ଦିଲ୍ଲୀରେ ବୁଲୁଛନ୍ତି ହନିପ୍ରୀତ, ଟେର ପାଇନି ପୋଲିସ୍‌: ସିସିଟିଭିରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଦୁଇଟି ଦୁଷ୍କର୍ମ ମାମଲାରେ ଜେଲରେ ସଜ୍ଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତ ନିଖୋଜ ଅଛନ୍ତି। ତାଙ୍କୁ ଖୋଜିଖୋଜି ପୋଲିସ୍ ନାକେଦମ ହେଲାଣି। ହେଲେ ଏକ ସିସିଟିଭି ଫୁଟେଜ୍‌ରୁ ହନିପ୍ରୀତ ଦିଲ୍ଲୀରେ ଥିବା ଦାବି କରାଯାଉଛି। ଭିଡିଓଟି ଗ୍ରେଟର କୈଳାସରୁ ମିଳିଛି। ଏଥିରେ ହନିପ୍ରୀତ ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧି ଜଣେ ଓକିଲଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଫୁଟେଜ ଆସିବା ପରେ ପୋଲିସ୍‌ ଯାଞ୍ଚ ଆରମ୍ଭ କରିଦେଇଛି।

ଆଜି ଭୋରୁ ପୋଲିସ ଗ୍ରେଟର କୈଳାସ ଓ ସ୍ଥାନୀୟ ପାର୍କରେ ଚଢାଉ କରିଥିଲା। ଏହାସହ ସକାଳ ପ୍ରାୟ ସାଢେ ୭ଟାରେ ସେଠାରେ ଥିବା ଡେରା ଆଶ୍ରମରେ ମଧ୍ୟ ଚଢାଉ କରାଯାଥିଲା।

ସୂଚନାଯୋଗ୍ୟ, ହନିପ୍ରୀତ ଦିଲ୍ଲୀରେ ଥିବା ଗତକାଲିଠାରୁ ତାଙ୍କ ଓକିଲ ପ୍ରଦୀପ ଆର୍ଯ୍ୟ କହି ସାରିଛନ୍ତି। ସେ କହିଛନ୍ତି- “ହନିପ୍ରିତ ଦିଲ୍ଲୀରେ ଅଛନ୍ତି। ଲଜପଥ ନଗରରେ ଥିବା ତାଙ୍କ ଅଫିସ୍‌କୁ ଆସି ହନିପ୍ରୀତ ମୋ ସହ ଦେଖା କରିଛନ୍ତି। ଏହାସହ ଆଗୁଆ ଜାମିନ ଆବେଦନ ପାଇଁ କାଗଜପତ୍ରରେ ଦସ୍ତଖତ ମଧ୍ୟ କରିଛନ୍ତି।”

ଆହୁରି ପଢ଼ନ୍ତୁ

ଭୟଙ୍କର: ମହିଳାଙ୍କୁ ହତ୍ୟା କରି ଶବ ସହ ଦୁଷ୍କର୍ମ

କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଚୀନ୍ ଯିବ WHO

ଟ୍ରମ୍ପଙ୍କ ପୁଅର ପ୍ରେମିକା କରୋନାରେ ଆକ୍ରାନ୍ତ

ଧୋକ୍କା ଦେଲେ ସହଯୋଗୀ, ଚାଲିଗଲା ଡିଏସପିଙ୍କ ଜୀବନ

ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ୍ ଦାଖଲ, ବିଜେପି ନେତାଙ୍କ ନାମ ସାମିଲ୍

ଚୀନ ସହ ସୀମା ବିବାଦ ବେଳେ ଭାରତକୁ ଅନେକ ଦେଶର ସମର୍ଥନ

ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ପ୍ରଧାନମନ୍ତ୍ରୀ ମୋଦିଙ୍କ ହଠାତ ଲେହ ଗସ୍ତ ପଛରେ କିଏ?

ବିରୋଧ ସତ୍ତ୍ୱେ ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ହେଲା ଭୂମି ପୂଜା

ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର, ଦିନକରେ ୬୩୬୪ ପଜିଟିଭ ଓ ୧୯୮ ମୃତ

ଏଆଇପିସି ମହାରାଷ୍ଟ୍ର ସଭାପତି ପଦରୁ ସଞ୍ଜୟ ଝାଙ୍କ ଇସ୍ତଫା

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା