ସଇତାନ ସ୍ୱାମୀ: ଫେସ୍‌ବୁକ୍‌ରେ ଫଟୋ ଛାଡ଼ିଲେ ପତ୍ନୀଙ୍କୁ ଏମିତି ଦେଉଥିଲା ନିର୍ଯାତନା, ଯେତେ ‘ଲାଇକ୍’ ସେତେ ପାହାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିଛନ୍ତି, ଚଳିତ ଶତାବ୍ଦୀ ହେବ ଡିଜିଟାଲ ଓ ସୋସିଆଲ୍ ମିଡିଆର ଯୁଗ। ସାରା ବିଶ୍ୱରେ ଲୋକଙ୍କ ସାମାଜିକ ଜୀବନକୁ ଏହା ବହୁଳଭାବେ ପ୍ରଭାବିତ କରିବ। ଏହା ମଧ୍ୟ କୁହାଯାଇଛି ଯେ, ଏହାକୁ ନେଇ ବହୁ ବାଦବିବାଦ ବି ସୃଷ୍ଟି ହେବ। ସେମିତି ଏକ ଘଟଣା ଘଟିଛି ଆମେରିକାରେ। ସୋସିଆଲ୍ ମିଡିଆକୁ ନେଇ ଆଜିକାଲି ପରିବାର ଗୁଡ଼ିକ ଭିତରେ, ବିଶେଷକରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି ହେଉଛି। […]

women-beaten-1

women-beaten-1

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 04:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିଛନ୍ତି, ଚଳିତ ଶତାବ୍ଦୀ ହେବ ଡିଜିଟାଲ ଓ ସୋସିଆଲ୍ ମିଡିଆର ଯୁଗ। ସାରା ବିଶ୍ୱରେ ଲୋକଙ୍କ ସାମାଜିକ ଜୀବନକୁ ଏହା ବହୁଳଭାବେ ପ୍ରଭାବିତ କରିବ। ଏହା ମଧ୍ୟ କୁହାଯାଇଛି ଯେ, ଏହାକୁ ନେଇ ବହୁ ବାଦବିବାଦ ବି ସୃଷ୍ଟି ହେବ।

ସେମିତି ଏକ ଘଟଣା ଘଟିଛି ଆମେରିକାରେ। ସୋସିଆଲ୍ ମିଡିଆକୁ ନେଇ ଆଜିକାଲି ପରିବାର ଗୁଡ଼ିକ ଭିତରେ, ବିଶେଷକରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି ହେଉଛି। ଫେସ୍‌ବୁକ୍‌ରେ ନୂଆ ନୂଆ ବନ୍ଧୁଙ୍କ ସହ ଗପିବା କିମ୍ବା ଫଟୋ ସେୟାର ଓ ଲାଇକ୍‌ କରିବା ଦ୍ୱାରା ପ୍ରେମିକ ପ୍ରେମିକା ଓ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ବେଳେବେଳେ ଏହା ସଂପର୍କ ଭାଙ୍ଗିବା ପର୍ଯ୍ୟନ୍ତ କଥା ଯାଉଛି। କିଛି କିଛି ଜାଗାରେ ତ ଏହାକୁ ନେଇ ଅପରାଧ ବି ଘଟୁଛି।

ତେବେ ଆମର ଧାରଣା ଥିବ ଯେ, ଏମିତି ସବୁ ଘଟଣା କେବଳ ଭାରତ ପରି ଦେଶରେ ହେଉଛି, ଯେଉଁଠି ଲୋକମାନେ ବେଶୀ ପାଠ ପଢ଼ି ନାହାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଉରୁଗୁଏରେ ଏପରି ଏକ ଘଟଣା ଘଟିଛି, ଯେଉଁଠି ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଛନ୍ତି ଏଇଥିପାଇଁ ଯେ, ସେ ଫେସ୍‌ବୁକ୍‌ରେ ତାଙ୍କ ଫଟୋ ଅପ୍‌ଲୋଡ୍ କରିଥିଲେ। ପୂରା ଘଟଣାଟି କେମିତି ଘଟିଥିଲା ଓ କାହିଁକି ଘଟିଥିଲା ଆସନ୍ତୁ ଜାଣିବା।

୨୧ ବର୍ଷର ଝିଅ ଏଡୋଲ୍‌ଫିନା କେମିଲି। ଖୁବ୍ ଖୋଲା ପ୍ରକୃତିର ଝିଅ। ଉରୁଗୁଏର ଖୋଲା ସୋସାଇଟିରେ ଝିଅମାନେ ଖୁବ୍ ସ୍ୱାଧୀନ। ଝିଅମାନେ ନିଜ ସ୍ୱାଧୀନ ଭାବେ ସୋସିଆଲ୍ ମିଡିଆରେ ବିଚରଣ କରିବାରେ କିଛି ଅସୁବିଧା ନାହିଁ। ସମସ୍ତଙ୍କ ପରି ତାଙ୍କର ମଧ୍ୟ ଫେସ୍‌ବୁକ୍‌ରେ ଆକାଉଣ୍ଟଟିଏ ଅଛି। ତେବେ ବାହାହେବା ପରି ହିଁ ଆରମ୍ଭ ହେଲା ତାଙ୍କ ସମସ୍ୟା। ତାଙ୍କ ସ୍ୱାମୀଙ୍କ ନାଁ ହେଲା ଗେଲିଆନୋ। ଯିଏକି ସ୍ୱଭାବରେ ଅତ୍ୟନ୍ତ ଅସହିଷ୍ଣୁ। ଏମିତିକି ସେ ନିଜ ପତ୍ନୀଙ୍କୁ ବି ସହି ପାରନ୍ତି ନାହିଁ। ଫଳରେ ଦୁହିଁଙ୍କ ଭିତରେ ମତାନ୍ତର ଦେଖାଦେଲା। ତେବେ ବେଶୀ ଗଣ୍ଡଗୋଳ ହୁଏ ସେତେବେଳେ, ଯେତେବେଳେ ଓଡୋଲ୍‌ଫିନା ଫେସ୍‌ବୁକ୍‌ରେ ତାଙ୍କ ଫଟୋ ଅପ୍‌ଲୋଡ୍ କରନ୍ତି। ସ୍ୱାମୀ ଏହାକୁ ସହିପାରନ୍ତି ନାହିଁ। ବୋଧହୁଏ ନିଜ ଭିତରେ ଅସୁରକ୍ଷିତ ଅନୁଭବ କରନ୍ତି। ତେଣୁ ସେ ପତ୍ନୀଙ୍କୁ ଫେସ୍‌ବୁକ୍‌ରେ ଫଟୋ ନଦେବାକୁ କହନ୍ତି। କିନ୍ତୁ ଓଡୋଲ୍‌ଫିନା ଏଥିରେ କିଛି ଅସ୍ୱାଭାବିକତା ଦେଖନ୍ତୁ ନାହିଁ। ତେଣୁ ସେ ସ୍ୱାମୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ।

କିନ୍ତୁ ଯେତେବେଳେ ତାଙ୍କ ସ୍ୱାମୀ ଫେସ୍‌ବୁକ୍‌ ଫଟୋ ଅପ୍‌ଲୋଡ୍‌କୁ ନେଇ ରୁକ୍ଷ ହୋଇଗଲେ ସେତେବେଳେ କଥାଟା ନୂଆ ମୋଡ଼ରେ ପହଞ୍ଚିଲା। ସ୍ୱାମୀ ଗେଲିଆନୋ ତାଙ୍କୁ ରୀତିମତ ନିର୍ଯାତନା ଦେବାକୁ ଲାଗିଲେ। ସେ ଜଣେ ମାନସିକ ରୋଗୀ ପରି ବ୍ୟବହାର କଲେ। ଏପରିକି ଫେସ୍‌ବୁକ୍‌ରେ ପତ୍ନୀ ଛାଡ଼ିଥିବା ଫଟୋରେ ପ୍ରତି ‘ଲାଇକ୍‌’ ପାଇଁ ଗୋଟେ ପାହାର ଦେବା ଆରମ୍ଭ କରିଥିଲେ। ଅର୍ଥାତ, ଯଦି ଗୋଟେ ଫଟୋରେ ୧୦୦ଟି ଲାଇକ୍‌ ମିଳିଲା, ତେବେ ପତ୍ନୀ ଓଡୋଲ୍‌ଫିନାଙ୍କୁ ସ୍ୱାମୀ ଗେଲିଆନୋ ସେତିକି ପାହାର ଦେଉଥିଲେ। ଅନେକ ସମୟରେ ସେ ତାଙ୍କୁ ବାନ୍ଧିକି ବାଡୋଉଥିଲେ। ଫେସ୍‌ବୁକ୍‌ କମେଣ୍ଟ ପାଇଁ ମଧ୍ୟ ସେ ପତ୍ନୀଙ୍କୁ ପିଟୁଥିଲେ। ଏମିତି କିଛିଦିନ ଚାଲିବା ପରେ, ଓଡୋଲ୍‌ଫିନାଙ୍କ ଶ୍ୱଶୁର ବା ଗେଲିଆନୋଙ୍କ ବାପା ପୁଅର ଏହି କାରନାମା ବିଷୟରେ ପୋଲିସ୍‌ରେ ଖବର ଦେବାପରେ ତାଙ୍କୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story