଭିତରେ ହେବ ବର୍ଡର ବାଟାଲିଅନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଉପତ୍ୟକାରେ ବଢାଯିବ ସୁରକ୍ଷା ବ୍ୟବସ୍ଥା। ସୀମାନ୍ତରେ ୧୦ କିଲୋମିଟର ପରିସୀମା ଭିତରେ ଗଠନ ହେବ ୨ଟି ବର୍ଡର ବାଟାଲିୟନ୍। ଏଥିସହ ୫ଟି ଭାରତୀୟ ରିଜର୍ଭ ବାଟାଲିଅନରେ ୫ହଜାରରୁ ଅଧିକ ଲୋକଙ୍କର ସଂରକ୍ଷଣ ହେବ। ବିଶେଷ କରି ସୀମାର ୧୦ କିଲୋମିଟର ଏରିଆ ଭିତରେ ବସବାସ କରୁଥିବା ଲୋକଙ୍କର ୬୦ ପ୍ରତିଶତ ରିଜର୍ଭେସନ୍ ହେବ। ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଥିବା ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ଦ୍ୱିତୀୟ ଦିନରେ ଏଭଳି ଅନେକ ଘୋଷଣା କରିଛନ୍ତି। […]

rajnath-main1

rajnath-main1

Rakesh Mallick
  • Published: Friday, 08 June 2018
  • Updated: 08 June 2018, 08:42 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଉପତ୍ୟକାରେ ବଢାଯିବ ସୁରକ୍ଷା ବ୍ୟବସ୍ଥା। ସୀମାନ୍ତରେ ୧୦ କିଲୋମିଟର ପରିସୀମା ଭିତରେ ଗଠନ ହେବ ୨ଟି ବର୍ଡର ବାଟାଲିୟନ୍। ଏଥିସହ ୫ଟି ଭାରତୀୟ ରିଜର୍ଭ ବାଟାଲିଅନରେ ୫ହଜାରରୁ ଅଧିକ ଲୋକଙ୍କର ସଂରକ୍ଷଣ ହେବ। ବିଶେଷ କରି ସୀମାର ୧୦ କିଲୋମିଟର ଏରିଆ ଭିତରେ ବସବାସ କରୁଥିବା ଲୋକଙ୍କର ୬୦ ପ୍ରତିଶତ ରିଜର୍ଭେସନ୍ ହେବ। ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଥିବା ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ଦ୍ୱିତୀୟ ଦିନରେ ଏଭଳି ଅନେକ ଘୋଷଣା କରିଛନ୍ତି। କୁପୱାଡା ଜିଲ୍ଲା ଯାଇ ବର୍ଡରରେ ରହୁଥିବା ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ନେଇ ପଚାରି ବୁଝିଛନ୍ତି।

ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ସହ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କରିଛନ୍ତି ସମୀକ୍ଷା। ଘାଟିରେ ଶାନ୍ତି ଫେରିବା ପାଇଁ କେନ୍ଦ୍ର କୌଣସି ପ୍ରତିବନ୍ଧକକୁ ଅନୁମତି ଦେବ ନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ। ଗତକାଲି ପ୍ରଥମ ଦିନରେ ନାବାଳକ ପଥର ଫିଙ୍ଗାଳିଙ୍କ ଉପରରୁ ମାମଲା ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଥିଲେ।

ଗୋଟେ ପଟେ ଖୋଦ୍ ଗୃହମନ୍ତ୍ରୀ ଜାମ୍ମୁ କାଶ୍ମୀର ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ କୁପୱାଡା ଜିଲ୍ଲାରେ ସେନାର ପେଟ୍ରୋଲିଂ ଗାଡ଼ି ଉପରକୁ ଆକ୍ରମଣ କରି ଗୃହମନ୍ତ୍ରୀଙ୍କ ଚିନ୍ତା ବଢାଇ ଦେଇଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଗତକାଲି ମଧ୍ୟ ସମାନ ଢଙ୍ଗରେ କେରନ୍ ସେରରେ ସୁରକ୍ଷାବାହିନୀ ଉପରେ କରିଥିଲେ ଆକ୍ରମଣ, ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos