୧୪ ନୁହେଁ, ୧୮ରେ ଶପଥ ନେବେ ଇମ୍ରାନ୍‌ ଖାନ୍‌!

ଇସ୍‌ଲାମାବାଦ: କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ ଆସନ୍ତା ୧୪ ତାରିଖରେ ନୁହେଁ ବରଂ ୧୮ ତାରିଖରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଇମ୍ରାନ୍‌ଙ୍କ ଦଳ ତେହେରିକ୍-ଏ-ଇନ୍‌ସାଫ୍‌ (ପିଟିଆଇ)ର ଅତିରିକ୍ତ ସୂଚନା ସଚିବ ଫୈଜଲ ଜାଭେଦ୍‌ ଖାନ୍‌ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇମ୍ରାନ୍‌ ତାଙ୍କ ଶପଥ ପାଠ କାର୍ଯ୍ୟକ୍ରମକୁ ଭାରତୀୟ କ୍ରିକେଟ୍‌ ତାରକା ସୁନୀଲ ଗାଭାସ୍କର, କପିଲ ଦେବ ଓ ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ୧୯୯୨ର ବିଶ୍ୱକପ୍‌ […]

chairman-islamabad-cricket-pakistan-general-politician-election_8f2ff582-9ca6-11e8-8838-278d266b5e3b

chairman-islamabad-cricket-pakistan-general-politician-election_8f2ff582-9ca6-11e8-8838-278d266b5e3b

Ordigital Desk
  • Published: Friday, 10 August 2018
  • Updated: 10 August 2018, 09:53 PM IST

ଇସ୍‌ଲାମାବାଦ: କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ ଆସନ୍ତା ୧୪ ତାରିଖରେ ନୁହେଁ ବରଂ ୧୮ ତାରିଖରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଇମ୍ରାନ୍‌ଙ୍କ ଦଳ ତେହେରିକ୍-ଏ-ଇନ୍‌ସାଫ୍‌ (ପିଟିଆଇ)ର ଅତିରିକ୍ତ ସୂଚନା ସଚିବ ଫୈଜଲ ଜାଭେଦ୍‌ ଖାନ୍‌ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଇମ୍ରାନ୍‌ ତାଙ୍କ ଶପଥ ପାଠ କାର୍ଯ୍ୟକ୍ରମକୁ ଭାରତୀୟ କ୍ରିକେଟ୍‌ ତାରକା ସୁନୀଲ ଗାଭାସ୍କର, କପିଲ ଦେବ ଓ ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏଥିସହ ୧୯୯୨ର ବିଶ୍ୱକପ୍‌ ବିଜେତା ପାକିସ୍ତାନୀ କ୍ରିକେଟ୍‌ ଟିମ୍‌ର ସଦସ୍ୟମାନଙ୍କୁ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମକୁ ଡକାଯାଇଛି ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ମମନୁନ୍‌ ହୁସେନ୍‌ ପାକିସ୍ତାନ ସଂସଦର ଏକ ଅଧିବେଶନ ୧୩ ତାରିଖରେ ଡାକିବା ପରେ ପିଟିଆଇ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଏହି ସମୟରେ ନୂଆ ନିର୍ବାଚିତ ଲୋକପ୍ରତିନିଧିମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା।

ପିଟିଆଇ ପକ୍ଷରୁ ୧୮ ତାରିଖରେ ଶପଥ ପାଠ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇଥିଲେ ହେଁ ସରକାରୀ ଭାବେ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos