ଚଣ୍ଡିଗଡ଼: ହନିପ୍ରୀତଙ୍କ ରିମାଣ୍ଡର ଆଜି ଦ୍ୱିଦୀୟ ଦିନ। ହରିଆଣା ପୋଲିସ୍ ତାଙ୍କୁ ମାରାଥନ ଜେରା ଚଲାଇଛି। ରାମରହିମର କଳା ସାମ୍ରାଜ୍ୟ, ଅପରାଧିକ ଗତିବିଧି ସମ୍ପର୍କରେ ହନିପ୍ରୀତଙ୍କଠାରୁ ବହୁତ ତଥ୍ୟ ମିଳିବା ନେଇ ପୋଲିସ ଆଶା ରଖିଛି। ଏସବୁ ତଥ୍ୟ ହନିପ୍ରୀତଙ୍କଠାରୁ ବାହାର କରିବାକୁ ପୋଲିସ୍ ନାର୍କୋ ଟେଷ୍ଟ ମଧ୍ୟ କରିପାରେ। ପୋଲିସ ସୂତରୁ ଏଭଳି ଖବର ମିଳିଛି।
ପଞ୍ଚକୁଳାର ଚଣ୍ଡିମଣ୍ଡି ଥାନାରେ ଥିବା ହନିପ୍ରୀତଙ୍କୁ ଆଜି ପୋଲିସ ପ୍ରଥମେ ସେକ୍ଟର ୨୦ ଥାନା ଓ ପରେ ଭଟିଣ୍ଡା ନିଆଯାଇଥିଲା। ବର୍ତ୍ତମାନ ଯାଏଁ କୌଣସି ବିଶେଷ ତଥ୍ୟ ପୋଲିସ ହାସଲ କରିପାରିନାହିଁ।
ଅନ୍ୟପକ୍ଷରେ ହନୀପ୍ରିତ ନିଜ ଉପରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ତଦନ୍ତକାରୀ ପଞ୍ଚକୂଳା ଆଇଜି ମମତା ସିଂହ କହିଛନ୍ତି।
୬ ଦିନିଆ ରିମାଣ୍ଡରେ ଥିବା ହନିପ୍ରୀତକୁ ବିଭିନ୍ନ ଅଞ୍ଚଳକୁ ନେଇ ପଚରାଉଚରା କରିବାକୁ ଯୋଜନା ରଖିଛି ପୋଲିସ। ୩୮ ଦିନ ଧରି ଫେରାର ରହିବା ପରେ ମଙ୍ଗଳବାର ଗିରଫ ହୋଇଥିଲେ ହନିପ୍ରୀତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।