#GlobalInnovationIndex ତାଲିକାରେ ଶ୍ରେଷ୍ଠ ୫୦ରେ ଭାରତ

ନୂଆଦିଲ୍ଲୀ: ଦୁର୍ବଳ ସ୍ଥିତିରେ ଥିବା ଭାରତୀୟ ଅର୍ଥନୀତି ଉପରେ କରୋନା ମାଡ଼ ପଡ଼ିଛି। ଏହା ଭିତରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ନ୍ୟୁ ଇଣ୍ଡିଆ ଆଦି ନାରା ପାଇଁ ଏକ ଭଲ ଖବର ମଧ୍ୟ ଆସିଛି। ୪ଟି ସ୍ଥାନ ଉପରକୁ ଉଠି ‘ଗ୍ଲୋବାଲ ଇନୋଭେସନ୍‌ ଇଣ୍ଡେକ୍ସ’ (GII) ତାଲିକାରେ ୫୦ଟି ଦେଶ ମଧ୍ୟରେ ସ୍ଥାନ ପାଇଛି ଭାରତ। ଏହି ତାଲିକାରେ ମୋଟ ୧୩୧ଟି ରାଷ୍ଟ୍ର ଅଛନ୍ତି। ବର୍ତ୍ତମାନ ଭାରତର ସ୍ଥାନ ୪୮ ରହିଛି। ବିଶ୍ୱର ଇନୋଭେଟିଭ୍‌ ଲୋୟର […]

flag

Subrat Kumar Nayak
  • Published: Wednesday, 02 September 2020
  • , Updated: 02 September 2020, 08:35 PM IST

ନୂଆଦିଲ୍ଲୀ: ଦୁର୍ବଳ ସ୍ଥିତିରେ ଥିବା ଭାରତୀୟ ଅର୍ଥନୀତି ଉପରେ କରୋନା ମାଡ଼ ପଡ଼ିଛି। ଏହା ଭିତରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ନ୍ୟୁ ଇଣ୍ଡିଆ ଆଦି ନାରା ପାଇଁ ଏକ ଭଲ ଖବର ମଧ୍ୟ ଆସିଛି। ୪ଟି ସ୍ଥାନ ଉପରକୁ ଉଠି ‘ଗ୍ଲୋବାଲ ଇନୋଭେସନ୍‌ ଇଣ୍ଡେକ୍ସ’ (GII) ତାଲିକାରେ ୫୦ଟି ଦେଶ ମଧ୍ୟରେ ସ୍ଥାନ ପାଇଛି ଭାରତ।

ଏହି ତାଲିକାରେ ମୋଟ ୧୩୧ଟି ରାଷ୍ଟ୍ର ଅଛନ୍ତି। ବର୍ତ୍ତମାନ ଭାରତର ସ୍ଥାନ ୪୮ ରହିଛି। ବିଶ୍ୱର ଇନୋଭେଟିଭ୍‌ ଲୋୟର ମିଡିଲ୍‌ ଇନକମ୍‌ ଇକୋନୋମି ମଧ୍ୟରେ ଭାରତ ତୃତୀୟ ରାଷ୍ଟ୍ର ଭାବେ ଏହି ସ୍ଥାନ ଦଖଲ କରିଥିବା ୱାର୍ଲ୍ଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ୍‌ (WIPO) ପକ୍ଷରୁ କୁହାଯାଇଛି। ଏହି ତାଲିକା କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟ, ଇନ୍‌ସେଡ୍‌ ଏବଂ WIPO ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ।

ଜେନେଭାର ଏହି ଅନୁଷ୍ଠାନପକ୍ଷରୁ କୁହାଯାଇଛି, ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଏବଂ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁସନ୍‌ ଅଫ୍‌ ସାଇନ୍ସର ଏଥିପାଇଁ ବହୁତ ଅବଦାନ ରହିଛି। ଭାରତ ସବୁଠାରୁ ଅଧିକ ଇନୋଭେସନ୍‌ କ୍ୱାଲିଟି ଥିବା ଲୋୟର ମିଡିଲ୍‌ ଇକୋନୋମି ବୋଲି WIPO ପକ୍ଷରୁ କୁହାଯାଇଛି।

ଦେଶର ଏହି ସଫଳତାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନ୍ୟୁ ଇଣ୍ଡିଆ ଇନୋଭେଟିଭ୍‌ ଇଣ୍ଡିଆରେ ପରିବର୍ତ୍ତିତ ହେଉଛି। ଖୁସି ର ସହ କହୁଛି ଭାରତ ପ୍ରଥମ ଥର ପାଇଁ #GlobalInnovationIndexର ଶ୍ରେଷ୍ଠ ୫୦ ମଧ୍ୟରେ ଅଛି। ୨୦୧୫ରେ ୮୧ରୁ ୨୦୨୦ରେ ୪୮।”
https://twitter.com/PrakashJavdekar/status/1301122733615452165?s=20

Related story