କାର ଧରି ଅନୁପ୍ରବେଶ ପାଇଁ ଆସିଥିଲେ ଚାଇନା ସେନା, ଜାଣନ୍ତୁ ସେଦିନ ରାତିରେ କ’ଣ ଘଟିଥିଲା

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ପୁଣିଥରେ ବିବାଦ ଦେଖାଦେଇଛି। ମେ’ ମାସଠାରୁ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଚାଇନା ଅନେକ ପ୍ରକାରର ପ୍ରତିଶ୍ରୁତି ଦେଉଥିଲେ ହେଁ ବାରମ୍ବାର ଏହାକୁ ଉଲ୍ଲଙ୍ଘନ କରି ଚାଲିଛି। ଅଗଷ୍ଟ ୨୯ ଓ ୩୦ ତାରିଖରେ ଚାଇନା ସେନା ପାଙ୍ଗୋଙ୍ଗ ହ୍ରଦ ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତେବେ ଭାରତୀୟ ସେନା ଏହାକୁ ଭଣ୍ଡୁର କରିଦେଇଛନ୍ତି। ଏହାକୁ ନେଇ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। […]

fc

Hemant Lenka
  • Published: Monday, 31 August 2020
  • , Updated: 31 August 2020, 05:37 PM IST

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ପୁଣିଥରେ ବିବାଦ ଦେଖାଦେଇଛି। ମେ’ ମାସଠାରୁ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଚାଇନା ଅନେକ ପ୍ରକାରର ପ୍ରତିଶ୍ରୁତି ଦେଉଥିଲେ ହେଁ ବାରମ୍ବାର ଏହାକୁ ଉଲ୍ଲଙ୍ଘନ କରି ଚାଲିଛି।

ଅଗଷ୍ଟ ୨୯ ଓ ୩୦ ତାରିଖରେ ଚାଇନା ସେନା ପାଙ୍ଗୋଙ୍ଗ ହ୍ରଦ ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତେବେ ଭାରତୀୟ ସେନା ଏହାକୁ ଭଣ୍ଡୁର କରିଦେଇଛନ୍ତି। ଏହାକୁ ନେଇ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି।

ତେବେ ସେ ଦିନ ରାତିରେ ସୀମାରେ କ’ଣ ଘଟିଥିଲା ଆସନ୍ତୁ ଜାଣିବା-

୧- ଅଗଷ୍ଟ ୨୯ ତାରିଖ ରାତି ପ୍ରାୟ ୧୧ଟା ବେଳେ ୨୦୦ ଜଣ ଚାଇନିଜ୍‌ ଯବାନ ଏସୟୁଭି ଧରି ଭାରତୀୟ ସୀମା ନିକଟରେ ପହଞ୍ଚିଥିଲେ।

୨-ସେମାନେ ସୀମାରେ ଥିବା ଗୋଟିଏ ଭାରତୀୟ ପୋଷ୍ଟ ଆଡ଼କୁ ଦୌଡ଼ିଥିଲେ। କିନ୍ତୁ ଭାରତୀୟ ସେନା ଅଟକାବୁ ଜୋରଦାର ଉଦ୍ୟମ କରିଥିଲେ।

୩-ଭାରତୀୟ ସେନା ପୂର୍ବରୁ ହିଁ ଚାଇନାର ଏଭଳି ହରକତ ସମ୍ପର୍କରେ ଅବଗତ ରହିଥିଲେ ଓ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିଲେ।

୪-ଚାଇନିଜ୍‌ ଯବାନମାନେ ଭାରତୀୟ ପୋଷ୍ଟରେ ପ୍ରବେଶ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ହେଁ ଏହାକୁ ଭାରତୀୟ ଯବାନ କଡ଼ା ବିରୋଧ କରିଥିଲେ।

୫-ଏହି ସମୟରେ କିଛି ମିନିଟ୍‌ ପାଇଁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଦୁଇ ଦେଶର ଯବାନ ଘଟଣାସ୍ଥଳରେ ପହଞ୍ଚି ନିଜ ସୀମାର ସୁରକ୍ଷାରେ ଲାଗି ପଡ଼ିଥିଲେ।

୬-ଭାରତୀୟ ଯବାନଙ୍କ ବିରୋଧ ଯୋଗୁ ଚାଇନିଜ ଯବାନ ପଛକୁ ଫେରିଥିଲେ। ଏହି ସମୟରେ କୌଣସି ଭାରତୀୟ ଯବାନ ଆହତ ହୋଇନାହାନ୍ତି।

Related story