ଗିଲଗିଟ୍ ବେଲୁଚିସ୍ତାନକୁ ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଚାଇନାକୁ ଖୁସି କରିବା ପାଇଁ ପାକିସ୍ତାନର ଆଉ ଏକ ଚକ୍ରାନ୍ତ ସାମ୍ନାକୁ ଆସିଛି। ବିବାଦୀୟ ଅଞ୍ଚଳ ଗିଲଗିଟ୍ ଓ ବେଲୁଚିସ୍ତାନରେ ବଳପୂର୍ବକ ନିଜର ସ୍ଥିତି ଜାହିର କରିବା ପରେ ଏବେ ପାକିସ୍ତାନ ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜେ ଏହି ଘୋଷଣା କରିଛନ୍ତି। ଗିଲଗିଟ-ବେଲୁଚିସ୍ତାନ ଗସ୍ତରେ ଆସି ଇମ୍ରାନ ଖାନ୍ କହିଛନ୍ତି ଯେ ମୋର ଗିଲଗିଟ-ବେଲୁଚିସ୍ତାନ ଆସିବାର ଅନ୍ୟତମ କାରଣ ହେଉଛି ଏହି ଦୁଇ ଅଞ୍ଚଳକୁ ପାକିସ୍ତାନ ସରକାର ଅସ୍ଥାୟୀ […]

imran

Subhransu Sekhar
  • Published: Sunday, 01 November 2020
  • , Updated: 01 November 2020, 08:03 PM IST

ନୂଆଦିଲ୍ଲୀ: ଚାଇନାକୁ ଖୁସି କରିବା ପାଇଁ ପାକିସ୍ତାନର ଆଉ ଏକ ଚକ୍ରାନ୍ତ ସାମ୍ନାକୁ ଆସିଛି। ବିବାଦୀୟ ଅଞ୍ଚଳ ଗିଲଗିଟ୍ ଓ ବେଲୁଚିସ୍ତାନରେ ବଳପୂର୍ବକ ନିଜର ସ୍ଥିତି ଜାହିର କରିବା ପରେ ଏବେ ପାକିସ୍ତାନ ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜେ ଏହି ଘୋଷଣା କରିଛନ୍ତି।

ଗିଲଗିଟ-ବେଲୁଚିସ୍ତାନ ଗସ୍ତରେ ଆସି ଇମ୍ରାନ ଖାନ୍ କହିଛନ୍ତି ଯେ ମୋର ଗିଲଗିଟ-ବେଲୁଚିସ୍ତାନ ଆସିବାର ଅନ୍ୟତମ କାରଣ ହେଉଛି ଏହି ଦୁଇ ଅଞ୍ଚଳକୁ ପାକିସ୍ତାନ ସରକାର ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସାଉଦି ଆରବ ପାକିସ୍ତାନର ମାନଚିତ୍ରରୁ ପିଓକେ ଏବଂ ଗିଲଗିଟ-ବାଲୁଚିସ୍ତାନକୁ ନିଜ ନୋଟରୁ ହଟାଇ ଦେବା ପରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି। ପାକିସ୍ତାନର ଏହି ନିଷ୍ପତ୍ତିକୁ ଭାରତ ସରକାର ବିରୋଧ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗିଲିଗିଟ ଏବଂ ବେଲୁଚିସ୍ତାନରେ ପାକିସ୍ତାନ ବିରୋଧରେ ପ୍ରତିଦିନ ଆନ୍ଦୋଳନ ହେଉଛି। ପାକିସ୍ତାନରେ ସେମାନେ ମିଶିବାକୁ ଚାହୁଁନାହାନ୍ତି ବୋଲି ଦାବି କରି କହିଛନ୍ତି। ସେଠିକାର ରାଜନୀତିକ ବ୍ୟକ୍ତି କହିଛନ୍ତି ଯେ, ଏଭଳି ସ୍ଥିତିରେ ରହିବେ ପଛେ ପାକିସ୍ତାନରେ ମିଶିବୁ ନାହଁ କି ପାକିସ୍ତାନର ସହଯୋଗ ଦରକାର ନାହଁ।

Related story