ହାଇଦ୍ରାବାଦ ଏନକାଉଣ୍ଚର: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଲିସ କେତୋଟି ଗୁଳି ମାରିଥିଲା?

ହାଇଦ୍ରାବାଦ: ଦିଶା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଶାମସାବାଦ ପୁଲିସର ଏନକାଉଣ୍ଟର ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ପୁଲିସ ଏନକାଉଣ୍ଟର ବେଳେ ଯେଉଁ ଗୁଳି ଚଳାଇଥିଲା ସମସ୍ତ ଗୁଳି ଅଭିଯୁକ୍ତଙ୍କ ଦେହରେ ବାଜି ବାହରିଯାଇଛି ବୋଲି ମେଡିକାଲ ରିପୋର୍ଟରେ ଆସିଛି। ଏବେ ଘଟଣାସ୍ଥଳକୁ ଯାଇ ତଦନ୍ତକାରୀ ଟିମ୍ ଗୁଳି ଖୋଜିବାକୁ ଚେଷ୍ଟା କରିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ମହମ୍ମଦ ଅରୀଫ ଦେହରେ ୪ଟି ଗୁଳି ବାଜିଥିବା ବେଳେ ଶିବା ଏବଂ ଚେନ୍ନାକୁଶେଭୁଲୁ ଶରୀରରେ ତିନୋଟି ଲେଖାଏଁ ଗୁଳି […]

HYDERBAD ACCUSED

Subhransu Sekhar
  • Published: Wednesday, 11 December 2019
  • , Updated: 11 December 2019, 07:10 PM IST

ହାଇଦ୍ରାବାଦ: ଦିଶା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଶାମସାବାଦ ପୁଲିସର ଏନକାଉଣ୍ଟର ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ପୁଲିସ ଏନକାଉଣ୍ଟର ବେଳେ ଯେଉଁ ଗୁଳି ଚଳାଇଥିଲା ସମସ୍ତ ଗୁଳି ଅଭିଯୁକ୍ତଙ୍କ ଦେହରେ ବାଜି ବାହରିଯାଇଛି ବୋଲି ମେଡିକାଲ ରିପୋର୍ଟରେ ଆସିଛି। ଏବେ ଘଟଣାସ୍ଥଳକୁ ଯାଇ ତଦନ୍ତକାରୀ ଟିମ୍ ଗୁଳି ଖୋଜିବାକୁ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ମହମ୍ମଦ ଅରୀଫ ଦେହରେ ୪ଟି ଗୁଳି ବାଜିଥିବା ବେଳେ ଶିବା ଏବଂ ଚେନ୍ନାକୁଶେଭୁଲୁ ଶରୀରରେ ତିନୋଟି ଲେଖାଏଁ ଗୁଳି ବାଜିଛି ସେହିପରି ନଭୀନ ଶରୀରରେ ଗୋଟିଏ ଗୁଳି ବାଜିଛି। ଏବେ ମୋଟ ୧୧ଟି ଗୁଳିକୁ ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ଯାଇ ଖୋଜିବ। ଏହାପରେ ଏନକାଉଣ୍ଟରରେ ସାମିଲ୍ ଥିବା ସମସ୍ତ ପୁଲିସଙ୍କ ବନ୍ଧୁକରୁ କେତେ ରାଉଣ୍ଡ ଗୁଳି ଜବତ ହୋଇ ଜଣାପଡ଼ିବ। ଏଥିସହ ଯେଉଁ ଗୁଳି ଏନକାଉଣ୍ଟରରେ ବ୍ୟବହୃତ ହୋଇଛି ତାହା ପୁଲିସ ଅଧିକାରୀ ମାନେ ବ୍ୟବହାର କରିପାରିବାର କ୍ଷମତା ରହିଛି କି ନାହିଁ ଜଣାପଡ଼ିବ। ଯଦି ପୁଲିସ ବ୍ୟବହାର କରିଥିବା ଗୁଳି କ୍ଷମତା ବାହାରେ ଥିବା ତାହେଲେ ଶାମସାବାଦ ପୁଲିସ ଅଭିଯୁକ୍ତଙ୍କୁ ଜାଣିଶୁଣି ଏନକାଉଣ୍ଟର କରିଛି ବୋଲି ପ୍ରମାଣିତ ହୋଇଯିବ।

ଶାମସାବାଦ ପୁଲିସର କହିବା ଅନୁଯାୟୀ ଦୁଷ୍କର୍ମ ସ୍ଥଳୀକୁ ଏନକାଉଣ୍ଟର ପାଇଁ ଅଭିଯୁକ୍ତଙ୍କୁ ଅଣାଯାଇଥିଲା। ଏହି ସମୟରେ ଦୁଇ ଅଭିଯୁକ୍ତ ଦୁଇ ପୁଲିସ ଅଧିକାରୀଙ୍କ ପାଖରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ଏହାପରେ ପାଖରେ ଥିବା ଆଉ ୮ ପୁଲିସ ଅଧିକାରୀ ସଙ୍ଗେସଙ୍ଗେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲେ।

ଫରେନସିକ୍ ଟିମ୍ ନିକଟରେ ଘଟଣାସ୍ଥଳ ପରିଦର୍ଶନ କରି କିଛି ଗୁଳି ଏବଂ ପୁଲିସଙ୍କ ଟୋପି ଉଦ୍ଧାର କରିଥିବା ଜଣାପଡ଼ିଛି।

Related story