ମୃତ୍ୟୁ ପୂର୍ବରୁ ସ୍ୱାମୀଙ୍କ ସହ ଶେଷ ଦୁଇ ମିନିଟ୍‌

ଥିରୁଅନନ୍ତପୁରମ୍‌: “ତାଙ୍କ ମୁହଁରେ ଅକ୍ସିଜେନ୍‌ ମାସ୍କ ଲାଗିଥିଲା। ସେଥିପାଇଁ ଆମେ ପରସ୍ପର ସହ କଥା ହୋଇପାରିଲୁ ନାହିଁ। କିନ୍ତୁ ମୁଁ ତାଙ୍କ ପାଖରେ ବସିଥିଲି ଏବଂ ତାଙ୍କ ମୁଣ୍ଡରେ ହାତ ରଖିଥିଲି। ସେ ମୋ ଉପସ୍ଥିତିକୁ ଅନୁଭବ କରିପାରିଥିଲେ। ସ୍ମିତ ହସଟିଏ ମଧ୍ୟ ଦେଇଥିଲେ। ସେପର୍ଯ୍ୟନ୍ତ ତାଙ୍କର ହୋସ୍‌ ଥିଲା। ତାପରେ ସେ ଆଖି ବୁଜିଦେଲେ।” ପତ୍ନୀ ଲୀନୀ ପୁତୁସେରୀ ପ୍ରାଣ ହରାଇବା ପୂର୍ବରୁ ସ୍ୱାମୀ ରାଜେଶ ଯେଉଁ ଶେଷ ଦୁଇ ମିନିଟ୍‌ ତାଙ୍କ ସହ ବିତାଇଥିଲେ […]

nipah nurse

nipah nurse

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 02:01 PM IST

Sports

Latest News

ଥିରୁଅନନ୍ତପୁରମ୍‌: "ତାଙ୍କ ମୁହଁରେ ଅକ୍ସିଜେନ୍‌ ମାସ୍କ ଲାଗିଥିଲା। ସେଥିପାଇଁ ଆମେ ପରସ୍ପର ସହ କଥା ହୋଇପାରିଲୁ ନାହିଁ। କିନ୍ତୁ ମୁଁ ତାଙ୍କ ପାଖରେ ବସିଥିଲି ଏବଂ ତାଙ୍କ ମୁଣ୍ଡରେ ହାତ ରଖିଥିଲି। ସେ ମୋ ଉପସ୍ଥିତିକୁ ଅନୁଭବ କରିପାରିଥିଲେ। ସ୍ମିତ ହସଟିଏ ମଧ୍ୟ ଦେଇଥିଲେ। ସେପର୍ଯ୍ୟନ୍ତ ତାଙ୍କର ହୋସ୍‌ ଥିଲା। ତାପରେ ସେ ଆଖି ବୁଜିଦେଲେ।" ପତ୍ନୀ ଲୀନୀ ପୁତୁସେରୀ ପ୍ରାଣ ହରାଇବା ପୂର୍ବରୁ ସ୍ୱାମୀ ରାଜେଶ ଯେଉଁ ଶେଷ ଦୁଇ ମିନିଟ୍‌ ତାଙ୍କ ସହ ବିତାଇଥିଲେ ତାହାକୁ ସେ ଏମିତି ଭାବରେ ବର୍ଣ୍ଣନା କରିଛନ୍ତି।

ଲୀନୀ ହେଉଛନ୍ତି ସେଇ ନର୍ସ ଯିଏ କେରଳର ଏକ ସରକାରୀ ଡାକ୍ତରଖାନାରେ 'ନିପା' ରୋଗୀଙ୍କ ସେବା କରୁଥିବା ସମୟରେ ନିଜେ ସେହି ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ଗତ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ସ୍ୱାମୀ ରାଜେଶ ତାଙ୍କୁ ନେଇ ଆଜି ଗର୍ବିତ।

 ସେ କହିଛନ୍ତି, 'ନର୍ସ ଚାକିରି ଏତେ ସହଜ କଥା ନୁହେଁ। ଏହା ଏକ କଠିନ ବୃତ୍ତି। ଆଜି ମତେ ମୋ ସ୍ତ୍ରୀ ଉପରେ ଗର୍ବ ଅନୁଭବ ହେଉଛି।' କାମ ପ୍ରତି ସ୍ତ୍ରୀ ଲୀନୀଙ୍କର ଥିବା ନିଷ୍ଠାକୁ ସ୍ମରଣ କରି ସେ କହିଛନ୍ତି, "ଥକି ନଯାଇ ସେ କାମ କରୁଥିଲେ, ଯଦିଓ ସେ ନିଜ କର୍ତ୍ତବ୍ୟ ପାଳନ କରୁ କରୁ ନିଜ ଯତ୍ନ ନେବାକୁ ଭୁଲି ଯାଉଥିଲେ।"

ଲୀନୀ ରାଜେଶଙ୍କୁ ଗତ ବୁଧବାର ଦିନ ଫୋନ୍‌ କରିଥିଲେ ଓ ସେତବେଳେ ତାଙ୍କୁ ଭୀଷଣ ଜ୍ୱର ହୋଇଛି ବୋଲି କହିଥିଲେ। ରାଜେଶ ଯେତେବେଳେ ତାଙ୍କୁ ଛୁଟି ନେଇ ଯିବାକୁ କହିଲେ ସେ ମନାକରିଥିଲେ ଓ କହିଥିଲେ, "ଅନେକ ରୋଗୀ ପଡିରହିଛନ୍ତି।" ଜ୍ୱର ସତ୍ତ୍ୱେ ସେ ଡାକ୍ତରଖାନା ଯାଇ ରୋଗୀଙ୍କ ସେବା କରିଥିଲେ।

ଲୀନୀଙ୍କ ଶେଷ ମେସେଜ୍‌

ମରିବା ପୂର୍ବରୁ ଲୀନୀ ତାଙ୍କ ସ୍ୱାମୀଙ୍କୁ ଏକ କୋହଭରା ମେସେଜ୍‌ କରିଥିଲେ, ଯାହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ସେଥିରେ ସେ ଲେଖିଥିଲେ ‘ମୁଁ ମୋର ଶେଷ ରାସ୍ତାରେ ପହଞ୍ଚିସାରିଛି। ମତେ ଲାଗୁଛି ମୁଁ ଆଉ ତୁମକୁ ଦେଖିପାରିବି ନାହିଁ। ମତେ କ୍ଷମା କରିଦେବ, ଆମ ପିଲାଙ୍କର ଯତ୍ନ ନେବ। ତାଙ୍କୁ କେବେ ଏକା ରହିବାକୁ ଦେବନି।’

କାଳେ ସ୍ୱାମୀ ଓ ପିଲାମାନେ ତାଙ୍କ ପାଖକୁ ଆସିଲେ 'ନିପା' ଭାଇରସ ଦ୍ୱାରା ସଂକ୍ରମିତ ହୋଇଯିବେ ସେହି ଭୟରେ ଲୀନୀ ନିଜକୁ ସେମାନଙ୍କୁଠାରୁ ଦୂରେଇ ରଖିଥିଲେ।

ମୃତ୍ୟୁପରେ ଲୀନୀଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ତାଙ୍କ ସ୍ୱାମୀଙ୍କୁ ଏକ ସରକାରୀ ଚାକିରି ଏବଂ ଦୁଇ ସନ୍ତାନଙ୍କୁ ୨୦ଲକ୍ଷ ଟଙ୍କାର ଅର୍ଥରାଶି ଦେବାର ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story