ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୯ ତାରିଖରେ ସୁପ୍ରିମ୍କୋର୍ଟ ଦେଥିବା ଅଯୋଧ୍ୟା ରାୟରେ ରହିଥିବା ଆଇନ ଗତ ବ୍ୟବସ୍ଥାକୁ ବର୍ତ୍ତମାନ ବିଶେଷଜ୍ଞମାନେ ତନ୍ନ ତନ୍ନ କରି ପଢ଼ୁଛନ୍ତି।
ଏପରିକି ଏହି ସୂତ୍ରରୁ ଜଣାଯାଇଛି, ମନ୍ତ୍ରଣାଳୟ ପକ୍ଷରୁ ଟ୍ରଷ୍ଟ ଗଠନ ପାଇଁ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇସାରିଛି।
ସୁପ୍ରିମ୍କୋର୍ଟ ଶନିବାର ୭୦ ବର୍ଷର ଆଇନଗତ ଯୁଦ୍ଧ ଏବଂ ୪୯୧ ବର୍ଷର ବିବାଦରେ ଅନ୍ତ ଘଟାଇଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାମ ଲାଲାଙ୍କ ସପକ୍ଷରେ ରାୟ ଦେବା ସହ ବିବାଦୀୟ ୨.୭୭ ଏକର ଜମି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ହେବାକୁ ଥିବା ଟ୍ରଷ୍ଟ ହାତକୁ ଯିବ ବୋଲି କହିଛନ୍ତି। ଏହି ଟ୍ରଷ୍ଟର ପରିଚାଳନାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସୁନ୍ନି ୱାକ୍ଫ ବୋର୍ଡ ମସଜିଦ୍ ନିର୍ମାଣ କରିବା ପାଇଁ ଏକ ପ୍ରମୁଖ ସ୍ଥାନରେ ୫ ଏକରର ଜମି ଦିଆଯିବ। ତେବେ ମନ୍ଦିର ନିର୍ମାଣ ପ୍ରକ୍ରିୟା ପାଇଁ ମନ୍ତ୍ରଣାଳୟ ଆଟର୍ଣ୍ଣି ଜେନେରାଲ ଏବଂ ଆଇନ ମନ୍ତ୍ରୀଙ୍କ ସହାୟତା ମାଗିଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।