ହିନ୍ଦୁ ମରାମତି କଲେ ବିଭାଜନ ବେଳୁ ବନ୍ଦ ଥିବା ଗୁରୁଦ୍ୱାର, ମୁସଲିମ୍‌ ଦେଲେ ଲଙ୍ଗର

ଲୁଧିଆନା: ପାକିସ୍ତାନର ସିନ୍ଧ ପ୍ରଦେଶରେ ନିଜକୁ ଗୁରୁ ନାନକଙ୍କ ଅନୁଗାମୀ କହୁଥିବା କିଛି ହିନ୍ଦୁ ବହୁ ଦିନ ଧରି ବନ୍ଦ ଥିବା ଏକ ଗୁରୁଦ୍ୱାରର ମରାମତି କରିବା ସହ ପୁଣି ଖୋଲାଇଛନ୍ତି। ଏହା ବିଭାଜନ ବେଳଠାରୁ ହିଁ ବନ୍ଦ ରହିଥିଲା। ଗୁରୁଦ୍ୱାର ବାବା ନାନକ ନାମକ ଏହି ଗୁରୁଦ୍ୱାରରେ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସହ ଭଗବତ ଗୀତା ମଧ୍ୟ ସ୍ଥାନ ପାଇଛି। ଏହି ଅବସରରେ ଏଠାକାର ମୁସଲିମ୍‌ମାନେ ସମସ୍ତଙ୍କ ପାଇଁ ଲଙ୍ଗର ଆୟୋଜନ କରିଥିଲେ। ସବୁଠାରୁ ବଡ଼ […]

guruidwara

guruidwara

Subrat Kumar Nayak
  • Published: Saturday, 30 November 2019
  • Updated: 30 November 2019, 06:26 PM IST

Sports

Latest News

ଲୁଧିଆନା: ପାକିସ୍ତାନର ସିନ୍ଧ ପ୍ରଦେଶରେ ନିଜକୁ ଗୁରୁ ନାନକଙ୍କ ଅନୁଗାମୀ କହୁଥିବା କିଛି ହିନ୍ଦୁ ବହୁ ଦିନ ଧରି ବନ୍ଦ ଥିବା ଏକ ଗୁରୁଦ୍ୱାରର ମରାମତି କରିବା ସହ ପୁଣି ଖୋଲାଇଛନ୍ତି। ଏହା ବିଭାଜନ ବେଳଠାରୁ ହିଁ ବନ୍ଦ ରହିଥିଲା। ଗୁରୁଦ୍ୱାର ବାବା ନାନକ ନାମକ ଏହି ଗୁରୁଦ୍ୱାରରେ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସହ ଭଗବତ ଗୀତା ମଧ୍ୟ ସ୍ଥାନ ପାଇଛି। ଏହି ଅବସରରେ ଏଠାକାର ମୁସଲିମ୍‌ମାନେ ସମସ୍ତଙ୍କ ପାଇଁ ଲଙ୍ଗର ଆୟୋଜନ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ଗୁରୁଦ୍ୱାର ଥିବା ଜାନୋଜି ନାମକ ଗାଁରେ କେହି ମଧ୍ୟ ଶିଖ୍‌ ରୁହନ୍ତିନି।

ପାକିସ୍ତାନ ହିନ୍ଦୁ କାଉନ୍‌ସିଲ୍‌ ସଦସ୍ୟ ଦେୱା ସିକନ୍ଦର କହିଛନ୍ତି, “ସିନ୍ଧ ପ୍ରଦେଶର ସୁକ୍କୁର ଜିଲ୍ଲାରେ ଜାନୋଜି ଗାଁରେ ଏହି ଗୁରୁଦ୍ୱାର ଅବ୍ୟବହୃତ ହୋଇ ପଡ଼ି ରହିଥିଲା। ସୁକ୍କୁର ଏବଂ ଖୈରପୁର ଜିଲ୍ଲାରେ ରହୁଥିବା ହିନ୍ଦୁମାନେ ୬ ଲକ୍ଷ ଟଙ୍କା ଯୋଗାଡ଼ କରି ଏହି ୨ ରୁମ୍‌ ବିଶିଷ୍ଟ ଗୁରୁଦ୍ୱାର ମରାମତି କରିଥିଲେ।”
ସେ ଆହୁରି ମଧ୍ୟ କହିଥିଲେ, “ବର୍ତ୍ତମାନ ଜଣେ କେୟାରଟେକର ମଧ୍ୟ ରହିବେ। ସେଠାରେ ଭଗବତ ଗୀତା ରହିବ। ତେବେ ଗୁରୁ ଗ୍ରନ୍ଥ ସାହିବର ସେବା ଯଥା ମର୍ଯ୍ୟାଦା ସହ କରାଯିବ। ଏହି ପବିତ୍ର ପୁସ୍ତକ ସାଲେଫାଟ୍‌ ମୁଖ୍ୟ ଗୁରୁଦ୍ୱାରକୁ ନିଆଯିବ ଏବଂ ବର୍ଷକୁ ଥରେ ଏଠାକୁ ଅଣାଯିବ। ସ୍ଥାୟୀ ଗ୍ରନ୍ଥି ବ୍ୟବସ୍ଥା ନହେବା ଯାଏ ଏପରି କରାଯିବ।”

ସୂଚନାଯୋଗ୍ୟ ଯେ, ପାକିସ୍ତାନର ସିନ୍ଧ ପ୍ରଦେଶରେ ସବୁଠାରୁ ଅଧିକ ହିନ୍ଦୁ ବସବାସ କରନ୍ତି। ସେମାନେ ହିନ୍ଦୁ ହୋଇଥିବା ସତ୍ତ୍ୱେ ନାନକ ପନ୍ଥୀ ବା ଗୁରୁ ନାନକ ଦେଖାଯାଇଥିବା ମାର୍ଗକୁ ମାନନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos