ଜମ୍ମୁ କଶ୍ମୀର ସ୍ଥିତିରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ଯୁବ ଆଇଏଏସ୍ ଅଫିସର୍

ଥିରୁଅନନ୍ତପୁରମ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ଜଣେ ୩୩ ବର୍ଷୀୟ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ଇସ୍ତଫା ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଯାହା ଉପରେ ଅସନ୍ତୋଷ ପ୍ରକାଶ […]

IAS OFFICER GOPINATH

Subhransu Sekhar
  • Published: Sunday, 25 August 2019
  • , Updated: 25 August 2019, 01:50 PM IST
ଥିରୁଅନନ୍ତପୁରମ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ଜଣେ ୩୩ ବର୍ଷୀୟ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ଇସ୍ତଫା ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଯାହା ଉପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ଠିକ୍ କି ଭୁଲ୍, ସେ ବାବଦରେ କିନ୍ତୁ ଗୋପୀନାଥ ତାଙ୍କର ନିଜର ମତାମତ ରଖି ନାହାନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପୀନାଥ କହିଛନ୍ତି, ଜମ୍ମୁ କଶ୍ମୀରରେ ୨୦ ଦିନ ହେଲା ଧାରା ୩୭୦ ଉଚ୍ଛେଦ ହୋଇଛି। ଏଯାଏ କିନ୍ତୁ ଲକ୍ଷ ଲକ୍ଷ ଜମ୍ମୁ କଶ୍ମୀରବାସୀ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଜମ୍ମୁ-କଶ୍ମୀରବାସୀ ଯଦି ବି ଆନ୍ଦୋଳନ କରିଥାନ୍ତେ ତାହା ତାଙ୍କର ମୌଳିକ ଅଧିକାର ବୋଲି ସେ କହିଛନ୍ତି। ଦେଶର ଗୋଟିଏ ରାଜ୍ୟରେ ଏଭଳି ସ୍ଥିତି ରହିଥିବା ବେଳେ ସାରା ଭାରତ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।
ଏଥିସହ ଜମ୍ମୁ କଶ୍ମୀରର ଜଣେ ଆଇଏଏସ ଅଫିସରରୁ ରାଜନେତା ପାଲଟିଥିବା ଶାହ ଫୈଜଲଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଶ୍ରୀନଗର ଫେରାଇ ଦେବା ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଛନ୍ତି। ଇସ୍ତଫା ପରେ ଆଗାମୀ ଦିନରେ ସେ କଣ କରିବେ, ସେ ନେଇ ଆଇଏଏସ ଅଫିସର ଗୋପୀନାଥ କୌଣସି ସୂଚନା ଦେଇ ନାହାନ୍ତି।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ଖରାପ ହୋଇପାରେ ଆଶଙ୍କା କରି ଧାରା ୧୪୪ ଲାଗୁ କରିଥିଲେ। ଏଥିସହ ଆତଙ୍କବାଦୀ ଆଶଙ୍କା ଥିବାରୁ ସମସ୍ତ ସ୍ଥାନରେ ଅତିରିକ୍ତ ସେନା ମୁତୟନ କରିଥିଲେ। ଏମିତିକି ଫୋନ୍ ଏବଂ ଇଣ୍ଚରନେଟ୍ ସେବା ବନ୍ଦ ରହିଥିଲା। ଚଳିତ ସପ୍ତାହର ଆରମ୍ଭରୁ ଜମ୍ମୁ କଶ୍ମୀରରେ ଧାରା ୧୪୪ କୋହଳ କରାଯିବା ସହିତ ସମସ୍ତ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି।
ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ତାଙ୍କ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସରକାରଙ୍କ ବିଦ୍ୟୁତ୍ ବିଭାଗ କ୍ଷତିରେ ଚାଲୁଥିବା ବେଳେ ସେ ତାଙ୍କର ନିଜସ୍ୱ ଉଦ୍ୟମ ବଳରେ ବିଭାଗର କ୍ଷତି ଭରଣା କରି ଏହାକୁ ଲାଭରେ ଚଳାଇଥିଲେ।

Related story