୨ ସପ୍ତାହ ପାଇଁ ଏୟାର ଇଣ୍ଡିଆ ଉପରେ ବ୍ୟାନ ଲଗାଇଲା ହଂକଂ

ମୁମ୍ବାଇ: ଆସନ୍ତା ୨ ସପ୍ତାହ ପାଇଁ ଏୟାର ଇଣ୍ଡିଆ ବିମାନ ସେବା ଉପରେ ବ୍ୟାନ ଲଗାଇଛି ହଂକଂ। ହଂକଂଙ୍କ ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଜି ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ସେହିପରି ହଂକଂରୁ ଦିଲ୍ଲୀ ଆସିବାକୁ ଥିବା ବିମାନର ଉଡ଼ାଣ ମଧ୍ୟ ଆଜି ସମ୍ଭବ ହୋଇପାରି ନାହିଁ। ସୂଚନା ଅନୁସାରେ, ଅଗଷ୍ଟ ୧୪ରେ ଦିଲ୍ଲୀରୁ ହଂକଂ ଯାଇଥିବା ଏୟାର ଇଣ୍ଡିଆ ବିମାନରୁ ୧୧ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। […]

duy

Hemant Lenka
  • Published: Tuesday, 18 August 2020
  • , Updated: 18 August 2020, 04:33 PM IST

ମୁମ୍ବାଇ: ଆସନ୍ତା ୨ ସପ୍ତାହ ପାଇଁ ଏୟାର ଇଣ୍ଡିଆ ବିମାନ ସେବା ଉପରେ ବ୍ୟାନ ଲଗାଇଛି ହଂକଂ। ହଂକଂଙ୍କ ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଜି ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ସେହିପରି ହଂକଂରୁ ଦିଲ୍ଲୀ ଆସିବାକୁ ଥିବା ବିମାନର ଉଡ଼ାଣ ମଧ୍ୟ ଆଜି ସମ୍ଭବ ହୋଇପାରି ନାହିଁ।

ସୂଚନା ଅନୁସାରେ, ଅଗଷ୍ଟ ୧୪ରେ ଦିଲ୍ଲୀରୁ ହଂକଂ ଯାଇଥିବା ଏୟାର ଇଣ୍ଡିଆ ବିମାନରୁ ୧୧ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହି କାରଣରୁ ଚାଇନିଜ ସରକାର ଏୟାର ଇଣ୍ଡିଆ ଉପରେ ଏଭଳି କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ହଂକଂ ସରକାର କଟକଣା ଲଗାଇବାକୁ ବିମାନ ଚଳାଚଳ କରିପାରି ନାହିଁ। କଟକଣା କାରଣ ସମ୍ପର୍କରେ ଆମେ କିଛି ବି ଜାଣିନାହୁଁ। କଟକଣା ଲାଗୁ ହୋଇଥିବାରୁ ଶତାଧିକ ଯାତ୍ରୀ ଦୁଇ ବିମାନ ବନ୍ଦରେ ଫସି ରହିଛନ୍ତି।

Related story