ନୂଆଦିଲ୍ଲୀ (ଓଡ଼ିଶାରିପୋର୍ଟର): ୨୦୧୯-୨୦ ପାଇଁ ବଜେଟ୍ରେ ଯାହା ଆଶା କରାଯାଉଥିଲା ତାହା ହେଲା। ଆପଣଙ୍କର ବାର୍ଷିକ ଆୟ ଯଦି ୫ ଲକ୍ଷ ଟଙ୍କା ବା ତା’ଠାରୁ କମ୍ ତେବେ ଆପଣ ଚିନ୍ତାମୁକ୍ତ। ଆଉ ଏଣିକି ୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍ ଏହି ଘୋଷଣା କରିଛନ୍ତି। ୨୦୧୮-୧୯ ସାଧାରଣ ବଜେଟ୍ରେ ଏଭଳି ଘୋଷଣା ଆଶା କରାଯାଉଥିଲେ ମଧ୍ୟ ସରକାର ଜନସାଧାରଣଙ୍କୁ ନିରାଶ କରିଥିଲେ।
ପୂର୍ବ ନିୟମ ଅନୁସାରେ ବର୍ଷକୁ ଯେଉଁମାନେ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି ସେମାନଙ୍କୁ ପ୍ରତ୍ୟକ୍ଷ ଟିକସରୁ ବାହାରେ ରଖାଯାଇଛି। ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଆୟବର୍ଗର ବ୍ୟକ୍ତିଙ୍କୁ ୫% ଟିକସ ଦେବାକୁ ପଡ଼ୁଛି। ସେହିପରି ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ୨୦% ଟିକସ ଦେବାକୁ ପଡ଼ୁଛି। ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ୩୦% ଆୟକର ଦେବାକୁ ପଡ଼ୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରବଳ ଥଣ୍ଡାରେ ଚେତାଶୂନ୍ୟ ହୋଇପଡ଼ିଲେ ବର, ବିବାହ ଭାଙ୍ଗି ଦେଲେ କନିଆଁ
ପ୍ରବଳ ଥଣ୍ଡା ଏବଂ ଶୀତ ଲହରି ମଧ୍ୟରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡିଛି। ଥଣ୍ଡା ଯୋଗୁ ତାଙ୍କ ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି।
National
ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, କହିଲେ- ମୋତେ ରାହୁଲ ଗାନ୍ଧି ଠେଲିଦେଲେ
ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ।
National
ଲାଲୁ କହିଲେ- ଅମିତ ଶାହା ପାଗଳ ହୋଇଗଲେଣି
ଆମ୍ୱେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟିପ୍ପଣୀ ପରେ ଏହାକୁ ନେଇ ହଟ୍ଟଗୋଳ ଲାଗି ରହିଛି। ବିରୋଧୀ ଲଗାତର ତାଙ୍କୁ ଟାର୍ଗେଟ୍ କରୁଛନ୍ତି।
National
ବିଦ୍ୟୁତ୍ ମିଟର ଟାମ୍ପରିଂ: ସାଂସଦଙ୍କ ଘରେ ପଶିଲା ପୁଲିସ
ଆଜି ସକାଳୁ ପୁଲିସ ଫୋର୍ସ ସହ ବିଦ୍ୟୁତ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଖୋଳତାଡ଼ କରିଛନ୍ତି।
National
ପିଲାଙ୍କ ଅଣ୍ଡା ଚୋରି କରୁଛନ୍ତି ପ୍ରଧାନ ଶିକ୍ଷକ, ଆକ୍ସନ୍ ମୁଡ୍ରେ ଜିଲ୍ଲା ଶିକ୍ଷା ଅଧିକାରୀ
ପ୍ରଧାନ ଶିକ୍ଷକ ପିଲାଙ୍କ ପାଇଁ ଆସିଥିବା ଅଣ୍ଡା ଚୋରି କରି ବ୍ୟାଗ୍ରେ ଭର୍ତ୍ତି କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।