ନୂଆଦିଲ୍ଲୀ: ଆପଣ ଜାଣିଥିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଭିନେତ୍ରୀ ରେଖା ରାଜ୍ୟସଭାରେ ସାଂସଦ ଅଛନ୍ତି। ହେଲେ ଏହି ଦୁଇଜଣ କେତେ ଥର ରାଜ୍ୟସଭାକୁ ଆସିଛନ୍ତି ଆପଣ ଜାଣିଛନ୍ତ କି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ୨୦୧୨ ରୁ ସାଂସଦ ହୋଇଥିବା ସଚିନ ମୋଟ୍ ୩୪୮ ଦିନ ମଧ୍ୟରୁ ମାତ୍ର ୨୩ ଥର ରାଜ୍ୟସଭାକୁ ଯାଇଛନ୍ତି। ସେହିପରି ରେଖା ମାତ୍ର ୧୮ ଥର ରାଜ୍ୟ ସଭା ଯାଇଛନ୍ତି। ଅନ୍ୟପଟେ ଦରମା ବାବଦରେ ସଚିନ ୫୮.୮ ଲକ୍ଷ ଟଙ୍କା ପାଇଥିବା ବେଳେ ରେଖ ୬୫ଲକ୍ଷ ପାଇଛନ୍ତି। ଏହାକୁ ଯଦି ହିସାବ କରାଯାଏ ତେବେ ସଚିନ ଦିନକୁ ୨ଲକ୍ଷ ୫୬ହଜାର ଟଙ୍କା ରୋଜଗାର କରିଥିବା ବେଳେ ରେଖା ଦିନକୁ ୩ ଲକ୍ଷ ୬୦ହଜାର ଟଙ୍କା ରୋଜଗାର କରିଛନ୍ତି। ତେବେ ଏତେ ଟଙ୍କା ସରକାରୀ ବେତନ ପାଉଥିଲେ ମଧ୍ୟ ରାଜ୍ୟସଭାକୁ କଣ ପାଇଁ ଏହି ଦୁଇ ଜଣ ସାଂସଦ ଆସୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ଏସ୍ପି ସାଂସଦ ନରେଶ ଅଗ୍ରଓ୍ୱାଲ। ସେ ଆଜି ରାଜ୍ୟସଭାରେ କହିଛନ୍ତି ଯେ ସଦନରେ ଅନୁପସ୍ଥିତ ରହୁଥିବାରୁ ସଚିନ ଓ ରେଖା ନିଜେ ନିଜେ ଇସ୍ତଫା ଦେଇଦିଅନ୍ତୁ ନ ହେଲେ ତାଙ୍କ ସାଂସଦ ପଦ ରଦ୍ଧ କରାଯାଉ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।