ମୋଦି ସରକାର ପାଇଁ ଘରେ ବସି କରନ୍ତୁ ଡାଟାଏଣ୍ଟ୍ରି, ମିଳିପାରେ ପ୍ରଚୁର ଅର୍ଥ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ସାଜିଛି ରୋଜଗାରର ମାଧ୍ୟମ। ବୃତ୍ତି ବ୍ୟତୀତ ଘରେ ବସି ଅଧିକ କିଛି ରୋଜଗାର କରିବାର ମାଧ୍ୟମ ହୋଇଯାଇଛି ଇଣ୍ଟରନେଟ୍। ଲଗାତାର ଡିଜିଟାଲାଇଜେସନ୍‌କୁ ପ୍ରୋତ୍ସାହିତ କରିଆସୁଥିବା ମୋଦି ସରକାର ଏଥର ସାଧାରଣ ଜନତାକୁ ଦେଇଛନ୍ତି ଏକ ଭିନ୍ନ ସୁଯୋଗ। ମୋଦି ସରକାର ଆପଣଙ୍କୁ ଘରେ ବସି ଡାଟା ଏଣ୍ଟ୍ରି କରିବାର ସୁଯୋଗ ଦେବେ। ଏହି କାମ ପାଇଁ ଆପଣଙ୍କୁ କିଛି ଅର୍ଥ ମଧ୍ୟ ମିଳିବ। ପ୍ରତ୍ୟେକ ଦିନ ୨ରୁ ୪ ଘଣ୍ଟା ଦେଇ ୟା ପିଛା […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 09:05 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଟରନେଟ୍ ସାଜିଛି ରୋଜଗାରର ମାଧ୍ୟମ। ବୃତ୍ତି ବ୍ୟତୀତ ଘରେ ବସି ଅଧିକ କିଛି ରୋଜଗାର କରିବାର ମାଧ୍ୟମ ହୋଇଯାଇଛି ଇଣ୍ଟରନେଟ୍। ଲଗାତାର ଡିଜିଟାଲାଇଜେସନ୍‌କୁ ପ୍ରୋତ୍ସାହିତ କରିଆସୁଥିବା ମୋଦି ସରକାର ଏଥର ସାଧାରଣ ଜନତାକୁ ଦେଇଛନ୍ତି ଏକ ଭିନ୍ନ ସୁଯୋଗ। ମୋଦି ସରକାର ଆପଣଙ୍କୁ ଘରେ ବସି ଡାଟା ଏଣ୍ଟ୍ରି କରିବାର ସୁଯୋଗ ଦେବେ। ଏହି କାମ ପାଇଁ ଆପଣଙ୍କୁ କିଛି ଅର୍ଥ ମଧ୍ୟ ମିଳିବ। ପ୍ରତ୍ୟେକ ଦିନ ୨ରୁ ୪ ଘଣ୍ଟା ଦେଇ ୟା ପିଛା ଦେଇ ପାରିଲେ ଆପଣ ମାସକୁ  ବେଶ୍ କିଛି ଅର୍ଥ ରୋଜଗାର କରିପାରିବେ। ଏହି କାମ କରିବା ପାଇଁ ଆପଣଙ୍କୁ କିଛି ପୁଞ୍ଜି ନିବେଶ କରିବାକୁ ପଡ଼ିବନି। ଆପଣଙ୍କ  ପାଖରେ କେବଳ ଗୋଟେ କମ୍ପ୍ୟୁଟର ଅବା ଲାପ୍‌ଟପ୍‌ ଥିବା ଦରକାର ଓ ଏଥିରେ ଇଣ୍ଟରନେଟ୍‌ ସୁବିଧା ରହିଥିବା ଦରକାର।

କେନ୍ଦ୍ର ସରକାର ଲକ୍ଷ ଲକ୍ଷ ସରକାରୀ ଫାଇଲ୍ ଏବଂ ଅନ୍ୟ କମ୍ପାନି ଫାଇଲ୍‌କୁ ଡିଜିଟାଲ ପ୍ଳାଟଫର୍ମରେ ସେଭ୍ କରିବା କାମ ଆରମ୍ଭ କରିଛନ୍ତି। ଏହି କାମ କରିବା  ପାଇଁ କେନ୍ଦ୍ର ସରାକର ଏକ ୱେବସାଇଟ୍  ଖୋଲିଛନ୍ତି , ଯେଉଁଥିରେ କେହି ବି ନାମ ପଞ୍ଜୀକରଣ କରି ଏହି କାମରେ ସାମିଲ ହୋଇପାରିବେ। ଏହି ୱେବସାଇଟର ନାଁ ଡିଜିଟାଇଜ ଇଣ୍ଡିଆ ପୋର୍ଟାଲ (Digital India Portal)। ଏଥିରେ  ନାଁ ରେଜିଷ୍ଟର କରିବାକୁ ହେଲେ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ଦରକାର। ଏହା ସହିତ ଇମେଲ ଆଇଡି, ମୋବାଇଲ ନମ୍ବର ସମେତ ଅନ୍ୟ ସୂଚନା ଦେଇ ଏଥିରେ ନାଁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ।

ନାଁ ରେଜିଷ୍ଟର କରିବା ପରେ ସାମ୍ନାରେ  କିଛି ଶବ୍ଦ ସଂକେତ ଆସିବ ଯାହାକୁ ତଳେ ଥିବା ସ୍ତମ୍ଭରେ ଟାଇପ କରିବାକୁ ପଡ଼ିବ। ୱେବସାଇଟ୍ ଅନୁସାରେ ଫାଇଲର ଗୋପନୀୟତା ରକ୍ଷା କରିବା ପାଇଁ କଣ୍ଟେଣ୍ଟ ଭାଗ କରିବାକୁ ପଡ଼େ। ଆପଣ ଯେତେ ଶବ୍ଦ ଟାଇପ୍‌ କରିବେ ସେହି ହିସାବରେ ଆପଣଙ୍କୁ ରିୱାର୍ଡ ପଏଣ୍ଟ ମିଳିବ, ଏବଂ ପ୍ରତ୍ୟେକ ରିୱାର୍ଡ ପଏଣ୍ଟର ମୂଲ୍ୟ ପାଖାପାଖି ୨ ଟଙ୍କା ରହିବ। ସେହି ହିସାବରେ ଯେତେ ଅଧିକ ଟାଇପ୍‌ କରିବେ ସେତେ ଅଧିକ ପଇସା ପାଇପାରିବେ।

ରିୱାର୍ଡ ପଏଣ୍ଟକୁ ରିଡିମ୍‌ କରିବା ପାଇଁ  ଆପଣଙ୍କ ଖାତାରେ 2500 ରିୱାର୍ଡ ପଏଣ୍ଟ ଜମା ହେବା ଦରକାର। ଏହାପରେ ଆପଣ ଏହାକୁ ବ୍ୟାଙ୍କ ଆକାଉଣ୍ଟରେ ପଇସା ହିସାବରେ କ୍ରେଡିଟ୍ କରିପାରିବେ। ଏହି ପଇସାକୁ ଆପଣ ଚାହିଁଲେ ସରକାରଙ୍କୁ ଡୋନେଟ୍ ମଧ୍ୟ କରିପାରିବେ। ୱେବସାଇଟ୍‌ରେ କିଛିଦିନ ଟାଇପ ନକରିବାର ପ୍ରଭାବ ରିୱାର୍ଡ ପଏଣ୍ଟ ଉପରେ ପଡ଼ିପାରେ। ଏହି କାମର ଆରମ୍ଭ  ଆପଣ ଯେତେବେଳେ ଚାହିଁବେ କରିପାରିବେ। ବସ୍ ଅବା ଟ୍ରେନ୍‌ ଆଦିରେ ଯିବାଆସିବା କରୁଥିବା ସମୟରେ ମଧ୍ୟ ମୋବାଇଲ୍‌ରେ ଏହି ଆପ୍‌କୁ ଡାଉନଲୋଡ୍‌ କରି ଆପଣ କାମ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos