Advertisment

ଜାଣନ୍ତୁ, ପାସ୍‌ପୋର୍ଟ ପାଇଁ ନିଜ ସ୍ମାର୍ଟ୍‌ଫୋନ୍‌ରୁ କିପରି କରିବେ ଆବେଦନ?

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ନୂଆ ପାସ୍‌ପୋର୍ଟ ପାଇଁ ଆପଣଙ୍କୁ ଆଉ ପାସ୍‌ପୋର୍ଟ୍‌ ଅଫିସ୍‌ରେ ଚକ୍କର୍‌ କାଟିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ସ୍ମାର୍ଟଫୋନ୍‌ରୁ ହିଁ ଆପଣ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ‘ଏମ୍‌ ପାସପୋର୍ଟସେବା'(“mPassportSeva”)ନାଁରେ ଏକ ଆପ୍‌ ଏବେ ଉପଲବ୍ଧ ହେଉଛି। ଦେଶର ଯେକୌଣସି ସ୍ଥାନରେ ରହି ଆପଣ ଏହି ସେବା ପାଇପାରିବେ। ଏହି ଆପ୍‌କୁ ଆପଣ ଉଭୟ, ଆଣ୍ଡ୍ରୋଏଡ୍‌ ଏବଂ ଆଇ-ଫୋନ୍‌ରେ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ। ମନେ ରଖନ୍ତୁ, ଏହି ଆପ୍‌ ‘କନ୍‌ସ୍ୟୁଲାର୍‌ ପାସ୍‌ପୋର୍ଟ୍‌ ଏବଂ […]

ଅଦ୍ୟତନ ହୋଇଛି
ଜାଣନ୍ତୁ, ପାସ୍‌ପୋର୍ଟ ପାଇଁ ନିଜ ସ୍ମାର୍ଟ୍‌ଫୋନ୍‌ରୁ କିପରି କରିବେ ଆବେଦନ?

lipunnnnn

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ନୂଆ ପାସ୍‌ପୋର୍ଟ ପାଇଁ ଆପଣଙ୍କୁ ଆଉ ପାସ୍‌ପୋର୍ଟ୍‌ ଅଫିସ୍‌ରେ ଚକ୍କର୍‌ କାଟିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ସ୍ମାର୍ଟଫୋନ୍‌ରୁ ହିଁ ଆପଣ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ 'ଏମ୍‌ ପାସପୋର୍ଟସେବା'(“mPassportSeva”)ନାଁରେ ଏକ ଆପ୍‌ ଏବେ ଉପଲବ୍ଧ ହେଉଛି। ଦେଶର ଯେକୌଣସି ସ୍ଥାନରେ ରହି ଆପଣ ଏହି ସେବା ପାଇପାରିବେ।

Advertisment

ଏହି ଆପ୍‌କୁ ଆପଣ ଉଭୟ, ଆଣ୍ଡ୍ରୋଏଡ୍‌ ଏବଂ ଆଇ-ଫୋନ୍‌ରେ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ।
ମନେ ରଖନ୍ତୁ, ଏହି ଆପ୍‌ 'କନ୍‌ସ୍ୟୁଲାର୍‌ ପାସ୍‌ପୋର୍ଟ୍‌ ଏବଂ ଭିସା ଡିଭିଜନ୍‌' ଦ୍ୱାରା ଜାରି କରାଯାଇଛି। ଆଣ୍ଡ୍ରୋଏଡ୍‌ ଫୋନ୍‌ରେ ଏହି ଆପ୍‌ର ଅନେକ ନକଲିଭର୍ସନ୍‌ ରହିଛି, ସେଥିପାଇଁ ସଠିକ୍‌ ଆପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ।

publive-image

କେଉଁମାନେ ଆବେଦନ କରିପାରିବେ?

ଯେଉଁ ବ୍ୟକ୍ତିଙ୍କର ପାସ୍‌ପୋର୍ଟ ନାହିଁ, ସେମାନେ ଏହି ଆପ୍‌ ଯୋଗେ ଆବେଦନ କରିପାରିବେ। ପିସିସି ଫର୍ମ ଫାଇଲିଙ୍ଗ୍‌ଓ ଆବେଦନ କରିବା ପାଇଁ ଅନ୍‌ଲାଇନ୍‌ ପେମେଣ୍ଟ୍‌ ଇତ୍ୟାଦି ଆପଣ ଏହି ଆପ୍‌ ଜରିଆରେ ହିଁ କରିପାରିବେ।

Advertisment

ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କର ପାସ୍‌ପୋର୍ଟ୍‌ର ଅବଧି ସରିଯାଏ,ତେବେ ପାସ୍‌ସ୍ପୋର୍ଟ୍‌ରେ ଥିବା ବ୍ୟକ୍ତିଗତ ବିବରଣୀରେ ମଧ୍ୟ ସେ ଆବଶ୍ୟକ ପରିବର୍ତ୍ତନ କରିପାରିବେ। ଏହାସହ ପାସ୍‌ପୋର୍ଟ୍‌ ନଷ୍ଟ ହୋଇଯାଇଥିଲେ କିମ୍ବା ହଜି ଯାଇଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ପୁଣିଥରେ ନିଜ ପାସ୍‌ପୋର୍ଟ୍ ଆବେଦନ କରି ପାରିବେ।

publive-imageନିଜ ସ୍ମାର୍ଟଫୋନ୍‌ରୁ ଆବେଦନ କରିବେ କିପରି?

'ଏମ୍‌ ପାସପୋର୍ଟ ସେବା' ଆପ୍‌ରୁ ପାସ୍‌ପୋର୍ଟ ପାଇଁ ଆବେଦନ କରିବା ନେଇ କୌଣସି ଭିନ୍ନ ପ୍ରକ୍ରିୟା ନାହିଁ। ପାସ୍‌ପୋର୍ଟ୍‌ ସେବା ୱେବ୍‌ସାଇଟ୍‌ରେ ଆପଣ ଯେପରି ଆବେଦନ କରୁଥିଲେ, ସେହିପରି ଏହି ଆପ୍‌ରୁ ମଧ୍ୟ ଆବେଦନ କରିପାରିବେ।

୧. ମୋବାଇଲ୍‌ରେ 'ଏମ୍‌ ପାସପୋର୍ଟ ସେବା'କୁ ଖୋଲି ୟୁଜର୍‌ ରେଜିଷ୍ଟ୍ରେସନ୍‌କୁ ଖୋଲନ୍ତୁ।
୨. ସେଥିରେ ଆପଣଙ୍କ ସହରର ନିକଟସ୍ଥ ପାସ୍‌ପୋର୍ଟ ଅଫିସ୍‌କୁ ଚୟନ କରନ୍ତୁ।
୩. ଆପଣଙ୍କ ନାମ, ଜନ୍ମ ତାରିଖ ଏବଂ ଇ-ମେଲ୍‌ ଦିଅନ୍ତୁ। publive-image୪. ଏହା ପରେ ନିଜର ଏକ ଲଗ୍‌ଇନ୍‌ ଆଇଡି ଦେବା ସହିତ ଏକ ପାସ୍‌ୱାର୍ଡ୍‌ ମଧ୍ୟ ଦିଅନ୍ତୁ। ଏହି ପ୍ରକ୍ରିୟା ଆପଣଙ୍କ ଇ-ମେଲ୍‌ ଆକାଉଣ୍ଟ ଖୋଲିବା ପ୍ରକ୍ରିୟା ସହିତ ସମାନ। ଏଠାରେ ଆପଣ ନିଜ ଇ-ମେଲ୍‌ ଆଇଡିକୁ ମଧ୍ୟ ଲଗ୍‌ଇନ୍‌ ଆଇଡି ଭାବେ ଦେଇପାରିବେ।

୫. ଏହା ପରେ ଏହାରସୁରକ୍ଷା ପାଇଁ ଏକ ପ୍ରଶ୍ନ ଏବଂ ଉତ୍ତର ଯୋଡ଼ନ୍ତୁ। ଏହା ଆପଣଙ୍କୁ ପାସ୍‌ୱାର୍ଡ ଭୁଲିଯିବା ସମୟରେ ସାହାଯ୍ୟ କରିବ।
୬. କନ୍‌ଫର୍ମ ଅପ୍‌ସନ୍‌କୁ କ୍ଲିକ୍‌ କରିବା ପରେ ଆପଣଙ୍କୁ Captcha codeର ଛୋଟ ଇମେଜ୍‌ ଥିବା କିଛି ଅକ୍ଷରକୁ ଏଣ୍ଟର୍‌ କରିବାକୁ ପଡ଼ିବ। ଶେଷରେ ସବ୍‌ମିଟ୍‌ ଅପ୍‌ସନ୍‌କୁ କ୍ଲିକ୍ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe