ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୧ ଲକ୍ଷ ୪୪ ହଜାରରୁ ଅଧିକ ପ୍ୟାନକାର୍ଡକୁ ନିଷ୍କ୍ରିୟ କରି ଦେଇଛନ୍ତି। ରାଜ୍ୟସଭାରେ ଲିଖିତ ଉତ୍ତରରେ ଏ ସୂଚନା ଦେଇଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର।
ସେ କହିଛନ୍ତି, ୨୭ ଜୁଲାଇ ମଧ୍ୟରେ ୧୧ ଲକ୍ଷ ୪୪ହଜାର ୨୧୧ଟି ଏପରି ପ୍ୟାନ୍ କାର୍ଡ ଚିହ୍ନଟ କରାଯାଇଛି, ଯେଉଁ ବ୍ୟକ୍ତିଙ୍କ ନାଁରେ ଏକାଧିକ ପ୍ୟାନ କାର୍ଡ ରହିଛି। ସେସବୁକୁ ଚିହ୍ନଟ କରାଯାଇ ନିଷ୍କ୍ରିୟ କରାଯାଇଛି।
ନିୟମ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ନିଜ ନାଁରେ ଗୋଟିଏ ପାନକାର୍ଡ ପାଇବା କଥା। କିନ୍ତୁ ଟ୍ୟାକ୍ସ ଫାଙ୍କିବା ପାଇଁ କିଛି ବ୍ୟକ୍ତି ନିଜ ନାଁରେ ଏକାଧିକ ପ୍ୟାନ୍ କାର୍ଡ ରଖିଛନ୍ତି। ତେଣୁ ସେସବୁ କାର୍ଡକୁ ନିଷ୍ମ୍ରିୟ କରାଯାଇଛି। ଏପରି ସ୍ଥଳେ ଅନେକ ଲୋକଙ୍କ ମନରେ ନିଜ ପ୍ୟାନକାର୍ଡ ରଦ୍ଦ ହୋଇଥିବା ନେଇ ସନ୍ଦେହ ଉପୁଜିପାରେ। ଆପଣଙ୍କ ପ୍ୟାନକାର୍ଡ ଆକ୍ଟିଭ ଅଛି ନା ନିଷ୍କ୍ରିୟ ହୋଇଛି ତାହା କିପରି ଜାଣିବେ? ଆମେ ଏଠାରେ ଆପଣଙ୍କୁ କହି ଦେଉଛୁ ତା’ର ଉପାୟ।
କିପରି ଜାଣିବେ ପ୍ୟାନକାର୍ଡ ଆକ୍ଟିଭ ଅଛି ନା ରଦ୍ଦ ହୋଇଯାଇଛି:
ସର୍ବପ୍ରଥମେ ଆପଣ ଆୟକର ବିଭାଗର ୱେବ୍ସାଇଟକୁ ଯାଆନ୍ତୁ। ଏହାପରେ ସାଇଟରେ Know Your Pan ଅପ୍ସନ୍ ଦେଖିବାକୁ ପାଇବେ। ଏହା ପରେ କ୍ଲିକ୍ କଲେ ଏକ ନୂଆ ୱିଣ୍ଡୋ ଖୋଲିବ। ଏଥିରେ ଆପଣ ଏକ ଫର୍ମ ଦେଖି ପାରିବେ। ଏହି ଫର୍ମରେ ଆପଣଙ୍କୁ ଆପଣଙ୍କର ପୂରା ନାମ ଲେଖିବାକୁ ପଡିବ। ଧ୍ୟାନ ରଖନ୍ତୁ ପ୍ୟାନକାର୍ଡରେ ଆପଣଙ୍କ ନାଁ ଯାହା ଥିବ ଠିକ୍ ସେହି ନାଁରେ ଫର୍ମ ଭରିବାକୁ ପଡ଼ିବ। ଯଦି ପ୍ୟାନକାର୍ଡରେ ମଝି ନାଁ ନାହିଁ, ତେବେ ଫର୍ମରେ ମଝି ନାଁ ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନକୁ ଫାଙ୍କ। ଛାଡ଼ି ଦିଅନ୍ତୁ। ପ୍ୟାନକାର୍ଡରେ ଥିବା ଜନ୍ମତାରିଖ ଓ ମୋବାଇଲ ନମ୍ୱର ଦେଇ ସବମିଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ମୋବାଇଲ୍ ନମ୍ୱରକୁ ଏକ କୋର୍ଡ ଆସିବ। ଶେଷରେ ଏହି କୋର୍ଡକୁ ପେଜରେ ସବମିଟ୍ କଲେ ଆପଣଙ୍କ ପ୍ୟାନକାର୍ଡ ନିଷ୍କ୍ରିୟ ହୋଇଛି କି ନାହିଁ ଦର୍ଶାଇଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।