ନୂଆଦିଲ୍ଲୀ: ୨୦୧୯ ପାଇଁ ଜିଡିପି ଅଭିବୃଦ୍ଧି ୬.୧% କୁ ହ୍ରାସ ହେବ ବୋଲି ମଙ୍ଗଳବାର ଆଇଏମ୍ଏଫ୍ ପକ୍ଷରୁ ଆକଳନ କରାଯାଇଛି। ଏହା ଏପ୍ରିଲ ମାସର ଆକଳନଠାରୁ ୧.୨% କମ୍। ଗତ ଏପ୍ରିଲ ମାସରେ ହିଁ ଆକଳନ କରାଯାଇଥିଲା ଅଭିବୃଦ୍ଧି ହାର ୭.୩କୁ ବୃଦ୍ଧି ପାଇବ। ଏହାର ୩ ମାସରେ ଆଇଏମ୍ଏଫ୍ ୦.୩% ହ୍ରାସ କରିଥିଲା।
୨୦୧୮ରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ୬.୮କୁ ଲକ୍ଷ୍ୟ କରି ୨୦୧୯ରେ ୬.୧ ରହିବ ବୋଲି ଆକଳନ କରାଯାଇଛି। ୨୦୨୦ ସୁଦ୍ଧା ଏହା ପୂର୍ବବତ୍ ୭.୦%କୁ ଫେରିବ ବୋଲି ଆଶା କରାଯାଉଛି। ରବିବାର ବିଶ୍ୱ ବ୍ୟାଙ୍କ ପକ୍ଷରୁ ମଧ୍ୟ ସମାନ ମତ ପୋଷଣ କରାଯାଇଥିଲା।
ଆଇଏମ୍ଏଫ୍ ପକ୍ଷରୁ କୁହାଯାଇଛି, ଆର୍ଥିକ ନୀତିରେ ପରିବର୍ତ୍ତନ ଏବଂ କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରାଯାଇଥିବାରୁ ଏହା ଅଭିବୃଦ୍ଧିରେ ସହାୟକ ହେବ। ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କ କ୍ରୟଶକ୍ତି ବଢ଼ାଇବା ମଧ୍ୟ ଏଥିରେ ସହାୟକ ହୋଇପାରିବ। ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଓ କର୍ପୋରେଟ୍ ଆଦିରେ ମାନ୍ଦାବସ୍ଥା ଜିଡିପି ହ୍ରାସ ସମସ୍ୟାର ବଡ଼ କାରଣ ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।