ଅଯୋଧ୍ୟା ବିବାଦ: ସୁପ୍ରିମକୋର୍ଟ ଦେଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ ମାମଲାରେ ସୁପ୍ରିମକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ବର୍ଷ ହେଲାଣି ଚାଲି ଆସୁଥିବା ଏହି ସମସ୍ୟାର ସମାଧାନ ଏବେ ମଧ୍ୟସ୍ଥତା ଜରିଆରେ କରାଯିବ। ମନ୍ଦିର ନିର୍ମାଣ ସପକ୍ଷରେ ଥିବା ବ୍ୟକ୍ତି ଓ ମସଜିଦ୍‌ ନିର୍ମାଣ ସପକ୍ଷରେ ଥିବା ସମୁଦାୟଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ ୩ ଜଣିଆ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି। ଏହି ମଧ୍ୟସ୍ଥିମାନେ ୨ ମାସ ମଧ୍ୟରେ ସବୁ ପକ୍ଷଙ୍କ ସହ ଆଲୋଚନା କରି ରିପୋର୍ଟ ସୁପ୍ରିମକୋର୍ଟଙ୍କୁ […]

ram-janma

Hemant Lenka
  • Published: Friday, 08 March 2019
  • , Updated: 08 March 2019, 05:31 PM IST

ନୂଆଦିଲ୍ଲୀ: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ ମାମଲାରେ ସୁପ୍ରିମକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ବର୍ଷ ହେଲାଣି ଚାଲି ଆସୁଥିବା ଏହି ସମସ୍ୟାର ସମାଧାନ ଏବେ ମଧ୍ୟସ୍ଥତା ଜରିଆରେ କରାଯିବ। ମନ୍ଦିର ନିର୍ମାଣ ସପକ୍ଷରେ ଥିବା ବ୍ୟକ୍ତି ଓ ମସଜିଦ୍‌ ନିର୍ମାଣ ସପକ୍ଷରେ ଥିବା ସମୁଦାୟଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ ୩ ଜଣିଆ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି। ଏହି ମଧ୍ୟସ୍ଥିମାନେ ୨ ମାସ ମଧ୍ୟରେ ସବୁ ପକ୍ଷଙ୍କ ସହ ଆଲୋଚନା କରି ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦେବେ।
କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

୧: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ୍‌ ବିବାଦକୁ ସୁପ୍ରିମକୋର୍ଟ ମଧ୍ୟସ୍ଥତା ଜରିଆରେ ସମାଧାନ କରିବାକୁ କହିବା ସହ ଏଥିପାଇଁ ୩ ଜଣିଆ ପ୍ୟାନେଲ ଗଠନ କରିଛନ୍ତି।
୨: ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଫକ୍ରି ମହମ୍ମଦ ଇବ୍ରାହିମ୍‌ କାଲିଫୁଲ୍ଲା ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁଙ୍କୁ ମଧ୍ୟସ୍ଥି ଭାବେ ନିଯୁକ୍ତି ଦେଇଛନ୍ତି।
୩: ଏହି ମଧ୍ୟସ୍ଥିମାନେ ଗୋଟିଏ ସପ୍ତାହ ମଧ୍ୟରେ ନିଜର ଶୁଣାଣି ଆରମ୍ଭ କରିବେ। ଅର୍ଥାତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ।
୪: ଏହାର ସମସ୍ତ ପ୍ରକାରର ଆଲୋଚନା ଉତ୍ତର ପ୍ରଦେଶର ଫୈଜାବାଦରେ ହିଁ କରାଯିବ।
୫: ୩ ଜଣିଆ ପ୍ୟାନେଲ୍‌ ୮ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟଙ୍କୁ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ଦେବେ। ତେବେ ଏହି ସମୟ ସୀମା ମଧ୍ୟରେ ପ୍ୟାନେଲ ପକ୍ଷରୁ ନିୟମିତ ବ୍ୟବଧାନରେ ସୁପ୍ରିମକୋର୍ଟଙ୍କୁ ସବୁ ତଥ୍ୟ ଅବଗତ କରାଯିବ।
୬: ଫୈଜାବାଦର ଯେଉଁଠାରେ ପ୍ୟାନେଲ୍‌ ସଦସ୍ୟମାନେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ, ସେଠାକାର ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ରାଜ୍ୟ ସରକାର କରିବେ।
୭: ମଧ୍ୟସ୍ଥା ସମୟରେ ଗଣମାଧ୍ୟମରେ ଏ ସମ୍ପର୍କରେ କୌଣସି ଖବର ପ୍ରକାଶ ପାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related story