ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଇସଲାମିକ୍ କାର୍ଡ ଖେଳିଲେ ଇମ୍ରାନ୍

ଇସଲାମାବାଦ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଏବେ ଜାତିସଂଘକୁ ସମାଲୋଚନା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ତାଙ୍କ ଦେଶବାସୀଙ୍କୁ ସମ୍ୱୋଧିତ କରିବାକୁ ଯାଇ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି କଶ୍ମୀରରେ ମରୁଥିବା ଲୋକେ ମୁସଲିମ୍ ହୋଇନଥିଲେ ଆଜି ସାରା ବିଶ୍ୱ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରୁଥାନ୍ତା। ଏବେ କିନ୍ତୁ ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ଜାତିସଂଘ ନିରବ ରହିଛି ବୋଲି ଇମ୍ରାନ୍ ଖାନ୍ କହିଛନ୍ତି। […]

imran khan

Subhransu Sekhar
  • Published: Friday, 30 August 2019
  • , Updated: 30 August 2019, 04:16 PM IST

ଇସଲାମାବାଦ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଏବେ ଜାତିସଂଘକୁ ସମାଲୋଚନା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ତାଙ୍କ ଦେଶବାସୀଙ୍କୁ ସମ୍ୱୋଧିତ କରିବାକୁ ଯାଇ ଏହି ସମାଲୋଚନା କରିଛନ୍ତି।

ସେ କହିଛନ୍ତି କଶ୍ମୀରରେ ମରୁଥିବା ଲୋକେ ମୁସଲିମ୍ ହୋଇନଥିଲେ ଆଜି ସାରା ବିଶ୍ୱ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରୁଥାନ୍ତା। ଏବେ କିନ୍ତୁ ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ଜାତିସଂଘ ନିରବ ରହିଛି ବୋଲି ଇମ୍ରାନ୍ ଖାନ୍ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଲାକୋଟରେ ଭାରତ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦିନେ ଖାରଜ କରୁଥିବା ଇମ୍ରାନ୍ କହିଛନ୍ତି ଭାରତ ଆଗାମୀ ଦିନରେ ବାଲାକୋଟ୍ ଭଳି ପାକିସ୍ତାନ ଅଧିକୃତ କଶ୍ମୀରରେ କିଛି ବି କରିପାରେ। ଭାରତ କେବଳ ଘୃଣା ଭାବ ସୃଷ୍ଟି କରୁଛି। ଯାହାକି କେବଳ ହିନ୍ଦୁ ମାନଙ୍କ କ୍ଷେତ୍ରରେ ହୋଇଥାଏ ବୋଲି ଇମ୍ରାନ୍ ଖାନ୍ କହିଛନ୍ତି।

ସୂଚନାଯୋଗ୍ୟ, କଶ୍ମୀର ଭାରତର ଅନ୍ତରୀଣ ମାମଲା। ଏହାକୁ କିନ୍ତୁ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ କରି ଧାରା ୩୭୦ ଉଚ୍ଛେଦକୁ ଅସାମ୍ୱିଧାନିକ ବୋଲି କୁହାଇବାକୁ ଚେଷ୍ଟା କରୁଛି। ହେଲେ ଏହି ପ୍ରସଙ୍ଗରେ କେବଳ ଚାଇନା ପାକିସ୍ତାନକୁ ସମର୍ଥନ କରିଥିବା ବେଳେ ଅନ୍ୟ ସମସ୍ତ ଦେଶ କଶ୍ମୀର ଭାରତର ଅନ୍ତରୀଣ ମାମଲା କହିଛନ୍ତି। ଯାହା ବି ବିବାଦ ଦୁଇ ଦେଶ ମଧ୍ୟରେ ରହିଛି ଉଭୟ ଦେଶ ଶିମଲା ଚୁକ୍ତି ଅନୁଯାୟୀ ଆପୋଷ ସମାଧାନ କରିବା ଦରକାର ବୋଲି ଆମେରିକା, ଋଷିଆ, ଫ୍ରାନ୍ସ ଭଳି ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କହିଛନ୍ତି।

Related story