କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରଥମ ଥର ପାଇଁ ୩ଟି ସିମ୍ପାଜି ଏବଂ ୪ଟି ବିରଳ ଆମେରିକୀୟ ମାଙ୍କଡ଼ ‘ମାର୍ମୋସେଟ୍ସ’ ଜବତ କରିଛି। ମନି ଲଣ୍ଡରିଂ ନିରୋଧ ଆଇନ ଅଧୀନରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ମନି ଲଣ୍ଡରିଂ ନିରୋଧ ଆଇନ ୨୦୦୨ ଅଧୀନରେ ତଦନ୍ତ ପ୍ରକ୍ରିୟାରେ ଏହି ବିରଳ ଜନ୍ତୁ ସବୁ ସାମିଲ ହେବେ ବୋଲି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଜି ନିର୍ଦ୍ଦେଶ ଦେଇଛି।
ପ୍ରତି ସିମ୍ପାଜିର ମୂଲ୍ୟ ୨୫ ଲକ୍ଷ ଟଙ୍କା ମୂଲ୍ୟାୟନ କରାଯାଇଥିବାବେଳେ ମାର୍ମୋସେଟ୍ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଇଛି। ମୋଟ ଉପରେ ୮୧ ଲକ୍ଷ ଟଙ୍କାର ଆଟାଚ୍ମେଣ୍ଟ ଅର୍ଡର ଜାରି କରାଯାଇଛି। କୋଲକାତାର ସୁପ୍ରାଦୀପ ଗୁହାଙ୍କଠାରୁ ବନ୍ୟଜନ୍ତୁ ସୁରକ୍ଷା ଆଇନରେ ପଶ୍ଚିମବଙ୍ଗ ବନ୍ୟଜନ୍ତୁ ବିଭାଗ ଏହି ଜନ୍ତୁ ସବୁ ବାବଦରେ ସୂଚନା ଦେବାପରେ ଇଡି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି।