ପ୍ରଥମ ପତ୍ନୀଙ୍କ ସହ ସମସ୍ତଙ୍କୁ ଅନଫଲୋ କରିଦେଲେ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ସମସ୍ତଙ୍କୁ ଅନଫଲୋ କରିଦେଇଛନ୍ତି। ଏମାନଙ୍କ ମଧ୍ୟରେ ତାଙ୍କର ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ରହିଛନ୍ତି। ଦି ନ୍ୟୁଜ ଇଣ୍ଟରନ୍ୟାଶନାଲରେ ପ୍ରକାଶିତ ଖବର ଅନୁଯାୟୀ, ସୋମବାର ସନ୍ଧ୍ୟାରେ ପାକିସ୍ତାନର ଟ୍ୱିଟର ବ୍ୟବହାରକାରୀମାନେ ପ୍ରଥମେ ଏ ସମ୍ପର୍କରେ ସୂଚନା ପାଇଥିଲେ। ଇମ୍ରାନ ଖାନ ତାଙ୍କ ଟ୍ୱିଟର ଆକାଉଣ୍ଟ ଅଫିସିଆଲ @ImranKhanPTIରେ କାହାକୁ ବି ଫଲୋ କରୁ ନଥିବା ଦେଖିବାକୁ ପାଇଥିଲେ। ପୂର୍ବରୁ ସେ ଅନେକ […]

df

Hemant Lenka
  • Published: Tuesday, 08 December 2020
  • , Updated: 08 December 2020, 09:08 PM IST

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ସମସ୍ତଙ୍କୁ ଅନଫଲୋ କରିଦେଇଛନ୍ତି। ଏମାନଙ୍କ ମଧ୍ୟରେ ତାଙ୍କର ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ରହିଛନ୍ତି।

ଦି ନ୍ୟୁଜ ଇଣ୍ଟରନ୍ୟାଶନାଲରେ ପ୍ରକାଶିତ ଖବର ଅନୁଯାୟୀ, ସୋମବାର ସନ୍ଧ୍ୟାରେ ପାକିସ୍ତାନର ଟ୍ୱିଟର ବ୍ୟବହାରକାରୀମାନେ ପ୍ରଥମେ ଏ ସମ୍ପର୍କରେ ସୂଚନା ପାଇଥିଲେ। ଇମ୍ରାନ ଖାନ ତାଙ୍କ ଟ୍ୱିଟର ଆକାଉଣ୍ଟ ଅଫିସିଆଲ @ImranKhanPTIରେ କାହାକୁ ବି ଫଲୋ କରୁ ନଥିବା ଦେଖିବାକୁ ପାଇଥିଲେ।

ପୂର୍ବରୁ ସେ ଅନେକ ଲୋକଙ୍କୁ ଫଲୋ କରୁଥିବା ବେଳେ ହଠାତ୍‌ କାହିଁକି ଏଭଳି ନିଷ୍ପତ୍ତି ନେଲେ, ତା’ହା ଜଣାପଡ଼ିନାହିଁ। ଟ୍ୱିଟ ବ୍ୟବହାରୀକାରୀମାନେ ନୋଟିସ୍‌ କରିଥିଲେ ଯେ ଇମ୍ରାନ୍‌ ଖାନ୍‌ ତାଙ୍କ ପୂର୍ବତନ ପତ୍ନୀ ତଥା ଫିଲ୍ମ ପ୍ରଯୋଜକ ଜେମିମାଙ୍କୁ ମଧ୍ୟ ଆଉ ଅନୁସରଣ କରୁନାହାନ୍ତି।

୨୦୧୦ରେ ଟ୍ୱିଟର ଆକାଉଣ୍ଟ ଖୋଲିଥିଲେ ଇମ୍ରାନ ଖାନ। ସେ ଜେମିମାଙ୍କ ଠାରୁ ଅଲଗା ହୋଇ ଦୁଇ ଥର ବିବାହ କରିଥିଲେ ହେଁ ଟ୍ୱିଟର୍‌ରେ ତାଙ୍କୁ ସର୍ବଦା ଫଲୋ କରୁଥିଲେ। ଇମ୍ରାନ ଖାନ୍‌ଙ୍କ ଅନଫଲୋ ନିଷ୍ପତ୍ତି ଉପରେ କେହି ଅଧିକ ପ୍ରତିକ୍ରିୟା ଦେଇନାହାନ୍ତି। କିନ୍ତୁ ସେ ଜେମିମାଙ୍କୁ ଅନଫଲୋ କରିଥିବାରୁ ଏହାକୁ ଅନେକ ନାପସନ୍ଦ କରିଛନ୍ତି।

Related story