ସମାଲୋଚକଙ୍କୁ ଅଦ୍‌ନାନ୍‌ କହିଲେ, ‘ହମ୍ ଭି ହୈ ତୁହ୍ମାରେ ଦିୱାନେ ହୋ ଦିୱାନେ’

ନୂଆଦିଲ୍ଲୀ: ଭାରତୀୟ ନାଗରିକତା ଗ୍ରହଣ କରିଥିବା ପାକିସ୍ତାନ ଜନ୍ମିତ ଅଦ୍‌ନାନ୍‌ ଶାମି ପଦ୍ମଶ୍ରୀ ପଇବାକୁ ନେଇ ବିବାଦ ହେବାପରେ ସେ ନିଜେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଯେଉଁ ସ୍ୱର ସବୁ ପୂର୍ବରୁ କହୁଥିଲା କଳାର କୌଣସି ସୀମା ନାହିଁ ଏବଂ ଏହା ରାଜନୀତିରୁ ଊର୍ଦ୍ଧ୍ୱରେ ସେମାନେ କୁଆଡ଼େ ଗଲେ। ମୁଁ ଜଣେ ରାଜନୀତିକ ବ୍ୟକ୍ତି ନୁହେଁ ଏବଂ ଆପଣମାନଙ୍କୁ ସଙ୍ଗୀତ ଜରିଆରେ ପ୍ରେମ ବାଣ୍ଟୁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଅଦ୍‌ନାନ୍‌ ବାପା ପାକିସ୍ତାନର […]

Adnan-Shami

Adnan-Shami

Subrat Kumar Nayak
  • Published: Monday, 27 January 2020
  • Updated: 27 January 2020, 09:59 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ନାଗରିକତା ଗ୍ରହଣ କରିଥିବା ପାକିସ୍ତାନ ଜନ୍ମିତ ଅଦ୍‌ନାନ୍‌ ଶାମି ପଦ୍ମଶ୍ରୀ ପଇବାକୁ ନେଇ ବିବାଦ ହେବାପରେ ସେ ନିଜେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଯେଉଁ ସ୍ୱର ସବୁ ପୂର୍ବରୁ କହୁଥିଲା କଳାର କୌଣସି ସୀମା ନାହିଁ ଏବଂ ଏହା ରାଜନୀତିରୁ ଊର୍ଦ୍ଧ୍ୱରେ ସେମାନେ କୁଆଡ଼େ ଗଲେ। ମୁଁ ଜଣେ ରାଜନୀତିକ ବ୍ୟକ୍ତି ନୁହେଁ ଏବଂ ଆପଣମାନଙ୍କୁ ସଙ୍ଗୀତ ଜରିଆରେ ପ୍ରେମ ବାଣ୍ଟୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଅଦ୍‌ନାନ୍‌ ବାପା ପାକିସ୍ତାନର ବାୟୁସେନାରେ କାର୍ଯ୍ୟରତ ଥିଲେ। ସେ ଭାରତ ବିରୋଧରେ ୧୯୬୫ ମସିହାର ଯୁଦ୍ଧ ମଧ୍ୟ ଲଢ଼ିଛନ୍ତି। ତେବେ ଏହାପରେ ଅଦ୍ନାନ୍ ଭାରତୀୟ ନାଗରିକତା ନେଇ ଏଠାରେ ହିଁ ରହିଆସୁଛନ୍ତି। କଳା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକାର କରି ଭାରତ ସରକାର ଶନିବାର ତାଙ୍କୁ ପଦ୍ମଶ୍ରୀ ଦିଆଯିବା ନେଇ ଘୋଷଣା କରିଛନ୍ତି।

ତେବେ ତାଙ୍କ ବାପା ପାକିସ୍ତାନ ସେନାରେ କାମ କରିସାରିଥିବାରୁ ତାଙ୍କୁ ପଦ୍ମଶ୍ରୀ କିପରି ଦିଆଯିବ ବୋଲି କହି କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଜଣେ ଭାରତୀୟ ସୈନିକ ଏନ୍ଆରସିରେ ଭାରତୀୟ ନାଗରିକ ନୁହେଁ ବୋଲି କୁହାଯାଉ ଥିବାବେଳେ ଜଣେ ପାକିସ୍ତାନର ବାୟୁସେନା ଅଧିକାରୀଙ୍କ ପୁଅ ପଦ୍ମଶ୍ରୀ ପାଉଛନ୍ତି ବୋଲି ଜଣେ କଂଗ୍ରେସ ମୁଖପାତ୍ର କହିଥିଲେ।

ଏହାପରେ ଅଦ୍ନାନ୍ ପ୍ରତିକ୍ରିୟାରେ କହିଛନ୍ତି, “ମୋ ବାପା ତାଙ୍କ ଦେଶ ପାଇଁ ତାଙ୍କ କର୍ତ୍ତବ୍ୟ ଦୃଷ୍ଟିରୁ ଲଢ଼ିଥିଲେ। ତାଙ୍କ ପାଇଁ ମୁଁ ଗର୍ବିତ। ସେ ତାଙ୍କ ଦେଶ ପାଇଁ ଦେଶପ୍ରେମୀ ମୁଁ ମୋ ଦେଶ ପାଇଁ ଦେଶପ୍ରେମୀ। ମୋ ବାପାଙ୍କୁ ଏଥିରେ ଟାଣିବା ଦୁଃଖଦ। ଏହା ଭାରତର ଏକ ସମ୍ମାନଜନକ ପୁରସ୍କାର। ଏହା ଉତ୍କର୍ଷତା ଦୃଷ୍ଟିରୁ ଦିଆଯାଏ। ମୁଁ ଯାହା କିରିଛି ସେଥିପାଇଁ ମୋ ବାପା ଦାୟୀ ରହିପାରିବେନି କିମ୍ବା ମୋ ବାପାଙ୍କ ପାଇଁ ମୋତେ ଦାୟୀ କରାଯାଇପାରିବନି।”

ବିଜେପିକୁ ପ୍ରଶଂସା କରୁଥିବା ଅଭିଯୋଗ ବାବଦରେ ସେ କହିଛନ୍ତି, ମୁଁ ବିଜେପି କି କଂଗ୍ରେସ ଏମିତି ଦେଖେନି। ମୁଁ ରାଜନୀତିକ ବ୍ୟକ୍ତି ନୁହେଁ। କୌଣସି ସରକାର ଯଦି ଭଲ କରୁଛନ୍ତି, ମୁଁ କାହିଁକି ଗ୍ରହଣ କରିବିନି।

ତେବେ ପୁରସ୍କାର ପାଇବା ପରେ, କେଉଁ ଗୀତର ଅନୁଭବ ଆସିଥିଲା ପ୍ରଶ୍ନରେ ସେ କହିଛନ୍ତି ‘ମୁଝ୍‌କୋ ଭି ତୋ ଲିଫ୍ଟ କରାଦେ’ ମନେ ପଡ଼ିଥିଲା। ଆଉ ତାଙ୍କ ସମାଲୋଚକଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ‘ହମ୍‌ନେ ତୁମ୍‌କୋ ଦେଖ୍‌ତେ ହି ଦିଲ୍ ଦିୟା, ତୁମ୍ ଭି ସୋଚୋ ତୁମ୍‌ନେ ହମ୍‌ସେ କ୍ୟା କିୟା। ମେରା ଦିଲ୍ ନା ତୋଡ଼ୋ କଭି ଦିଲ୍‌ସେ ଦିଲ୍ ମିଲାଓ। ହମ୍ ଭି ହୈ ତୁହ୍ମାରେ ଦିୱାନେ ହୋ ଦିୱାନେ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story