ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ, ସାମିଲ ହେବେ ମହିଳା

ବେଙ୍ଗାଲୁରୁ: ୨୦୨୧ ମସିହା ଡିସେମ୍ବର ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ରୋ ମୁଖ୍ୟ କେ ଶିବନ୍ କହିଛନ୍ତି ଗଗନଯାନ ପାଇଁ ସେମାନଙ୍କ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ମହାକାଶରେ ଭାରତର ଉପସ୍ଥିତିକୁ ଏହି ପ୍ରକଳ୍ପ ଆହୁରି ସୁଦୃଢ଼ କରିବ। ଗତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପ ବାବଦରେ ଘୋଷଣା କରିଥିଲେ। ୨୦୨୨ରେ ଦେଶ ସ୍ୱାଧୀନତାକୁ ୭୫ବର୍ଷ ପୂରଣ କରୁଥିବାରୁ […]

sriharikota

sriharikota

Subrat Kumar Nayak
  • Published: Friday, 11 January 2019
  • Updated: 11 January 2019, 03:47 PM IST

Sports

Latest News

ବେଙ୍ଗାଲୁରୁ: ୨୦୨୧ ମସିହା ଡିସେମ୍ବର ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ରୋ ମୁଖ୍ୟ କେ ଶିବନ୍ କହିଛନ୍ତି ଗଗନଯାନ ପାଇଁ ସେମାନଙ୍କ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ମହାକାଶରେ ଭାରତର ଉପସ୍ଥିତିକୁ ଏହି ପ୍ରକଳ୍ପ ଆହୁରି ସୁଦୃଢ଼ କରିବ।

ଗତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପ ବାବଦରେ ଘୋଷଣା କରିଥିଲେ। ୨୦୨୨ରେ ଦେଶ ସ୍ୱାଧୀନତାକୁ ୭୫ବର୍ଷ ପୂରଣ କରୁଥିବାରୁ ଏହି ବର୍ଷ କିମ୍ବା ଏହା ପୁର୍ବରୁ ଏହି ମହାକାଶଚାରୀମାନେ ମହାକାଶକୁ ଯିବେ ଏବଂ ତ୍ରିରଙ୍ଗା ସହିତ ଭାରତମାତାର ପୁଅ କିମ୍ବା ଝିଅ ଏହାର ନେତୃତ୍ୱ ନେବେ ବୋଲି ମୋଦି କହିଥିଲେ।

ଇସ୍ରୋ ମୁଖ୍ୟ କହିବା ଅନୁଯାୟୀ, “ଏଥିପାଇଁ ଭାରତରେ ପ୍ରାରମ୍ଭିକ ତାଲିମ ଦିଆଯିବ ଏବଂ ପରେ ରୁଷ୍‌ରେ ସେମାନଙ୍କୁ ତାଲିମ ଦିଆଯିବ। ମହିଳା ମହାକାଶଚାରୀ ମଧ୍ୟ ଟିମ୍‌ରେ ରହିବେ, ତାହା ହିଁ ହେବ ଆମ ଲକ୍ଷ୍ୟ। ଆମେ ୬ଟି ଇନ୍‌କ୍ୟୁବେସନ୍‌ ଓ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପନା କରିବୁ। ଭାରତୀୟ ଛାତ୍ରଛାତ୍ରୀମାନେ ଇସ୍ରୋ ପରିଦର୍ଶନରେ ଆସିବେ। ଭାରତୀୟ ଛାତ୍ରଛାତ୍ରୀ ନାସା କାହିଁକି ଯିବେ?”

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏମ୍‌କେ III ପଠାଯିବ ଏବଂ ଏଥିପାଇଁ ଜିଓସିଙ୍କ୍ରୋନୋସ୍‌ ସାଟେଲାଇଟ୍‌ ଳଞ୍ଚ ରକେଟ୍‌ ବ୍ୟବହାର କରାଯିବ। ଗତବର୍ଷ ଇସ୍ରୋ ୧୬ଟି ମିଶନର ପ୍ରାସ କରିଛି ଏବଂ ଏଥିରୁ ୭ଟିରେ ସଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos