ଲୁଚକାଳି ଖେଳ ଖତମ: ୩୮ ଦିନ ପରେ ବନ୍ଧା ହେଲେ ହନିପ୍ରୀତ
ନୂଆଦିଲ୍ଲୀ: ଦୀର୍ଘଦିନର ଲୁଚକାଳି ଖେଳ ପରେ ୩୮ଦିନ ଗିରଫ ହେଲେ ହନିପ୍ରୀତ୍। ବାବା ରାମ ରହମିଙ୍କୁ ଜେଲରୁ ଖସାଇବାକୁ ଷଡ଼ଯନ୍ତ୍ର ଅଭିଯୋଗରେ ପୋଲିସ ତାଙ୍କ ବିରୋଧରେ ମାମାଲା ରୁଜୁ କରିଥିଲା। ହେଲେ ପୋଲିସକୁ ଚକମା ଦେଇ ହିନିପ୍ରୀତ୍ ଖସିଯାଇଥିଲା। ହନିପ୍ରୀତ୍ କେତେ ବେଳେ ନେପାଳ ତ କେତେବେଳେ ପଞ୍ଜାବରେ ଲୁଚିଥିବା ଚର୍ଚ୍ଚା ହୋଇଥିଲା। ପରେ ସେ ଦିଲ୍ଲୀରେ ଲୁଚିଥିବା ଖବର ଆସିଥିଲା। କିନ୍ତୁ ପୋଲିସ ତାଙ୍କ ଟେର ପାଇ ନ ଥିଲା। ତେବେ ଆଜି ହନିପ୍ରୀତ୍ଙ୍କୁ ଆଜି ପଞ୍ଜାବ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବାବା ରାମ ରହିମଙ୍କୁ ଜେଲକୁ ନିଆଯାଉ଼ଥିବା ବେଳେ ତାଙ୍କ ପାଳକା ଝିଅ କୁହାଯାଉଥିବା ହନିପ୍ରୀତ ତାଙ୍କୁ ଖସାଇବାକୁ ଉଦ୍ୟମ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।