କେମିତି ଅଛନ୍ତି ସମ୍ୱିତ ପାତ୍ର?

ନୂଆଦିଲ୍ଲୀ: କରୋନା ଲକ୍ଷଣ ଦେଖା ଦେବା ପରେ ବିଜେପି ନେତା ତଥା ଦଳର ମୁଖପାତ୍ର ସମ୍ୱିତ ପାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସମ୍ୱିତ ହେଉଛନ୍ତି ବିଜେପିର ଏକ ଏମିତି ଚେହେରା ଯିଏକି ପ୍ରାୟତଃ ପ୍ରତିଦିନ ଟିଭି ଚ୍ୟାନେଲରେ ଦଳର ପକ୍ଷ ରଖନ୍ତି। ପୁରୀ ଲୋକସଭା ଆସନର ଏହି ବିଜେପି ପ୍ରାର୍ଥୀ କରୋନାରେ ଆକ୍ରାନ୍ତ ହେବା ପରେ ସୋଶାଲ ମିଡିଆରେ ମଧ୍ୟ ତାଙ୍କ ଆରୋଗ୍ୟ କାମନା କରାଯାଇ ଅନେକ ପୋଷ୍ଟ ହୋଇଛି। ଏଯାବତ ସମ୍ୱିତ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଡାକ୍ତର କିମ୍ୱା ହସ୍ପିଟାଲ କତ୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି।

ଏହାରି ଭିତରେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଟୁଇଟ୍ କରି କହିଛନ୍ତି, ‘ମୁଁ ସମ୍ବିତ ପାତ୍ରଙ୍କୁ ଫୋନ୍ କରି କଥା ହୋଇଛି। ତାଙ୍କର ମନୋବଳ ଏବେ ଠିକ୍ ରହିଛି। ଖୁବଶୀଘ୍ର ସେ ଆରୋଗ୍ୟ ହେବେ’।

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଟୁଇଟ୍ କରି ସମ୍ୱିତ ପାତ୍ରଙ୍କ ଆରୋଗ୍ୟ କାମନା କରିଛନ୍ତି। ସେହିପରି କଂଗ୍ରେସର ନେତା ତଥା ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିବା ସଞ୍ଜୟ ଝା’ ମଧ୍ୟ ଟୁଇଟ୍ କରି ସମ୍ୱିତଙ୍କ ଆରୋଗ୍ୟ କାମନା କରିଛନ୍ତି।

 

ଆହୁରି ପଢ଼ନ୍ତୁ

ବବ୍‌-କଟ୍‌ ହେୟାର ଷ୍ଟାଇଲ କରିଥିବା ହାତୀ ଇଣ୍ଟରନେଟ୍‌ର ନୂଆ ଷ୍ଟାର

୩ ମାସ ପରେ ଫେରିଲେ ପତ୍ନୀ, କରୋନା ଆଶଙ୍କାରେ ଘରେ ପୂରାଇଲେନି ସ୍ୱାମୀ

ବାଉଁସରେ ତିଆରି ଟିଫିନ ବକ୍ସ, ଭିଡିଓ ଭାଇରାଲ

ସୀମାରୁ ସେନା ପ୍ରତ୍ୟାହାର ସଂପୂର୍ଣ୍ଣ ଶେଷ ହେବାକୁ ଲାଗିବ ସମୟ, ପୁଣି ବସିବ ବୈଠକ

ଦୁଇ ଭାଇ, ହେଲେ ଗୋଟିଏ ପେଟ: ବିଶ୍ୱର ସବୁଠାରୁ ଅଧିକ ଦିନ ବଞ୍ଚିଥିବା ଯୋଡ଼ା ଭାଇଙ୍କ ପରଲୋକ

ନୀତୀଶ କୁମାରଙ୍କ ଭାଣିଜୀଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ଘରକୁ ଗଲା ଭେଣ୍ଟିଲେଟର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିଲେ ୨୦୦ ପୁଲିସ୍‌ କର୍ମଚାରୀ!

କାହିଁକି ସୁଶାନ୍ତଙ୍କୁ ୪ଟି ଫିଲ୍ମରୁ ବାଦ୍‌ ଦେଇଥିଲେ ସଞ୍ଜୟ ଲୀଲା ବଂଶାଲୀ, ପୁଲିସ୍‌ ଆଗରେ ରଖିଲେ ତଥ୍ୟ

ଆମ୍ବୁଲାନ୍ସରେ କରୋନା ମୃତକଙ୍କ ଶବ ଆଣିଲେ, ପାର୍କିଂ ଅଞ୍ଚଳରେ ଫୋପାଡ଼ି ଚାଲିଗଲେ

ଦେଶରେ ୭ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୦ ହଜାର ପାର୍‌

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ବିଦେଶୀ ଶିକ୍ଷାର୍ଥୀଙ୍କୁ ଦେଶରୁ ବିଦା କରିବା ପାଇଁ ଆମେରିକାର ନୂଆ ରଣନୀତି