ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ ୱେରେ ଜଲୱା ଦେଖାଇଲେ ଭାରତୀୟ ଯୁଦ୍ଧ ବିମାନ

ଲକ୍ଷ୍ନୌ: ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ ୱେରେ ଦେଖିବାକୁ ମିଳିଛି ଯୁଦ୍ଧ ବିମାନର ଜଲଓ୍ୱା। ଟଚ୍ ଡାଉନ୍ କରିଛନ୍ତି ମିରେଜ୍-୨୦୦୦, ସୁଖୋଇ-୩୦, ଜାଗୁଆର୍ ପରି ୧୬ଟି ଯୁଦ୍ଧ ବିମାନ। AN-32 ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଏଥିରେ ସାମିଲ ହୋଇଥିଲା। ଏଥିସହ C-130J ସୁପର୍ ହାରସ୍କୁଲେସ୍ ଭଳି ବିଶାଳ ବିମାନ ମଧ୍ୟ ଏକ୍ସପ୍ରେସ୍‌ୱେରେ ଅବତରଣ କରିଥିଲା। ଭାରତୀୟ ବାୟୁସେନାର ଏହି ଚିତାକର୍ଷକ ଡ୍ରିଲ୍ ଦେଖିବାକୁ ଏକ୍ସପ୍ରେସ୍‌ ୱେର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଇଛଥିଲେ। ଯୁଦ୍ଧକାଳୀନ ପରିସ୍ଥିତିରେ ଶତ୍ରୁପକ୍ଷ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 02:57 PM IST

ଲକ୍ଷ୍ନୌ: ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ ୱେରେ ଦେଖିବାକୁ ମିଳିଛି ଯୁଦ୍ଧ ବିମାନର ଜଲଓ୍ୱା। ଟଚ୍ ଡାଉନ୍ କରିଛନ୍ତି ମିରେଜ୍-୨୦୦୦, ସୁଖୋଇ-୩୦, ଜାଗୁଆର୍ ପରି ୧୬ଟି ଯୁଦ୍ଧ ବିମାନ। AN-32 ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଏଥିରେ ସାମିଲ ହୋଇଥିଲା। ଏଥିସହ C-130J ସୁପର୍ ହାରସ୍କୁଲେସ୍ ଭଳି ବିଶାଳ ବିମାନ ମଧ୍ୟ ଏକ୍ସପ୍ରେସ୍‌ୱେରେ ଅବତରଣ କରିଥିଲା।

ଭାରତୀୟ ବାୟୁସେନାର ଏହି ଚିତାକର୍ଷକ ଡ୍ରିଲ୍ ଦେଖିବାକୁ ଏକ୍ସପ୍ରେସ୍‌ ୱେର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଇଛଥିଲେ।

ଯୁଦ୍ଧକାଳୀନ ପରିସ୍ଥିତିରେ ଶତ୍ରୁପକ୍ଷ ଟାର୍ଗେଟ୍‌ ପ୍ରଥମେ ବିମାନ ବନ୍ଦର ଓ ଏୟାର ଷ୍ଟ୍ରିପ୍‌ ଉପରେ କରିଥାନ୍ତି। ଏପରି ସ୍ଥିତିରେ ଆବଶ୍ୟକ ପଡିଲେ ଏକ୍ସପ୍ରେସ୍ ୱେ ଗୁଡ଼ିକ ବ୍ୟବହାର କରାଯିବା ଲକ୍ଷ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଡ୍ରିଲ୍ କରିଛି ଭାରତୀୟ ବାୟୁସେନା।

ଏଥିସହ ଟ୍ରାନ୍ସପୋର୍ଟ ବିମାନ AN-32 ଅବତରଣ କରିବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ପରିବହନ ହୋଇପାରିବ ଓ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ନେଇ ହେବ।

ପ୍ରଥମ ଥର ଲାଗି ସଡ଼କରେ AN-32 ପରି ଏତେ ବଡ଼ ଟ୍ରାନ୍ସପୋର୍ଟ ବିମାନ ଅବତରଣ କରିଛି। ବାୟୁସେନାର ଏହି ଏକ୍ସସରସାଇଜ୍ ଅପରାହ୍ନ ୨ଟା ଯାଏଁ ଚାଲିଥିଲା। ଏଥିପାଇଁ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ ୱେରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

Related story