ସୁଶାନ୍ତଙ୍କ ମୃତଦେହକୁ ଛୁଇଁ କାହିଁକି ‘ସରି ବାବୁ’ କହିଥିଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ଦିନ ବିତିଗଲାଣି। ଏହାର ରହସ୍ୟ ଉପରକୁ ପରଦା ହଟାଇବା ପାଇଁ ସିବିଆଇ ଖୋଳତାଡ଼ କରୁଛି। ଏସବୁ ଭିତରେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ ପ୍ରକାରର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ତଥ୍ୟ ମଧ୍ୟରେ ରିୟା ଜୁନ୍‌ ୧୫ରେ କୁପର ହସ୍ପିଟାଲ ଯାଇ ସୁଶାନ୍ତଙ୍କ ପାର୍ଥୀବ ଶରୀରର ଦର୍ଶନ କରିବା ସହ ‘ସରି ବାବୁ’ ବୋଲି କହିଥିବା ଖବର ସାମ୍ନାକୁ ଆସିଥିଲା। […]

r

Hemant Lenka
  • Published: Thursday, 27 August 2020
  • , Updated: 27 August 2020, 09:08 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ଦିନ ବିତିଗଲାଣି। ଏହାର ରହସ୍ୟ ଉପରକୁ ପରଦା ହଟାଇବା ପାଇଁ ସିବିଆଇ ଖୋଳତାଡ଼ କରୁଛି। ଏସବୁ ଭିତରେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ ପ୍ରକାରର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।

ଏହି ତଥ୍ୟ ମଧ୍ୟରେ ରିୟା ଜୁନ୍‌ ୧୫ରେ କୁପର ହସ୍ପିଟାଲ ଯାଇ ସୁଶାନ୍ତଙ୍କ ପାର୍ଥୀବ ଶରୀରର ଦର୍ଶନ କରିବା ସହ ‘ସରି ବାବୁ’ ବୋଲି କହିଥିବା ଖବର ସାମ୍ନାକୁ ଆସିଥିଲା। ଏବେ ରିୟା ଏହା ପଛର କାରଣ କ’ଣ ଥିଲା ସେକଥା କହିଛନ୍ତି।

ରିୟା କହିଛନ୍ତି, ହଁ, ମୋର ଦୁଇ ଜଣ ସାଙ୍ଗ ମୋତେ କହିଥିଲେ ଯେ ମୁଁ ହସ୍ପିଟାଲ ଯାଇ ସୁଶାନ୍ତଙ୍କ ଶେଷ ଦର୍ଶନ କରିବା ଉଚିତ। ଏହା ମୋ ପାଇଁ ଭଲ ହେବ। ଏକଥା ଶୁଣି ମୁଁ ପୂରା ଭାଙ୍ଗି ପଡ଼ିଥିଲି। ମୁଁ ବିଶ୍ୱାସ କରିପାରୁ ନଥିଲି ଯେ ସୁଶାନ୍ତ ଆଉ ନାହାନ୍ତି ବୋଲି। ସାଙ୍ଗମାନେ ମୋତେ କହୁଥିଲେ ହେଁ ମୁଁ ସୁଶାନ୍ତଙ୍କ ମରିବା କଥା ବିଶ୍ୱାସ କରି ପାରୁ ନଥିଲି। ତେଣୁ ସେମାନେ ମୋତେ ହସ୍ପିଟାଲ ଯାଇ ସୁଶାନ୍ତଙ୍କୁ ଦେଖିବାକୁ ଆସିବାକୁ କହିଥିଲେ।

ମୁଁ ଯେତେବେଳେ ହସ୍ପିଟାଲ ଯାଇଥିଲି ସେତେବେଳେ ମୋତେ କୁହାଗଲା କି ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର ପାଇଁ ପାର୍ଥୀବ ଶରୀର ଯିବା ବେଳେ ଆପଣ ଦେଖିବେ। ଏହି ସମୟରେ ମୁଁ ୩ ସେକେଣ୍ଡ ପାଇଁ ସୁଶାନ୍ତଙ୍କ ପାର୍ଥୀବ ଶରୀରକୁ ଦେଖିଥିଲି ଓ ସରି ବାବୁ କହିଥିଲି। ତାଙ୍କ ପାଦ ବି ଛୁଇଁଥିଲି।

ହଁ, ମୁଁ ତାଙ୍କୁ ଦେଖି ସରି ବାବୁ କହିଥିଲି। ଆପଣ ଜଣଙ୍କୁ ପ୍ରାଣ ହରାଇଥିବା ଦେଖି ଆଉ କ’ଣ କହିବେ? ସେ ମୋ ସାମ୍ନାରେ ଜୀବିତ ନଥିବାରୁ ମୁଁ ସରି କହିଥିଲି। ଆପଣ ଯାହାକୁ ଭଲ ପାଉଥିବେ ଓ ସେ ଆପଣଙ୍କ ପାଖରେ ଜୀବିତ ନଥିବ ସେତେବେଳେ ଆପଣ ସରି ହିଁ କହିବେ। ଆପଣ ଏଠି ନଥିବାରୁ ସରି। ଆପଣଙ୍କ ମୃତ୍ୟୁକୁ ମଜାକ ବନାଯାଉଥିବାରୁ ସରି।

ଜୁନ୍‌ ୧୪ ତାରିଖ ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ମୁଁ ମୋ ଭାଇ ସହ ବସିଥିଲି। ଏହି ସମୟରେ ମୋର ଜଣେ ବନ୍ଧୁ ମୋତେ ଫୋନ କଲେ। ସେ ମୋତେ କହିଥିଲେ ଯେ ସୁଶାନ୍ତ ଆଉ ନାହାନ୍ତି ବୋଲି ଗୁଜବ ପ୍ରଚାର ହେଉଛି। ତମେ ସୁଶାନ୍ତଙ୍କୁ କହି ଏଥିରେ ସତ୍ୟତା ନଥିବା କହିଦିଏ। କାରଣ ସେତେବେଳେ ମୋ ବନ୍ଧୁ ଜଣଙ୍କ ଜାଣି ନଥିଲେ ଯେ ମୁଁ ସୁଶାନ୍ତଙ୍କ ଘରେ ନାହିଁ ବୋଲି।

ମୁଁ ତାଙ୍କ କଥା ଶୁଣି ପୂରା ସ୍ତବ୍ଧ ହୋଇଯାଇଥିଲି ଓ କ’ଣ କରିବି କିଛି ଜାଣି ପାରି ନଥିଲି। ଶେଷରେ ସୁଶାନ୍ତ ନଥିବା ଖବର ମୋ ପାଖରେ ପହଞ୍ଚିଥିଲା। ମୁଁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଚାହୁଁଥିଲି। ହେଲେ ପରିବାର ଲୋକ ପ୍ରସ୍ତୁତ କରିଥିବା ତାଲିକାରେ ମୋ ନାଁ ନଥିବା ଜାଣିବାକୁ ପାଇଥିଲି।

ସୁଶାନ୍ତଙ୍କ ପରିବାର ଲୋକ ମୋତେ ଶଶ୍ମାନ ଘାଟରେ ଦେଖିବାକୁ ଚାହୁଁ ନଥିଲେ। ମୁଁ ସେଠାକୁ ଗଲେ ସେମାନେ ମୋତେ ଅପମାନ ଦେଇ ବିଦା କରିଦେବେ ବୋଲି କିଛି ବନ୍ଧୁ ବି ସତର୍କ କରାଇଥିଲେ। ଏହି କାରଣରୁ ମୁଁ ହସ୍ପିଟାଲର ଶବବ୍ୟବଚ୍ଛେଦ ଗୃହକୁ ଯାଇ ସୁଶାନ୍ତଙ୍କ ଅନ୍ତିମ ଦର୍ଶନ କରିଥିଲି।

Related story