ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପରିବହନ ବିଭାଗର ଏକ ବିମାନ ଆଜି ନିଖୋଜ ହୋଇଯାଇଛି। ଆସାମର ଜୋରହଟରୁ ଅପରାହ୍ନ ୧୨ଟା ୨୫ ମିନିଟରେ ଏ-୩୨ ଆନ୍ତୋନୋଭ ବିମାନ ଉଡ଼ାଣ ଭରିବା ପରେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ବିମାନରେ ମୋଟ ୧୩ ଜଣ ଥିଲେ। ଯେଉଁଥିରୁ ପାଞ୍ଚ ଜଣ ଯାତ୍ରୀ ଏବଂ ଆଠ ଜଣ ବିମାନର କ୍ରିଉ ସଦସ୍ୟ ରହିଛନ୍ତି।
ଅନ୍ତିମଥର ପାଇଁ ଅପରାହ୍ନ ୧ଟାରେ ବିମାନ ସହ ଯୋଗାଯୋଗ ହୋଇଥିବା ସୂଚନା ରହିଛି। ବିମାନଟି ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା। ଏହି ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଚୀନ ସୀମା ନିକଟରେ ରହିଛି।
ନିଖୋଜ ବିମାନର ସନ୍ଧାନ କରିବା ପାଇଁ ବାୟୁସେନା ସମସ୍ତ ତଦନ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଜୁଲାଇ ୨୦୧୬ର ବାୟୁସେନା ପରିବହନ ବିଭାଗର ଏ-୩୨ ବିମାନ ନିଖୋଜ ହୋଇଥିଲା। ୨୯ ଜଣ ଯାତ୍ରୀଙ୍କୁ ନେଇ ଚେନ୍ନାଇରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଯାଉଥିବା ବେଳେ ବଙ୍ଗୋପସାଗର ଉପରେ ଉଡୁଥିବା ବେଳେ ନିଖୋଜ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କ୍ଲାସ୍ ରୁମ୍ରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ ଶିକ୍ଷକ, ଧରାପଡ଼ିବାରୁ ଛାତ୍ରଙ୍କୁ ନିର୍ଧୁମ ପିଟିଲେ
ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।
National
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା'
ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।
National
ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ
ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।