ହନିପ୍ରୀତ୍‌ଙ୍କ ଛାତିରେ ଯନ୍ତ୍ରଣା, ରାତିଅଧରେ ପୋଲିସ ନାକେଦମ, ଜାଣନ୍ତୁ ଆଉ କ’ଣ ହେଲା ?

ନୂଆଦିଲ୍ଲୀ: ୬ ଦିନ ରିମାଣ୍ଡରେ ଗଲେ  ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ । ହରିୟାଣା ପଞ୍ଚକୁଲା କୋର୍ଟରେ ତାଙ୍କୁ ଆଜି ହାଜର କରାଯାଇଥିଲା।  ଥାନାରୁ କୋର୍ଟକୁ ନେବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଞ୍ଚକୁଲାର ଏକ ମେଡ଼ିକାଲକୁ ନିଆଯାଇଥିଲା।  ଦେଶଦ୍ରୋହ ଏବଂ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ତାଙ୍କୁ ଗତକାଲି ଗିରଫ କରିଥିଲା ପଞ୍ଜାବ ପୋଲିସ ।  ପୋଲିସ ହନିପ୍ରୀତଙ୍କୁ  ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ୬ ଦିନ ପାଇଁ ଅନୁମତି […]

honeypreet-4

honeypreet-4

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 02:43 PM IST

ନୂଆଦିଲ୍ଲୀ: ୬ ଦିନ ରିମାଣ୍ଡରେ ଗଲେ  ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ । ହରିୟାଣା ପଞ୍ଚକୁଲା କୋର୍ଟରେ ତାଙ୍କୁ ଆଜି ହାଜର କରାଯାଇଥିଲା।  ଥାନାରୁ କୋର୍ଟକୁ ନେବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଞ୍ଚକୁଲାର ଏକ ମେଡ଼ିକାଲକୁ ନିଆଯାଇଥିଲା।  ଦେଶଦ୍ରୋହ ଏବଂ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ତାଙ୍କୁ ଗତକାଲି ଗିରଫ କରିଥିଲା ପଞ୍ଜାବ ପୋଲିସ ।  ପୋଲିସ ହନିପ୍ରୀତଙ୍କୁ  ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ ୬ ଦିନ ପାଇଁ ଅନୁମତି ଦେଇଥିଲେ। ଏବେ ସେ ପୁଣି ୬ ଦିନ ପରେ କୋର୍ଟରେ ହାଜର ହେବେ।

ଗତକାଲି ପ୍ରାଥମିକ ପର୍ଯ୍ୟାୟ ପଚରାଉଚରା ବେଳେ ତାଙ୍କ ଠାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିନାହିଁ । ହନିପ୍ରୀତଙ୍କୁ ଗତକାଲି ରାତି ୩ଟା ଯାଏଁ ପଚରାଉଚୁରା କରାଯାଇଥିବା ସୂଚନା ମିଳିଥିଲା। ତେବେ ଜେରା ବେଳେ ହନିପ୍ରୀତ ପୁଣି ବାହାନା ଦେଖାଇଥିଲେ। କହିଥିଲେ ମୁଁ ଅସୁସ୍ଥ ଅନୁଭବ କରୁଛି। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ। ସଙ୍ଗେ ସଙ୍ଗେ ରାତିଅଧରେ ପୋଲିସ ତାଙ୍କୁ ପାଖ ହସ୍ପିଟାଲକୁ ନେଇଥିଲା। ହେଲେ ସେ ସୁସ୍ଥ ଥିବା ଡାକ୍ତର କହିଥିଲେ। ତେବେ ହନିପ୍ରୀତଙ୍କ ପ୍ରକୃତ ନାମ ହେଉଛି ପ୍ରିୟଙ୍କା ତନିଜା ।

ତଥାପି ପୋଲିସର ପଚରାଉଚରା ଜାରି ରହିବ।  ପଞ୍ଚକୁଲା ପୋଲିସ କମିଶନର ଏ.ଏସ୍.ଚାୱଲା କହିଛନ୍ତି  ଦୀର୍ଘ ୩୮ଦିନ ଧରି ଲୁଚକାଳି ପରେ ଗତକାଲି ହନିପ୍ରୀତଙ୍କୁ ପଂଜାବ ପୋଲିସ ଗିରଫ କରି ହରିୟାଣା ପୋଲିସ ଜିମା ଦେଇଥିଲା ।  ଗିରଫ ପୂର୍ବରୁ ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆସିଥିଲେ ହନିପ୍ରୀତ। ସେ ଦେଇଥିବା ସାକ୍ଷାତକାରରେ ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ସେ ବାଏଁ ବାଏଁ ଉଡାଇ ଦେଇଥିଲେ। ରାମରହିମଙ୍କୁ କୋର୍ଟରୁ ଖସାଇବା ସହ ପଞ୍ଚକୁଲାରେ ହିଂସାକାଣ୍ଡ ଷଡ଼ଯନ୍ତ୍ର ଅଭିଯୋଗରେ ହନିପ୍ରୀତଙ୍କୁ ଖୋଜୁଥିଲା ହରିୟାଣା ପୋଲିସ୍।  ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରି ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos