କରୋନା ମହାମାରୀ ହେଲେ ଉତ୍କଟ ହେବ ମାନ୍ଦାବସ୍ଥା: ମୁଡିଜ

ନୂଆଦିଲ୍ଲୀ: ଘାତକ କରୋନା ଭାଇରସ ଯଦି ମହାମାରୀର ରୂପ ନେବ ତା’ହେଲେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇପାରେ। ମୁଡିଜ ଆନାଲିଟିକ୍ସର ମୁଖ୍ୟ ତଥା ଅର୍ଥବିଶାରଦ ମାର୍କ ଜଣ୍ଡି ବୁଧବାର ଏହା କହିଛନ୍ତି। ଚୀନର କେନ୍ଦ୍ରସ୍ଥଳ ଥିବା ଏହି ଭାଇରସ ଏବେ ଇଟାଲୀ ଏବଂ ଇରାନରେ ମଧ୍ୟ ପହଞ୍ଚି ଯାଇଛି। ଚୀନ ପରେ ଇରାନରେ ଏଯାବତ ଅଧିକ ଲୋକଙ୍କ ମୁଣ୍ଡ ନେଇଛି ଏହି ଭାଇରସ। ଜାନୁଆରୀ ଆରମ୍ଭରୁ ଏହି ଭାଇରସ ଚୀନକୁ ଦୋହଲାଇ ଦେଇଛି। ଅର୍ଥବ୍ୟବସ୍ଥା […]

CORONA VIRUS

Subhransu Sekhar
  • Published: Wednesday, 26 February 2020
  • , Updated: 26 February 2020, 04:48 PM IST

ନୂଆଦିଲ୍ଲୀ: ଘାତକ କରୋନା ଭାଇରସ ଯଦି ମହାମାରୀର ରୂପ ନେବ ତା’ହେଲେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇପାରେ। ମୁଡିଜ ଆନାଲିଟିକ୍ସର ମୁଖ୍ୟ ତଥା ଅର୍ଥବିଶାରଦ ମାର୍କ ଜଣ୍ଡି ବୁଧବାର ଏହା କହିଛନ୍ତି। ଚୀନର କେନ୍ଦ୍ରସ୍ଥଳ ଥିବା ଏହି ଭାଇରସ ଏବେ ଇଟାଲୀ ଏବଂ ଇରାନରେ ମଧ୍ୟ ପହଞ୍ଚି ଯାଇଛି। ଚୀନ ପରେ ଇରାନରେ ଏଯାବତ ଅଧିକ ଲୋକଙ୍କ ମୁଣ୍ଡ ନେଇଛି ଏହି ଭାଇରସ। ଜାନୁଆରୀ ଆରମ୍ଭରୁ ଏହି ଭାଇରସ ଚୀନକୁ ଦୋହଲାଇ ଦେଇଛି। ଅର୍ଥବ୍ୟବସ୍ଥା ପାଖରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଚୀନର ସ୍ଥିତି ଶୋଚନୀୟ ମୁହାଁ ହେଉଛି। ସାରା ବିଶ୍ୱରେ ଚୀନ ପ୍ରଡକ୍ଟର ଏକ ଦବଦବା ରହିଥିବାରୁ ଆଗାମୀ ଦିନରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

ମୁଡିଡ ଆନାଲିଟିକ୍ସ କହିଛି, କୋଭିଡ-୧୯ (କରୋନା ଭାଇରସ) ଏବେ ଚୀନର ଅର୍ଥବ୍ୟବସ୍ଥାକୁ ଝଟକା ଦେଇଛି। ଚୀନରେ ବ୍ୟବସାୟ ପାଖରୁ ଆରମ୍ଭ କରି ପର୍ଯ୍ୟଟନ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି। କରୋନା ପାଇଁ ସାରା ବିଶ୍ୱରେ ବିମାନ ସେବା ମଧ୍ୟ ଏକ ପ୍ରକାର ଠପ୍ ହୋଇପଡ଼ିଛି। କାରଣ ଚୀନକୁ କୌଣସି ବିମାନ ଯାଉନି କି ଚୀନରୁ କୌଣସି ବିମାନ ଅନ୍ୟ ଦେଶକୁ ଯାଉନାହିଁ। ପ୍ରତିବର୍ଷ ୩୦ ଲକ୍ଷ ଲୋକ ଚୀନରୁ ଆମେରିକା ବୁଲିବା ପାଇଁ ଯାଆନ୍ତି। ଏବେ ଚୀନରୁ ସମସ୍ତ ବିମାନ ସେବା ଆମେରିକାକୁ ବନ୍ଦ ରହିଛି।

Related story