ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ମାରେ କିଏ। ପ୍ରକୃତରେ ଏହି ଉକ୍ତିଟି କେବଳ ଲୋକ କଥାରେ ସୀମିତ ନାହିଁ ଏହାର ବାସସ୍ତବତା ନେଇ ଅସଂଖ୍ୟ ଉଦାହରଣ ରହିଛି। ଅର୍ଥାତ ଇଶ୍ୱରଙ୍କ କୃପା ଥିଲେ ସେ ଯେତେ ବଡ଼ ବିପଦ ହେଉ ଅବା ମୃତ୍ୟୁ ଯେତେ ନିକଟବର୍ତ୍ତୀ ହେଉ ସେ ବଞ୍ଚିବା ନିଶ୍ଚିତ। କିନ୍ତୁ ହରଡ଼ଘଣାରେ ପଡ଼ିଥିବା ଜୀବଟିକୁ କିଛି କର୍ତ୍ତବ୍ୟ କରିବାକୁ ପଡ଼ିବ। ଆଉ ସେ ନିରାପଦ ରାସ୍ତାରେ ପହଞ୍ଚିବା ପାଇଁ ଇଶ୍ୱର ହିଁ ମାର୍ଗଦର୍ଶକ ସାଜନ୍ତି। ତେବେ ଭୟଙ୍କର ବିପଦ ତଥା ମୃତ୍ୟୁ ଫାସରୁ ମୁକୁଳିବା ନେଇ ଅନେକ ନଜିର ଥିବା ବେଳେ ଏବେ ସେମିତି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଘଟଣା ଟି ଘଟିଛି ଋଷିଆରେ। ଏକ ସରୁ କୂଅରେ ୨ ବର୍ଷର ଶିଶୁ କନ୍ୟାଟିଏ ଖସି ପଡ଼ିଥିବା ବେଳେ କୌଶଳକ୍ରମେ ତାକୁ ଉଦ୍ଧାର କରାଯାଇଛି।</p> <p>ଆଉ ଏକ ନିଶ୍ଚିତ ମୃତ୍ୟୁରୁ ଝିଅଟି ବର୍ତ୍ତି ଯାଇଛି । ଏହି ସରୁ କୂଅରେ କୌଣସି କାରଣରୁ ଶିଶୁ କନ୍ୟାଟି ଖସିପଡ଼ିଥିବା ବେଳେ ତାକୁ ଅଭିନବ ଢଙ୍ଗରେ ଉଦ୍ଧାର କରାଯାଇଥିଲା। ଉକ୍ତ କୂଅଟିକୁ କୌଣସିମତେ ପଶି ଉଦ୍ଧାର କରିବା ସମ୍ଭବ ନ ହେବାରୁ ଜଣେ ୧୭ ବର୍ଷୀୟ ସ୍ଲିମ ଯୁବତୀଙ୍କୁ ଏକ ରସି ସହାୟତାରେ ବାନ୍ଧି ଭିତରୁ ପ୍ରବେଶ କରାଯାଇଥିଲା। ଗୋଡ଼ ଉପରୁ ଥାଇ ମୁଣ୍ଡ ତଳକୁ କରି ଝିଅଟି ପ୍ରବେଶ କରି କୂଅରେ ଫସିଥିବା ୨ ବର୍ଷର ଝିଅଟିକୁ ଟେକି ଆଣିଥିଲେ। ଆଉ ତାର ଜୀବନ ବଞ୍ଚି ଯାଇଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।