ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କରୋନା ପରୀକ୍ଷାର ଶୈଳୀ ପରିବର୍ତ୍ତନ କରିଛି। ଏଣିକି ବିଦେଶରୁ ଫେରିଥିବା ବ୍ୟକ୍ତି ଓ ପ୍ରବାସୀ ଶ୍ରମିକ ଫେରିବାର ୭ ଦିନ ଭିତରେ କୌଣସି ପ୍ରକାର ଅସୁସ୍ଥତାର ଶୀକାର ହେଲେ ତାଙ୍କର କରୋନା ପରୀକ୍ଷା ହେବ। ଏ ନେଇ ଆଇସିଏମଆର କହିଛି। ଏଥିସହ ଯେଉଁ କରୋନା ଯୋଦ୍ଧା କଣ୍ଟେନମେଣ୍ଟ ଜୋନରେ ଏବଂ ପ୍ରବାସୀଙ୍କ ପାଇଁ ନିୟୋଜିତ ଥିବେ ସେମାନଙ୍କର ମଧ୍ୟ କରୋନା ପରୀକ୍ଷା ହେବ ବୋଲି ଆଇସିଏମଆର ସ୍ପଷ୍ଟ କରିଛି।
ଏହି ଗାଇଡଲାଇନ୍ ଅନୁଯାୟୀ ଜରୁରୀ ଚିକିତ୍ସାକୁ ଏହି ସମୟରେ ଗୁରୁତ୍ୱ ଦିଆଯିବ। ଏମିତିକି କରୋନା ପରୀକ୍ଷାରେ ବିଳମ୍ୱ ହେବ ନି ବୋଲି ଆଇସିଏମଆର କହିଛି। ପୂର୍ବରୁ ଆଇସିଏମଆରର ନିୟମ ରହିଥିଲା, ଯେଉଁମାନେ ଆକ୍ରାନ୍ତଙ୍କ ସହିତ ସିଧାସଳଖ ସମ୍ପର୍କରେ ଆସିବାର ୫ରୁ ୧୦ ଦିନ ମଧ୍ୟରେ ସଂପୃକ୍ତ ବ୍ୟକ୍ତିମାନଙ୍କର ଥରେ ପରୀକ୍ଷା ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।