ହଷ୍ଟେଲରେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଉଥିବା ଆଇଆଇଟି ମାଡ୍ରାସର କର୍ମଚାରୀ ଗିରଫ

ଚେନ୍ନାଇ: ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ଜଣେ କର୍ମଚାରୀଙ୍କ ଅଭଦ୍ର କାମ ଏବେ ସାମ୍ନାକୁ ଆସିଛି। ଆଇଆଇଟି ମାଡ୍ରାସର ପ୍ରୋଜେକ୍ଟ କର୍ମଚାରୀ ଛାତ୍ରୀବାସର ୱାଶରୁମ ମଧ୍ୟରେ କ୍ୟାମେରା ଦ୍ୱାରା ଫଟୋ ଓ ଭିଡିଓ ଶୁଟିଂ କରୁଥିବା ବେଳେ ଧରା ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ପୁଲିସ ଗିରଫ କରିଛି। ବୁଧବାର ଏହି କର୍ମଚାରୀ ଜଣଙ୍କ ଜଣେ ପିଏଚଡି ଛାତ୍ରୀଙ୍କ ଫଟୋ ଉଠାଇଥିବା ବେଳେ ଧରାପଡ଼ିଥିଲେ। ପୁଲିସ୍‌ର କହିବା ଅନୁସାରେ, ପିଏଚଡି ଛାତ୍ରୀ ଜଣଙ୍କ ପ୍ରଥମେ ୱାଶରୁମରେ ଥିବା ଟଏଲେଟ କାନ୍ଥରେ […]

er

Hemant Lenka
  • Published: Thursday, 20 February 2020
  • , Updated: 20 February 2020, 05:36 PM IST

ଚେନ୍ନାଇ: ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ଜଣେ କର୍ମଚାରୀଙ୍କ ଅଭଦ୍ର କାମ ଏବେ ସାମ୍ନାକୁ ଆସିଛି। ଆଇଆଇଟି ମାଡ୍ରାସର ପ୍ରୋଜେକ୍ଟ କର୍ମଚାରୀ ଛାତ୍ରୀବାସର ୱାଶରୁମ ମଧ୍ୟରେ କ୍ୟାମେରା ଦ୍ୱାରା ଫଟୋ ଓ ଭିଡିଓ ଶୁଟିଂ କରୁଥିବା ବେଳେ ଧରା ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ପୁଲିସ ଗିରଫ କରିଛି। ବୁଧବାର ଏହି କର୍ମଚାରୀ ଜଣଙ୍କ ଜଣେ ପିଏଚଡି ଛାତ୍ରୀଙ୍କ ଫଟୋ ଉଠାଇଥିବା ବେଳେ ଧରାପଡ଼ିଥିଲେ।

ପୁଲିସ୍‌ର କହିବା ଅନୁସାରେ, ପିଏଚଡି ଛାତ୍ରୀ ଜଣଙ୍କ ପ୍ରଥମେ ୱାଶରୁମରେ ଥିବା ଟଏଲେଟ କାନ୍ଥରେ ଗୋଟିଏ କଣା ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ସେହି କଣା ବାଟେ କେହି ୱାଶରୁମ ଭିତରର ଦୃଶ୍ୟକୁ ଶୁଟିଂ କରୁଥିବା ସନ୍ଦେହ କରିଥିଲେ।

ସେ ଚତୁରତାର ସହ କଣା ବାଟେ ଦେଖିବାରୁ ମୋବାଇଲ ଦ୍ୱାରା ଅରୋସ୍ପେଶ ବିଭାଗରେ କାମ କରୁଥିବା ଶୁଭମ ବାନାର୍ଜୀ ଏହି କାଣ୍ଡ କରୁଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍‌ ଆଇଆଇଟି ମାଡ୍ରାସରେ ପହଞ୍ଚି ଶୁଭମଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ଖୋଳତାଡ଼ କରାଯାଉଛି।

Related story