ମୃତ୍ୟୁର ବର୍ଷେ ଯାଏଁ ସକ୍ରିୟ ଥାଏ ମାନବ ଶରୀର, ଗବେଷଣାରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: ମୃତ୍ୟୁ ପରେ ବି ମଣିଷ ଶରୀର ୧ ବର୍ଷ ପର୍ଯ୍ୟନ୍ତ ଚଳପ୍ରଚଳ କରିଥାଏ। ଅଷ୍ଟ୍ରେଲିଆର ଜଣେ ବୈଜ୍ଞାନିକ ଆଲିସନ୍‌ ୱିନସନ୍‌ ଏହି ସତ୍ୟକୁ ପ୍ରମାଣ କରିଛନ୍ତି। ୧୭ ମାସ ଧରି ଗୋଟିଏ ଶବ ଉପରେ ଗବେଷଣା କରି ଫଟୋ ଉଠାଇବା ପରେ ଆଲିସନ୍‌ ଏଫ୍‌ପିକୁ ଏହି ସୂଚନା ଦେଇଛନ୍ତି ଯେ ମଣିଷ ମରିଗଲା ପରେ ମଧ୍ୟ ତାର ଶରୀର ଶାନ୍ତିରେ ଆରାମ କରିନଥାଏ। ଏହାର କାରଣ ମୃତ ଶରୀରରେ ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏବଂ […]

tttt

Puspanjali Panda
  • Published: Tuesday, 24 September 2019
  • , Updated: 24 September 2019, 12:47 PM IST

ନୂଆଦିଲ୍ଲୀ: ମୃତ୍ୟୁ ପରେ ବି ମଣିଷ ଶରୀର ୧ ବର୍ଷ ପର୍ଯ୍ୟନ୍ତ ଚଳପ୍ରଚଳ କରିଥାଏ। ଅଷ୍ଟ୍ରେଲିଆର ଜଣେ ବୈଜ୍ଞାନିକ ଆଲିସନ୍‌ ୱିନସନ୍‌ ଏହି ସତ୍ୟକୁ ପ୍ରମାଣ କରିଛନ୍ତି।

୧୭ ମାସ ଧରି ଗୋଟିଏ ଶବ ଉପରେ ଗବେଷଣା କରି ଫଟୋ ଉଠାଇବା ପରେ ଆଲିସନ୍‌ ଏଫ୍‌ପିକୁ ଏହି ସୂଚନା ଦେଇଛନ୍ତି ଯେ ମଣିଷ ମରିଗଲା ପରେ ମଧ୍ୟ ତାର ଶରୀର ଶାନ୍ତିରେ ଆରାମ କରିନଥାଏ। ଏହାର କାରଣ ମୃତ ଶରୀରରେ ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏବଂ ଶରୀରରେ ଥିବା ଅସ୍ଥି ପଚିବା ଆରମ୍ଭ କରିଥାଏ। ଏହି ସମୟରେ ଶରୀରର କେତେକ ଅଂଶ ସ୍ଥାନ ପରିବର୍ତ୍ତନ କରିବା ଭଳି ଲାଗେ। ତେଣୁ ମୃତ୍ୟୁ ପରେ ମଧ୍ୟ ମଣିଷ ଶରୀର ଚଳପ୍ରଚଳ କରିଥାଏ ବୋଲି ଦେଖାଯାଏ।

ଗବେଷଣାର ଏହି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆଲିସନ୍‌ ପ୍ରତିମାସରେ ଫ୍ଲାଇଟ୍‌ରେ କାଇରନ୍‌ସରୁ ସିଡ୍‌ନି ଯାତ୍ରା କରି ମୃତ ଶରୀରରେ ହେଉଥିବା ପରିବର୍ତ୍ତନରୁ ଯାଞ୍ଚ କରୁଥିଲେ। ଆଲିସନ୍‌ ଓ ତାଙ୍କ ସହଯୋଗୀଙ୍କ ସହିତ ମଣିଷ ମୃତ୍ୟୁ ସମୟକୁ ଅନୁମାନ କରି କ୍ୟାମେରା ସାହାଯ୍ୟରେ ଲକ୍ଷ୍ୟ କରିଥିଲେ ଯେ ବାସ୍ତବରେ ମୃତ୍ୟୁ ପରେ ମଧ୍ୟ ମଣିଷ ଶରୀରରେ କିଛି କିଛି ପରିବର୍ତ୍ତନ ଆସିଥାଏ। ଆଲିସନ୍‌ଙ୍କର ଏହି ରିପୋର୍ଟ ଫରେନସିକ୍‌ ସାଇନ୍ସ ଇଣ୍ଟରନ୍ୟାସନାଲ୍‌: ସିନର୍ଜୀ ପତ୍ରିକାରେ ପ୍ରକାଶ ପାଇଛି।

Related story